Loading...

ଏଥର ଜମିବ ହୋଲି, ଖୋଲିଲାଣି ରଙ୍ଗ ଦୋକାନ

ଏଥର ଜମିବ ହୋଲି, ଖୋଲିଲାଣି ରଙ୍ଗ ଦୋକାନ

ଦିନକ ପରେ ରଙ୍ଗର ପର୍ବ ହୋଲି । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବି‌ଶେଷରେ ସ‌ମସ୍ତେ ଏକାଠି ହୋଇ ରଙ୍ଗର ପର୍ବ ହୋଲିକୁ ମନ ଭରି ଉପଭୋଗ କରିବେ।

ଦିନକ ପରେ ରଙ୍ଗର ପର୍ବ ହୋଲି । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବି‌ଶେଷରେ ସ‌ମସ୍ତେ ଏକାଠି ହୋଇ ରଙ୍ଗର ପର୍ବ ହୋଲିକୁ ମନ ଭରି ଉପଭୋଗ କରିବେ।ଏଥିପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ଧୀରେଧୀରେ ସହରର ଗଳି କନ୍ଦିରେ ରଙ୍ଗ ଦୋକାନ ବି ଖୋଲିବା ଆରମ୍ଭ ହେଲାଣି। ମନ୍ଦିରଗୁଡ଼ିକରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି କର୍ପୋରେଟ ହାଉସ୍‌ ହୋଲି ପାଳନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରି ସାରିଲେଣି।ଦୋକାନଗୁଡ଼ିକ ସାମ୍‌ନାରେ ରଙ୍ଗପ୍ରେମୀଙ୍କ ଭିଡ଼ ମଧ୍ୟ ବେଶ୍‌ ଜମିଲାଣି। ବିଭିନ୍ନ ରସାୟନ ପ୍ରସ୍ତୁତ ରଙ୍ଗର ଚର୍ମ ଓ ଶରୀର ଉପରେ ଖରାପ ପ୍ରଭାବ ରହୁଥିବାରୁ ଏବେ ପ୍ରାୟ ବଜାରରେ ହର୍ବାଲ ରଙ୍ଗ ଅଧିକ ବିକ୍ରି ‌ହେଉଥିବା ଦେଖିବାକୁ ମିଳୁଛି। ତେବେ ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ଅବିରର ବହୁ ଚାହିଦା ରହିଛି।  

ହୋଲିରେ କରୋନା ବ୍ୟାପିବାର ଆଶଙ୍କା ଅଧିକ 
    କରୋନା ଭୂତାଣୁ ବିଶେଷ କରି ଶ୍ବାସକ୍ରିୟା ଦ୍ବାରା ବ୍ୟାପୁଥିବାରୁ ସମସ୍ତଙ୍କୁ ସାଧାରଣତଃ ମାକ୍ସ ପିନ୍ଧିବାକୁ କୁହାଯାଇଥାଏ। ହୋଲି ସମୟରେ ଆମେ ବହୁ ଲୋକଙ୍କ ସଂସ୍ପର୍ଷରେ ଆସିଥାଉ। ସମସ୍ତଙ୍କୁ ସ୍ପର୍ଶ କରି ରଙ୍ଗ ବୋଲିଥାଉ। ଫଳରେ ଏହି ସମୟରେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ଦ୍ବିଗୁଣିତ ରହିଛି।  କିମ୍ବା ଅତି ବେଶିରେ ହାତରେ ଗ୍ଲୋବ୍‌ସ୍‌ ପିନ୍ଧି ପରସ୍ପରର ହାତକୁ ରଙ୍ଗ ଦେଇ ହୋଲି ଖେଳାଯାଇ ପାରିବ ବୋଲି କୁହାଯାଇଛି। ପୁଣି ବାରମ୍ବାର ହାତକୁ ସଫା କରିବା ସହ ମୁହଁରେ ମାକ୍ସ ପିନ୍ଧିବା ଭଲ।  

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.