SPORTS

ହକି ବିଶ୍ଵକପ ୨୦୧୮: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଟକ୍କର

ପୁଲ୍ ‘ବି’ ରେ ରହିଛନ୍ତି ଅଷ୍ଟ୍ରେଲିଆ,ଇଂଲଣ୍ଡ,ଆୟର୍ଲାଣ୍ଡ ଓ ଚୀନ। ପୁଲ୍ ‘ବି’ ଅନ୍ତର୍ଗତ ଏହି ମ୍ୟାଚ୍‌ ଦ୍ବୟରେ ଗତ ଦୁଇ ଥରର ବିଜେତା ଅଷ୍ଟ୍ରେଲିଆ ଭେଟିବ ଇଂଲଣ୍ଡକୁ ଏବଂ ଆୟର୍ଲାଣ୍ଡ ଖେଳିବ ଚୀନ୍‌ ସହିତ। ଗତ ଶୁକ୍ରବାର ଏହି ପୁଲ୍‌ର ପ୍ରଥମ ଦିବସରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ପ୍ରଭାବହୀନ ଖେଳି ୨-୧ ଗୋଲ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ୩ ପଏଣ୍ଟ ପାଇଁ ପୁଲ୍‌ ବି’ର ଶୀର୍ଷରେ ରହିଛି। ଅନ୍ୟପଟେ ଇଂଲଣ୍ଡ ଗୋଟିଏ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।

ଆୟର୍ଲାଣ୍ଡ (୧୦) କିନ୍ତୁ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିବାରୁ ଚୀନ୍‌ ନିଜର ଶୁକ୍ରବାର ପ୍ରଦର୍ଶନ ଦ‌ୋହରାଇଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଓ ଇତିହାସ ରଚିଯିବ। ବର୍ତମାନର ଫର୍ମ ଦେଖିଲେ ଆଜି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏବଂ ଚୀନ୍‌ ନିଶ୍ଚିତ ପ୍ରଶଂସକଙ୍କ ପସନ୍ଦ ଓ ବିଜୟର ଦାବିଦାର ଦଳ ରହିବେ।

austrelis

ଅଷ୍ଟ୍ରେଲିଆ ଦଳ: ଏଡ୍ଡି ଓକେନଡେନ (ଅଧିନାୟକ), ଡାନିଏଲ ବିଏଲ, ଟିମୋଥି ବ୍ରାଣ୍ଡ, ଟମ୍‌ କ୍ରେଗ୍‌, ମାଥ୍ୟୁ ଡସନ, ବ୍ଲେକ ଗୋଭର୍ସ, ଜ୍ୟାକ ହାର୍ଭି, ଜେରେମି ହଓ୍ବୋର୍ଡ, ଟିମ ହୋଓ୍ବାର୍ଡ, ଟିଲେର ଲୋଭେଲ, ଟ୍ରେଣ୍ଟ ମିଟନ, ଫ୍ଲିନ୍‌ ଓଗିଲଭି, ମାଥୁଞ ସ୍ବାନ, କୋରି ଓ୍ବେୟେର, ଜ୍ୟାକ ହ୍ବେଟ୍ଟନ, ଡିଲାନ ଉଥରସ୍ପୁନ ଓ ଆରାନ ଜାଲଓ୍ବେସ୍କି।

ଇଂଲଣ୍ଡ ଦଳ: ଫିଲ ରୋପେର (ଅଧିନାୟକ), ଜର୍ଜ ପିନେର, ହାରୀ ଗିବ୍‌ସନ, ଆଡାମ ଡିକ୍ସନ, ଲିଆମ ସାନଫୋର୍ଡ, ମାର୍କ ଗ୍ଲେଗହର୍ନ, ଜ୍ୟାକ ଓ୍ବାଲେର, ମାଇକେଲ ହୋଆର, ଲୁକ୍‌ ଟେଲର, ହାରୀ ମାର୍ଟିନ, ଡେଭିଡ ଆମ୍ସ, ଇଆନ ସ୍ଲୋଆନ, ବେରୀ ମିଡଲଟନ, ଜ୍ୟାକ ଓ୍ବାଲାସ, ଜେମ୍ସ ଗଲ, ଡେଭିଡ କଣ୍ଡନ, ଓ୍ବିଲ କଲନାନ ଓ ଲଆମ ଅନ୍‌ସେଲ।

ପଢନ୍ତୁ; ମହାପ୍ରସାଦ ଦର ତାଲିକା ପ୍ରସଙ୍ଗ: ଆଜି ହେବ ପରୀକ୍ଷାମୂଳକ ଅବଢ଼ା ‌ରୋଷେଇ

Related posts

ଦକ୍ଷିଣ ଆଫ୍ରିକାକୁ ଝଟ୍‌କା : ଭାରତ ବିପକ୍ଷ ସିରିଜ୍‌ରୁ ଡି କକ୍‌ ବାଦ

ENO Beuro

ଆଇପିଏଲ ୨୦୧୮: ଏଥର ଦୂରଦର୍ଶନରେ ହେବ ଆଇପିଏଲ ମ୍ୟାଚର ପ୍ରସାରଣ

ENO Beuro

ଆଇପିଏଲ୍‌ ୨୦୧୮ : କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More