SPORTS

ଭୁବନେଶ୍ୱର ହକି ବିଶ୍ୱକପ୍‌ରେ ଅତିଥିଙ୍କୁ ବଣ୍ଟାହେବ ମଦ

ଭୁବନେଶ୍ୱରରେ ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ବିଶ୍ୱକପରେ ଅତିଥିଙ୍କୁ ମଦରେ ଆପ୍ୟାୟିତ କରିବେ ରାଜ୍ୟ ସରକାର।

କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅନ୍ତର୍ଜାତୀୟ ଅତିଥି, ଅଫିସିଆଲ, ଗଣମାଧ୍ୟମ ପ୍ରତିନିଧି ଓ ଖେଳାଳିମାନେ ଏହି ସୁବିଧା ପାଇବେ। ଏନେଇ କ୍ରୀଡ଼ା ବିଭାଗ ଅବକାରୀ କମିଶନଙ୍କ ଅନୁମତି ଲୋଡିଛି। ତେବେ ଏହା କେବଳ ଭିଆଇପି ଲାଉଞ୍ଜରେ ସୀମିତ ରହିବ ନା ଅନ୍ୟମାନେ ବି ଏହାର ଦୁରୁପଯୋଗ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଏଭଳି ହେଲେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା କାଠିକର ପାଠ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ରାଜ୍ୟ ସରକାର ଏଥିଲାଗି କୌଣସି ଅର୍ଥ ବ୍ୟୟ କରିବେ ନାହିଁ। ଏଫଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା ମଧ୍ୟ ଶ୍ରୀ ଦେବଙ୍କ ସହ ଏକମତ ହୋଇଛନ୍ତି। ମାମଲାକୁ ଅଯଥାରେ ବିବାଦୀୟ କରନ୍ତୁ ନାହିଁ। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବଛା ବଛା ଅତିଥିଙ୍କୁ ଓ୍ଵାଇନ୍‌ ଏବଂ ବିଅର ସେବନ କରିବାକୁ ଦିଆ ଯାଇଥାଏ। ଅବଶ୍ୟ ଏହି ବିଷୟରେ ମୋ ପାଖରେ ଅଧିକ ତଥ୍ୟ ନାହିଁ। ତେବେ ଏହା ଏକ ନୂଆ ପରମ୍ପରା ନୁହେଁ। କ୍ରିକେଟ୍‌ ବିଶ୍ୱକପ୍‌, ଆଇପିଏଲ୍‌ ବେଳେ ମଧ୍ୟ ଅବକାରୀ ନିୟମ ଅନୁସାରେ କିଛି ସ୍ୱତନ୍ତ୍ର ଓ ନିର୍ଦିଷ୍ଟ ଅତିଥିଙ୍କୁ ମଦ ପରିବେଷଣ କରାଯାଇଥାଏ।

ପଢନ୍ତୁ;  କଳା ଦାଗ ପାଇଁ ଚିନ୍ତିତ କି? ତେବେ ଏହାକୁ ଦୂର କରିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

ଦିନିକିଆ ମାନ୍ୟତା:ଶୀର୍ଷ ମାନ୍ୟତା ସହ ରେଟିଂ ପଏଣ୍ଟରେ ରେକର୍ଡ କଲେ କୋହଲି

ENO Beuro

ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ନୂଆ ରେକର୍ଡ 

ENO Beuro

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ : ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ENO Beuro

1 comment

Leave a Comment