News

ନବୀନ ଓଡ଼ିଶାର ଦକ୍ଷ ଗୋଲକିପର:ଶାହାରୁଖ ଖାନ୍

ବାପା ହକି ଖେଳୁଥିଲେ,ମୁଁ ଖେଳିଛି ,ପୁଅକୁ ଖେଳିବାକୁ ଉସ୍ରାହିତ କରୁଛି: ଶାହାରୁଖ

ଓଡ଼ିଶା ହକି ବିଶ୍ୱକପ୍‌ ଉଦ୍‌ଘଟନୀ ସମାରୋହରେ ନିଜର ମନଜିଣା ଅନ୍ଦାଜରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏକତ୍ରୀତ ହୋଇଥିବା କ୍ରୀଡାପ୍ରେମୀଙ୍କ ହୃଦୟ ଜିଣି ନେଇଛନ୍ତି କିଙ୍ଗଖାନ୍‌ ଶାହାରୁଖ୍‌। ଏହାସହ ଶାହାରୁଖ ଖାନ୍ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ନବୀନଙ୍କ ସମ୍ପର୍କରେ ଶାହାରୁଖ କହିଲେ, ମୁଁ ହକିରେ ସେଂଟର ଫରୱାଡର଼୍ ଖେଳୁଥିଲି । ଏଠାରେ ତୁମମାନଙ୍କର ଜଣେ ନେତା ଅଛନ୍ତି, ଯିଏ କି ଜଣେ ଭଲ ଗୋଲକିପର । ସେ ଡୁନ ସ୍କୁଲରେ ପଢ଼ିବା ବେଳେ ଭଲ ଗୋଲ କିପିଂ କରୁଥିଲେ। ସେ ଆଉ କେହି ନୁହଁନ୍ତି, ତୁମ ମୁଖ୍ୟମନ୍ତ୍ରୀ । ସେହି ଗୋଲକିପର ଓଡ଼ିଶା ପାଇଁ ଏବେ ଦକ୍ଷ ଗୋଲକିପର ହୋଇଛନ୍ତି । କ୍ରୀଡ଼ା ବିକାଶରେ ନୂଆ ନୂଆ ଲକ୍ଷ୍ୟ ହାସଲ କରିବାରେ ନବୀନ ବେଶ ସଫଳ ହୋଇଛନ୍ତି ବୋଲି ଶାହାରୁଖ କହିଥିଲେ।

ଓଡିଶା ଦେଇଛି ଶ୍ରେଷ୍ଠ ହକି ଖେଳାଳି,ଓଡିଆରେ ଧନ୍ୟବାଦ ଦେଲେ କିଙ୍ଗଖାନ୍‌

ଶାହରୁଖ୍‌ ଖାନ୍‌ଙ୍କଠାରୁ ଏ.ଆର୍‌. ରହମନ୍‌ଙ୍କ ପର୍ଯ୍ୟନ୍ତ, ଗୌରବ କପୁରଙ୍କଠାରୁ ଶମକ୍‌ ଡାଭରଙ୍କ ପର୍ଯ୍ୟନ୍ତ, ଆର୍‌ଜେ ରୌନକ୍‌ଙ୍କଠାରୁ ଆର୍‌ଜେ ମଲିସ୍କାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମୁହଁରେ ଥିଲା ଓଡ଼ିଆ। ଏପରି କି, ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା ବି ଓଡ଼ିଆ କହିବାକୁ ପଛାଇ ନ ଥିଲେ। ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇଥିବା ପ୍ରତ୍ୟେକ ସେଲିବ୍ରିଟି ଓ ଉପସ୍ଥାପକଙ୍କ ମୁହଁରୁ ଓଡ଼ିଆ ଶୁଣିବାକୁ ମିଳିଥିଲା। ଉଦ୍‌ଘାଟନୀ ମଞ୍ଚରେ ପ୍ରତ୍ୟେକ ଅତିଥି ଓଡ଼ିଆରେ ଦୁଇପଦ କଥା କହି ଓଡ଼ିଶାବାସୀଙ୍କ ମନ ଜିଣିଥିଲେ। ବଲିଉଡ୍‌ର କିଙ୍ଗଖାନ୍‌ ଶାହରୁଖ୍‌ ଓଡ଼ିଆରେ ‘ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ’ କହିଥିବା ବେଳେ ଲୋକପ୍ରିୟ କ୍ରୀଡ଼ା ଉପସ୍ଥାପକ ଗୌରବ କପୁର କହିଥିଲେ ‘କେମିତି ଅଛିନ୍ତି?, ଆପଣଙ୍କୁ ଭେଟି ଭଲଲାଗିଲା।

khan

ପଢନ୍ତୁ; ଆଜି ବାରବାଟୀ ଷ୍ଟାଡିୟମ ଆସିବେ ବଲିଉଡ ଟାଇଗର

Related posts

ପାସପୋର୍ଟ ପାଇଁ ଆଉ ବାରମ୍ବାର ଆସିବାକୁ ପଡିବନି ରାଜଧାନୀ ଭୁବନେଶ୍ଵର

ENO Beuro

ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା

ENO Beuro

ମୌସୁମୀ ଅପେକ୍ଷା ବଢିଲା, ୯ ରୁ ୧୧ ତାରିଖ ଭିତରେ ଆସିବ ମୌସୁମୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More