SPORTS

ହକି ବିଶ୍ଵକପ୍: ଆଜି ସେମି ଫାଇନାଲ

ହ୍ୟାଟ୍ରିକ ସ୍ଵର୍ଣ ଲକ୍ଷରେ ଅଷ୍ଟ୍ରେଲିଆ

ଶେଷ ହୋଇ ଆସିଲାଣି ହକି ବିଶ୍ଵକପ। ଶୁକ୍ରବାର ବିଶ୍ରାମ ଦିବସ ଥିବାରୁ ଆଜି ଖେଳାଯିବ ସେମି ଫାଇନାଲ। ଦୁଇଟି ଯାକ ସେମିଫାଇନାଲ ଗୋଟିଏ ଦିନରେ ରହିଛି। ପ୍ରଥମ ସେମିଫାଇନାଲ ଇଂଲଣ୍ଡ-ବେଲଜିୟମ ଏବଂ ଦ୍ଵିତୀୟ ସେମି ଅଷ୍ଟ୍ରେଲିଆ-ନେଦରଲ୍ୟାଣ୍ଡସ୍‌ ମଧ୍ୟରେ ଖେଳଯିବ।

hockey

ବିଶ୍ୱକପରେ ବେଲଜିୟମ ଓ ଇଂଲଣ୍ଡ ତିନି ଥର ସାମ୍ନାସାମ୍ନି ହୋଇଛନ୍ତି । ବେଲଜିୟମ ଥରେ ଓ ଇଂଲଣ୍ଡ ଦୁଇଥର ବିଜୟ ହାସଲ କରିଛି । ଅନ୍ୟପକ୍ଷରେ ୨୦୧୪ ବିଶ୍ୱ କପ୍‌ରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଇଂଲଣ୍ଡ ବେଲଜିୟମକୁ କଡ୍ଡା ଟକ୍କର ଦେବ । ବିଶ୍ୱ ତାଲିକାରେ ବେଲଜିୟମ୍‌ ୩ୟ ଓ ଇଲଣ୍ଡ ୭ମ ସ୍ଥାନରେ ରହିଛି । ବେଲଜିୟମ ୨୦୧୬ ରିଓ ଅଲମ୍ପିକ୍ସ ଓ ୨୦୧୭ ୟୁରୋ କପ୍‌ ବିଜେତା ରହିଛି । ସେହିପରି ଇଂଲଣ୍ଡ ୧୯୮୬ ପରେ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ,କ୍ୱାର୍ଟର ଫାଇନାଲରେ ଆୟୋଜକ ଭାରତକୁ ୨-୧ ଗୋଲ୍‌ରେ ପରାସ୍ତ କରି ସେମିରେ ପ୍ରବେଶ କରିଛି ନେଦରଲ୍ୟାଣ୍ଡସ୍‌ । ସେହିପରି ଏକତରଫା ମ୍ୟାଚରେ ଫ୍ରାନ୍ସକୁ ୩-୦ ଗୋଲରେ ହରାଇ ସେମି ଫାଇନାଲରେ ଏଣ୍ଟ୍ରି ମାରିଛି କଙ୍ଗାରୁ ବାହିନୀ । ସଂଧ୍ୟା ୬ଟା ୩୦ ମିନିଟରେ ମୁକାବିଲା ହେବ ।

ପଢନ୍ତୁ; ବିବାହ ବନ୍ଧନରେ ସାଇନା-କାଶ୍ୟପ

Related posts

ପ୍ରଥମ ଟି-୨୦: ଶ୍ରୀଲଙ୍କା ୬ ଓ୍ଵିକେଟ୍‌ରେ ଜିତିଲା

ENO Beuro

ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଲା ରୟାଲ୍ସ 

ENO Beuro

କୋଟିଫ୍‌ କପ୍‌ ଫୁଟ୍‌ବଲ୍‌:ଆର୍ଜେଣ୍ଟିନାକୁ ହରାଇଲା ଭାରତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More