ଭୁବନେଶ୍ବର ହକି ବିଶ୍ୱକପ୍ର ପାର୍ଟନର ହେଲା ଟାଟା ଷ୍ଟିଲ । ଏଥିନେଇ ବିଶ୍ବର ଦଶମ ସର୍ବବୃହତ୍ ଇସ୍ପାତ ନିର୍ମାତା ସୋମବାର ବିଧିବଦ୍ଧ ଚୁକ୍ତି ସ୍ବାକ୍ଷର କରିଛି। ଟାଟା ଷ୍ଟିଲ୍ ହେଉଛି ବିଶ୍ୱର ୧୦ମ ବୃହତ୍ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ, ଯିଏ ଦେଶରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଟୁର୍ନାମେଣ୍ଟ ପାଇଁ ଟାଟା ଷ୍ଟିଲ୍କୁ ଅଫିସିଆଲ ପାର୍ଟନର କରାଯାଇଥିବାରୁ ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ ସ୍ବାଗତ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି।
କ୍ରୀଡ଼ା ବିକାଶ କ୍ଷେତ୍ରେର ଟାଟା ଷ୍ଟିଲ ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଛି। ହକି ସହ ବିଭିନ୍ନ ଖେଳ ଲାଗି ଆମେ ଭିତ୍ତିିଭୂମି ସୃଷ୍ଟି କରି ଆସୁଛୁ। ହକି ଏକାଡେମି ଆରମ୍ଭ କରିବାରେ ଟାଟା ଷ୍ଟିଲ ପ୍ରଥମ ଘରୋଇ ସଂସ୍ଥା। ପୂର୍ବ ଭାରତରେ ପ୍ରଥମ ଥର ଲାଗି ଆୟୋଜିତ ହେଉଥିବା ହକି ବିଶ୍ବକପ୍ ସହ ସଂପର୍କ ଯୋଡ଼ି ଆମେ ଗର୍ବିତ ବୋଲି ଟାଟା ଷ୍ଟିଲ କର୍ପୋରେଟ୍ ସେବାର ଉପ ସଭାପତି ସୁନୀଲ ଭାସ୍କରନ୍ କହିଛନ୍ତି।
ପଢନ୍ତୁ; ଉଦ୍ଘାଟିତ ହେଲା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି