SPORTS

ହକି ପାଇଁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ନଭେମ୍ବର ୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ଏହି ଦିନ ରାଜ୍ୟର ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ଅପରାହ୍ନ ୧.୩୦ ଠାରୁ ବନ୍ଦ ରହିବ । ସେହିପରି ନଭେମ୍ବର ୨୮ରେ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ରୁ ବନ୍ଦ ରହିବ।

hockey

ସୂଚନାଯୋଗ୍ୟ,ଆସନ୍ତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଉଦଘାଟନ ହେବ । ନଭେମ୍ବର ୨୮ ତାରିଖ ବୁଧବାର ଦିନ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଉଦଘାଟନୀ ଉତ୍ସବ ହେବ । ଯେଉଁଥିଲେ ଓଲିଓଡ଼୍‌ ଠାରୁ ଆରମ୍ଭ କରି ବଲିଓଡ଼୍‌ର ପ୍ରତିଷ୍ଠିତ କଳାକାର ଯୋଗ ଦେବେ । ବିଶେଷଭାବେ ସଙ୍ଗୀତକାର ଏ.ଆର୍‌ ରେହମାନ, କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌, ସୁପରଷ୍ଟାର ସଲମାନ୍‌ ଖାନ୍‌, ମାଧୁରୀ ଦିକ୍ଷିତ, ତାମିଲ ହିରୋ ତଥା ବାହୁବଳୀ ଷ୍ଟାର୍‌ ପ୍ରଭାସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପଢନ୍ତୁ;  ରିଲିଜ ହେଲା Zero ଫିଲ୍ମର ପ୍ରଥମ ଗୀତ ‘ମେରେ ନାମ ତୁ’

Related posts

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ

ENO Beuro

ଜାକର୍ତ୍ତା ଏସିଆଡ଼:ପ୍ରଥମ ଦିବସରେ ଭାରତକୁ ୨ ପଦକ,ବଜରଙ୍ଗଙ୍କୁ ସ୍ବର୍ଣ୍ଣ

ENO Beuro

ଟେଷ୍ଟ ବ୍ୟାଟ୍‍ସମ୍ୟାନ ମାନ୍ୟତା ଶୀର୍ଷ ସ୍ଥାନ ହରାଇଲେ କୋହଲି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More