SPORTS

୧୦-୦ ବିଜୟରୁ ଅଭିଯାନ ଆରମ୍ଭ କଲା ଭରତ

H

କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଆୟୋଜିତ ପୁରୁଷ ଏଫ୍‌ଆଇଏଚ୍‌ ସରିଜ୍‌ ଫାଇନାଲ୍ସ‌େର ଭାରତ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌-ବିରେ ଆୟୋଜକ ଭାରତ ୧୦-୦ ଗୋଲ୍‌  ବ୍ୟବଧାନରେ ୨୨ତମ ସ୍ଥାନରେ ଥିବା ରୁଷିଆକୁ ମାତ୍‌ ଦେଇଛି। ବିଶ୍ବମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଭାରତ ଏଠାରେ ଶୀର୍ଷ ଦଳର ମାନ୍ୟତା ପାଇଥିଲା। ନିଜର ଏହି ଗୌରବକୁ ଅତୁଟ ରଖି ମ୍ୟାଚ୍‌ ଆରମ୍ଭରୁ ରୁଷିଆକୁ ଭାରି ପଡ଼ିଥିଲା।

ଗୁରୁବାର ଭାରତ ତା’ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ରୁଷକୁ ୮-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୩୨ତମ ଓ ୪୮ତମ) ଓ ଆକାଶଦୀପ ସିଂହ (୪୨ତମ ଓ ୫୬ତମ) ଦୁଇଟି ଲେଖାଏ ଗୋଲ୍ ଦେଇଥିବା ବେଳେ ନୀଳକଣ୍ଠ ଶର୍ମା (୧୩ତମ), ସିମରନଜିତ୍ ସିଂହ (୧୯ତମ), ଓଡ଼ିଶା ଖେଳାଳି ଅମିତ୍ ରୋହିଦାସ (୨୦ତମ), ବରୁନ୍ କୁମାର (୩୪ତମ), ଗୁରସାହିବଜିତ୍ ସିଂହ (୩୭ତମ), ବିବେକ ପ୍ରସାଦ (୪୫ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଛନ୍ତି। ଅପରପକ୍ଷରେ ରୁଷ୍ ଗୋଟିଏ ବି ଗୋଲ୍ ପରିଶୋଧ କରିବାକୁ ସକ୍ଷମ ହୋଇନାହିଁ। ତେବେ ଆଜି ଭାରତ ତା’ର ଦ୍ୱିତୀୟ ମୁକାବିଲାରେ ପୋଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଖେଳାଯିବ।
ପଢନ୍ତୁ: ଆଜିଠୁ ଆରମ୍ଭ ଏଫଆଇଏଚ ପୁରୁଷ ହକି ସିରିଜ୍ ଫାଇନାଲ୍ସ

Related posts

ଆରସିବିର ସହକାରୀ କୋଚ ଭାବେ ନିଯୁକ୍ତ ହେଲେ ନେହେରା

ENO Beuro

ପ୍ରଥମ ଟି-୨୦: ଶ୍ରୀଲଙ୍କା ୬ ଓ୍ଵିକେଟ୍‌ରେ ଜିତିଲା

ENO Beuro

ପ୍ରଥମ ଟି-୨୦: ଭାରତ ୫ ୱିକେଟରେ ବିଜୟୀ

ENO Beuro

Leave a Comment