LIFESTYLE

ଶୀତ ଋତୁରେ ସାଜସଜା ସହିତ ଘରକୁ ଉଷୁମ ରଖିବାର ପ୍ରକୃତିକ ଉପାୟ

By ENO Beuro

December 19, 2017

ଶୀତ ଋତୁରେ ଥଣ୍ଡା ଠାରୁ ବଞ୍ଚିବା ପାଇଁ ଗରମ ପୋଷାକ ପରିଧାନ ସହିତ ଘରକୁ ମଧ୍ୟ ଉଷୁମ ରଖିବା ନିହାତି ଆବଶ୍ୟକ । ଅନେକ ଲୋକ ଘରକୁ ଗରମ ରଖିବା ପାଇଁ ରୁମ ହିଟର ବ୍ୟବହାର କରନ୍ତି । ମାତ୍ର ଏଥିରୁ ବାହାରୁଥିବା ପବନ ଛୋଟ ପିଲା ଓ ଶ୍ଵାସ ରୋଗୀଙ୍କ ପାଇଁ ବହୁତ କ୍ଷତିକାରକ ହୋଇପାରେ । ଆମେ ଆପଣଙ୍କୁ କିଛି ଏପରି ଉପାୟ ବତେଇବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ପ୍ରାକୃତିକ ଉପାୟରେ ଘରକୁ ଉଷୁମ ରଖିପାରିବେ ।

ଘରକୁ ଉଷୁମ ରଖିବାର ଉପାୟ :-

ଶୀତ ଦିନରେ ଘରକୁ ଉଷୁମ ରଖିବା ପାଇଁ ରାତିରେ ରଙ୍ଗ ବେରଙ୍ଗୀ ମହମବତୀ ଜଳାନ୍ତୁ । ଏହା ଆପଣଙ୍କ ଘରକୁ ସୁନ୍ଦର କରିବା ସହିତ ଉଷୁମର ଅନୁଭବ ମଧ୍ୟ ଦେଇଥାଏ ।

ଚମକଦାର ଓ ସ୍ପଞ୍ଜି ଟେକ୍ସଟାଇଲ ବ୍ୟବହାର କରିବା ପାଇଁ ଶୀତଦିନ ସବୁଠାରୁ ଉତ୍କୃଷ୍ଟ । ଘରେ ଯେତେ ଅଧିକ ଉଲ ଓ ଭେଲଭେଟ କୁସନ ବ୍ୟବହାର କରିବେ ସେତେ ଆପଣଙ୍କୁ ଉଷୁମତା ଅନୁଭବ ହେବ ।

ଘରର ସମସ୍ତ ଝରକା ଓ କବାଟରେ ମୋଟା ଓ ଗାଢ ରଙ୍ଗର ପରଦା ଲଗାନ୍ତୁ । ଏହାଫଳରେ ବାହାରୁ ଥଣ୍ଡା ପବନ ଘରେ ପଶିପରିବା ନାହିଁ । ଏହାସହିତ ଗାଢ ରଙ୍ଗ ଆପଣଙ୍କୁ ଉଷୁମର ଅନୁଭବ କରେଇବ ।

ଶୀତଦିନରେ ଘରେ ଗାଢ ରଙ୍ଗର ପେଣ୍ଟ କରନ୍ତୁ , ଯେମିତି କି ଲାଲ , ନୀଳ , ଗାଢ ଶାଗୁଆ । ଏହା ଦ୍ଵାରା ଘରର ସୌନ୍ଦର୍ଜ୍ୟ ବୃଦ୍ଧି ସହିତ ଉଷୁମର ଅନୁଭବ ମଧ୍ୟ ହୋଇଥାଏ ।

ଘରେ ବହୁତ ଅଧିକ ମହମବତୀ ଓ ଲ୍ୟାମ୍ପ ଲଗାଇବା ଦ୍ଵାରା ଉଷୁମ ଅନୁଭବ ହେବ ସହିତ ଆତ୍ମଶାନ୍ତି ମିଳିଥାଏ ।

ପଢନ୍ତୁ , ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