• Home
  • ASTRO
  • VASTU
  • ଦୁର୍ଭାଗ୍ୟ ପିଛା ଛାଡୁନି , ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ
VASTU

ଦୁର୍ଭାଗ୍ୟ ପିଛା ଛାଡୁନି , ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ

ହିନ୍ଦୁ ସନାତନ ଧର୍ମରେ ତୁଳସୀ ଗଛର ମହତ୍ତ୍ୱ ସବୁଠାରୁ ଉର୍ଦ୍ଧ୍ଵରେ । ତୁଳସୀ ଗଛ ସବୁଠାରୁ ପବିତ୍ର ଓ ଶୁଦ୍ଧ ବୋଲି ମାନ୍ୟତା ରହିଛି। ବିଷ୍ଣୁ ଭଗବାନଙ୍କ ମଥାରେ ତୁଳସୀ ପତ୍ର ଲାଗି ହୁଏ ଓ ଭଗବାନ ବିଷ୍ଣୁଙ୍କ ଭୋଗରେ ମଧ୍ୟ ତୁଲସୀ ପତ୍ରରେ ହିଁ ପାଣି ଛଡାଯାଏ । କେବଳ ଠାକୁରଙ୍କ ନିକଟରେ ଲାଗି କରାଯାଏ ନୁହଁ, ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ।  ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି।

କିମ୍ବଦନ୍ତୀ ରହିଛି , ଦ୍ଵାପର ଯୁଗରେ ଭଗବାନ ବିଷ୍ନୁଙ୍କ କୃଷ୍ଣ ଅବତାରରେ ତାଙ୍କର ଅଷ୍ଟ ପାଟମହିଷୀ ଥିଲେ , ସେଥିମଧ୍ୟରୁ ସତ୍ୟଭାମା ଅନ୍ୟତମ । ସତ୍ୟଭାମାଙ୍କ ମନରେ ଅନେକ ଗର୍ବ ଥିଲା ଯେ , ସେ କୃଷ୍ଣଙ୍କର ସବୁଠାରୁ ପ୍ରିୟ ପତ୍ନୀ । ଏହି ଗର୍ବରେ ସେ ଦିନେ କୃଷ୍ଣ ସମତୂଲ୍ୟ ଓଜନର ଧନ ବ୍ରାହ୍ମଣଙ୍କୁ ଦାନ କରିବାର ଯୋଜନା କଲେ । ଯୋଜନା ମୁତବକ, ଗୋଟେ ନିକିତି ରଖାଗଲା । ଏହି ନିକିତିର ଗୋଟେ ପଟେ ଭଗବାନ କୃଷ୍ଣ ବିରାଜିଲେ ଓ ଅନ୍ୟ ପଟେ ଧନ ରଖାଗଲା । ସତ୍ୟଭାମା ରାଜ୍ୟର ସମସ୍ତ ଧନ ରଖାଇଲେ ମାତ୍ର ତାହା କୃଷ୍ଣଙ୍କ ସମତୂଲ୍ୟ ହେଲାନାହିଁ । ସତ୍ୟଭାମା ଚିନ୍ତାରେ ପଡିଗଲେ ଓ ରୁକ୍ମିଣୀଙ୍କ ନିକଟରେ ସମସ୍ତ ଜଣାଇଲେ । ରୁକ୍ମିଣୀ ହସିଦେଇ ଚିନ୍ତା ନକରିବାକୁ ପରାମର୍ଶ ଦେଲେ । ଏବେ ରୁକ୍ମିଣୀ ଧନ ରଖାଯାଇଥିବା ପଟକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଲେ ଓ ତା ବଦଳରେ ସେଠାରେ ଗୋଟିଏ ତୁଲସୀ ପତ୍ର ରଖିଦେଲେ । ଏଥର ନିକିତିଟି ସମାନ ହୋଇଗଲା । ଏହି ଘଟଣା ସତ୍ୟଭାମାଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ତାଙ୍କ ମନରେ ଥିବା ଗର୍ବ ନଷ୍ଟ କଲା । ସମସ୍ତେ ବୁଝିପାରିଲେ, ତୁଲସୀ ହେଉଛି ଭଗବାନ କୃଷ୍ଣଙ୍କର ସବୁଠାରୁ ପ୍ରିୟ ।

