LIFESTYLE

ରଙ୍ଗର ପସରା ନେଇ ଆସୁଛି ହୋଲି ,ଉତ୍ସବମୁଖର ହୋଇ ଉଠିଲାଣି ସାରା ସହର

ରାତି ପାହିଲେ ଧୁମଧାମରେ ପାଳନ ହେବ ପବିତ୍ର ହୋଲି

ରାତି ପାହିଲେ ଆସନ୍ତାକାଲି ହୋଲି। ହୋଲି ପାଇଁ ପ୍ରସ୍ତୁତ ହୋଇଗଲେଣି ସମସ୍ତେ। ସେଥିରୁ ରାଜଧାନୀ ବା ବାଦ୍‌ ପଡ଼ନ୍ତା କେମିତି। ଏବେଠୁ ଉତ୍ସବମୁଖର ହୋଇ ଉଠିଲାଣି ସାରା ସହର। ସହରର ବିଭିନ୍ନ ମନ୍ଦିରରେ ଦୋଳ ପୂର୍ଣ୍ଣମା ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି।

ହୋଲି ଦିନ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦହି ହାଣ୍ଡି ଭଙ୍ଗା ହେବ। ରାମାୟଣୀ ଯୁବ ପରିଷଦ ପକ୍ଷରୁ ହୋଲି ମିଳନ ଉତ୍ସବରେ ବିଭିନ୍ନ ଯୁବ ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ହେବ। ଏଥି ସହ ମେଲୋଡି ଓ ଆଧୁନିକ ନୃତ୍ୟ ପରିବେଷଣ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସେହିପରି ଭାରତୀ ମଠ ସାହି, ପାଟଣା ସାହି, ଡାକ ବଙ୍ଗଳା ଛକରେ ଦହି ହାଣ୍ଡି ଭଙ୍ଗାଯିବ।

ରାସ୍ତାର ଗୋଟିଏ ପାର୍ଶ୍ୱ ଝୁଲଣରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା ପାର୍ବତୀ, ମା ରୁକି୍ମଣୀ ଦୋଳି ଖେଳିବା ବେଳେ ଅନ୍ୟ ପାର୍ଶ୍ୱରେ ଶ୍ରୀବାସୁଦେବ ଦୋଳି ଖେଳିବେ। ମହାପ୍ରଭୁ ଦୋଳିରେ ଝୁଲୁଥିବା ବେଳେ ସାଧାରଣ ଭକ୍ତମାନେ ଫଗୁ ଲାଗି କରିବେ । ଏହି ଅପୂର୍ବ ଦୃଶ୍ୟ ଦେଖିବା ସହ ଭୋଗ ଲାଗି ପାଇଁ ବହୁ ଭକ୍ତ ସାମିଲ ହୋବ । ଏହି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ପରିବେଷଣ କରାଯିବ।

ଅନ୍ୟପଟେ ଗତକାଲି ଠାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛୁଟି ପଡ଼ି ଯାଉଥିବାରୁ ଧୁମ୍‌ଧାମ୍‌ରେ ହୋଇସାରିଲାଣି ହୋଲି ସେଲିବ୍ରେସନ । ‘ବୁରା ନା ମାନୋ ହୋଲି ହୈ’ ଶବ୍ଦରେ ଫାଟି ପଡ଼ୁଥିଲା ଗଗନ ପବନ । ଆଜି ମଧ୍ୟ କିଛି ସ୍ଥାନରେ ରଙ୍ଗ ଖେଳ ହେବ । ତେବେ ଅସଲ ହୋଲି ଜମିବ ଆସନ୍ତାକାଲି। କପିଳେଶ୍ୱର ମନ୍ଦିର ନିକଟ ମଣିକର୍ଣ୍ଣିକା ପୁଷ୍କରିଣୀ ନିକଟରେ ବିଭିନ୍ନ ଆତସବାଜିରେ ଦୋଳ ପୂର୍ଣ୍ଣିମା ରାତିରେ ଆକାଶ ରଙ୍ଗିନ ହେବ।

ପଢନ୍ତୁ;

ତେଲିଆ ତ୍ୱଚା ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର !

Related posts

ଶୋଇବା ବେଳେ ତକିଆ ବ୍ୟବହାର ନକଲେ କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା

ENO Beuro

ସନ୍ତୁଳିତ ସ୍ୱାସ୍ଥ୍ୟ ପାଇଁ ନଡିଆକୁ ନିୟମିତ ଭାବରେ ଖାଦ୍ୟରେ ବ୍ୟବହାର କରିବା ଉଚିତ

ENO Beuro

ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ : ଆସନ୍ତୁ ଜାଣିବା କିପରି

Ratnamani Moharana

Leave a Comment