News

ମତଦାନ ଦିବସକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଲୋକସଭା ନିର୍ବାଚନ  ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ଭୋଟ ଦିନକୁ ସରକାରୀ ଛୁଟି  ଘୋଷଣା କରିଛନ୍ତି। ଯେଉଁ ପର୍ଯ୍ୟାୟରେ ଯେଉଁ କ୍ଷେତ୍ରରେ ମତଦାନ ଥିବା, ସେହିଦିନ ସମ୍ପୃକ୍ତ ଅଞ୍ଚଳରେ ଛୁଟି ଲାଗୁ ହେବ। ମତଦାନ ଦିନ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ୍‌ କୋର୍ଟ, ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ଇନ୍‌ଷ୍ଟିଚ୍ୟୁସନ୍‌ ବନ୍ଦ ରହିବ।

 

ଆସନ୍ତା ୧୧ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଜିଲ୍ଲାରେ ମତଦାନ ହେବ। ସେହିପରି ୧୮ ତାରିଖରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକାରେ ମତଦାନ ହେବାକୁଥିଲାବେଳେ ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ନିର୍ବାଚନ ହେବ।ସେହିପରି ୨୯ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମତଦାନ ହେବ। ମତଦାନ ଦିନ ସମ୍ପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା ଲାଗୁ ହେବ।

ପଢନ୍ତୁ:  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାର ଶେଷ ଦିନ ଆଜି

Related posts

‘ସେଲଫି ବେବୋ’ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମରନଙ୍କୁ ହତ୍ୟା

ENO Beuro

ବିଶ୍ୱ ବ୍ରିନସ ବିଶ୍ୱ ବିଦ୍ୟାଳୟ ମୂଲ୍ୟାଙ୍କ ତାଲିକାରେ ଯୋଡିହେଲା ଓଡ଼ିଶାର କିଟ ବିଶ୍ୱ ବିଦ୍ୟାଳୟ

ENO Beuro

ଆସନ୍ତା ୪୮ ଘଣ୍ଟା ଯାଏଁ ତୁହାକୁ ତୁହା ଲାଗି ରହିବ ପ୍ରବଳ ବର୍ଷା

ENO Beuro

Leave a Comment