LIFESTYLE

ଖରାଦିନେ ଘରେ କରନ୍ତୁ ଫେସିଆଲ୍‌: ପାର୍ଲର ଯିବାକୁ ପଡିବନି

ମୁହଁକୁ ଉଜ୍ଜଳ ଓ ଆକର୍ଷଣୀୟ କରିବାକୁ କାହାର ବା ପସନ୍ଦ ନୁହଁ। ଖରାଦିନେ ତ୍ଵଚାକୁ ଯେତେ ଉଜ୍ଜଳ ରଖିବାକୁ ଚେଷ୍ଟା କଲେ ମଧ୍ୟ ତାହା ଉଜ୍ଜଳ ଦିଶେନା। ଖରାକୁ ବାହାରିବା ସମୟରେ ଆପଣଙ୍କ ଚେହେରାରେ ଥିବା ଚମକ କିଛି ସମୟ ପରେ ଆପେ ଆପେ ଗାଏବ ହୋଇଯାଏ। ଫଳରେ ବାରମ୍ବାର ପାର୍ଲର ଯାଇ ସମୟ ନଷ୍ଟ ହେବା ସହ ଖର୍ଚାନ୍ତ ମଧ୍ୟ ହେବାକୁ ପଡିଥାଏ। ମାତ୍ର ଏପରି କିଛି ଉପାୟ ଅଛି ଯାହାକୁ ମାନିଲେ ଆପଣଙ୍କ ଚେହେରା ଆକର୍ଷଣୀୟ ଦେଖାଯିବ। ଆଜି ଆମେ ଘରେ କିପରି ଫେସିଆଲ୍‌ କରି ମୁହଁକୁ ଚିକ୍କଣ ଏବଂ ଉଜ୍ୱଳ କରିପାରିବେ ସେ ବିଷୟରେ ଜାଣିବା।

ମୁହଁକୁ ଫେସିଆଲ କରିବାପାଇଁ ଆବଶ୍ୟକୀୟ ସାମଗ୍ରୀ

ଟମାଟୋ
ଉଷୁମ ପାଣିରେ ଭିଜା ହୋଇଥିବା ଟାୱେଲ୍‌
ଆଲୋବେରା ଜେଲ୍‌
ଚାଉଳ ଚୂନା।

ଆଶନ୍ତୁ ତିଆରି କରିବା ଫେସପ୍ୟାକ

ପ୍ରଥମେ ଆପଣଙ୍କ ମୁହଁକୁ ସଫା କରିବା ପାଇଁ ଗୋଟା ଟମାଟୋକୁ ଦୁଇ ଫାଳ କରି କାଟି ଦିଅନ୍ତୁ। ଏହା ପରେ ଫାଳେ ଟମାଟୋ ନେଇ ମୁହଁରେ ମାଲିସ୍‌ କରନ୍ତୁ। ଏହାକୁ ଦୁଇରୁ ତିନି ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଘଷନ୍ତୁ।

ଏହା ପରେ ଉଷୁମ ପାଣିରେ ଭିଜା ହୋଇଥିବା ଟାୱେଲ୍‌କୁ ନେଇ ଚିପୁଡ଼ି ଦିଅନ୍ତୁ। ଏହା ପରେ ସେହି ଟାୱେଲ୍‌କୁ କିଛି ସମୟ ମୁହଁରେ ପକାଇ ରଖନ୍ତୁ।ପରେ ମୁହଁରେ ଲଗା ହୋଇଥିବା ଟମାଟୋ ରସକୁ ସେହି ଟାୱେଲ୍‌ରେ ପୋଛି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ କିଛି ଆଲୋବେରା ଜେଲ୍‌ ନିଅନ୍ତୁ ସେଥିରେ ଆପଣ ଆବଶ୍ୟକ ଅନୁସାରେ ଚାଉଳ ଚୂନା ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଗୋଳା ଯାଇଥିବା ଚାଉଳ ଏବଂ ଆଲୋବେରା ଜେଲ୍‌କୁ ଆପଣ ମୁହଁରେ ଲଗାଇଦିଅନ୍ତୁ।

ଏହାକୁ ଆପଣ ହାତରେ ଧିରେ ଧିରେ ମସାଜ୍‌ କରିବେ। ଏହି ପରି କିଛି ସମୟ କଲା ପରେ ମୁହଁ ଧୋଇ ଦିଅନ୍ତୁ।
ଏହାକୁ ସପ୍ତାହରେ ଥରେ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚେହେରା ଉଜ୍ଜଳ ଦିଶିବା ଆରମ୍ଭ କରିବ।

ପଢନ୍ତୁ: ନିମ୍ବ ପତ୍ରର ରହିଛି ଅନେକ ଔଷଧୀୟ ଗୁଣ: ଆସନ୍ତୁ ଜାଣିବା ସେଗୁଡିକ କଣ କଣ

Related posts

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ନିୟମିତ ଛତୁଆ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ ଜାଣନ୍ତୁ ?

ENO Beuro

ଆସନ୍ତୁ ଜାଣିବା ଖରା ଦିନେ ଘରକୁ କିପରି ଥଣ୍ଡା ରଖିବେ

ENO Beuro

Leave a Comment