ତେବେ ଆଉ ଗୋଟିଏ କଥା ହୁଏତ ଆପଣମାନେ ଜାଣିନଥିବେ ଯେ ଏହା ମାଧ୍ୟମରେ ଅନେକ ବାସ୍ତୁ ଦୋଷ ମଧ୍ୟ ଦୂର କରାଯାଇପାରେ। ଦୁର୍ଭାଗ୍ୟ ପିଛା ଛାଡୁନଥିଲେ କିମ୍ବା ଘର ସମସ୍ୟା ଲାଗି ରହୁଥିଲେ ଏହାର ସମାଧାନ ପାଇଁ ତୁଳସୀ ପତ୍ରର ବ୍ୟବହାର କରିପାରିବେ। ଏହା ଦ୍ଵାରା ସମସ୍ୟା ଦୂର ହୁଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ତୁଳସୀ ପତ୍ରକୁ ବ୍ୟବହାର କରି ଆପଣ କିପରି ନିଜ ଭାଗ୍ୟ ବଦଳାଇ ପାରିବେ:-

ଜାଣନ୍ତୁ କିପରି

  • ଅନେକ ଚେଷ୍ଟା ସତ୍ତ୍ୱେ ସଫଳତା ମିଳୁ ନଥିଲେ କୌଣସି ଏକ ଗୁରୁବାର ଦିନ ତୁଳସୀ ଗଛକୁ ହଳଦିଆ କପଡ଼ାରେ ବାନ୍ଧି ଅଫିସ୍‌ କିମ୍ୱା ଦୋକାନରେ ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଭାଗ୍ୟ ଫିଟିଥାଏ। ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ଉନ୍ନତି ହୋଇଥାଏ।
  • ତୁଳସୀ ଗଛ ଘର ଅଗଣାରେ ଲଗାଇ ସକାଳ ଓ ସନ୍ଧ୍ୟାରେ ଜଳ ଅର୍ପଣ କରନ୍ତୁ। ଦୀପ, ଧୂପ ମଧ୍ୟ ଦିଅନ୍ତୁ। ଠାକୁର ଘରେ ବିଷ୍ଣୁଙ୍କ ପ୍ରତିମାରେ ୧୧ଟି ତୁଳସୀ ପତ୍ରର ମାଳା ବାନ୍ଧି ଦିଅନ୍ତୁ। ଏପରି କଲେ ଘରକୁ ଧନ ଆସିଥାଏ।
  • ସକାଳୁ ଉଠି ତୁଳସୀ ମା’ଙ୍କୁ ପତ୍ର ତୋଳିବା ନେଇ ପ୍ରଥମେ କ୍ଷମା ପ୍ରାର୍ଥନା କରନ୍ତୁ। ପରେ ୧୧ଟି ପତ୍ର ତୋଳି ଅଟା ଡବାରେ ରଖି ଦିଅନ୍ତୁ। କିଛି ଦିନ ପରେ ଏହାର ପ୍ରଭାବ ଆପଣ ନିଜେ ଜାଣିପାରିବେ। ଏପରି କଲେ ଆପଣଙ୍କ ଘରେ ଅନ୍ନର ଅଭାବ ରହିବ ନାହିଁ ବୋଲି କୁହାଯାଏ।

ଦୁର୍ଭାଗ୍ୟ ପିଛା ଛାଡୁନି , ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ  ଦୁର୍ଭାଗ୍ୟ ପିଛା ଛାଡୁନି , ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ

ପଢନ୍ତୁ,  ଶୁକ୍ରବାର କରନ୍ତୁ ଏହି ଛୋଟ ଉପାୟ , ଆପଣଙ୍କ ଉପରେ ହେବ ମା ଲକ୍ଷ୍ମୀ ଙ୍କ କୃପା

Related posts

ଆପଣ ଜାଣନ୍ତି କି? ଏମିତି କେତେକ ଜିନିଷ ଅଛି ଯାହାକୁ ଛୁଇଁଲେ ଅଶୁଭ ହୋଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସାମଗ୍ରୀ,ଦୂର ହେବ ବାସ୍ତୁଦୋଷ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ମୟୂରପର, ଦୂର ହେବ ଅନେକ ସମସ୍ୟା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More