Loading...

ଚଷମା ପିନ୍ଧିବାରୁ ମୁକ୍ତି ଚହୁଁଛନ୍ତି କି! ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଚଷମା ପିନ୍ଧିବାରୁ ମୁକ୍ତି ଚହୁଁଛନ୍ତି କି! ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଦୈନିକ ଜୀବନ ପ୍ରଣାଳୀ ଓ ଖାଦ୍ୟ ପେଅର ପ୍ରଭାବ ଆମ ଆଖି ଉପରେ ପଡିଥାଏ । ଦିନକୁ ଦିନ ଆମ ଦୃଷ୍ଟିଶକ୍ତି କମ ହେବା ସହ ଆମେ ମାନେ ଚଷମାର ଅଧିକ ମାତ୍ରାରେ ବ୍ୟବହାର କରିବାରେ ଲାଗିଲେଣି ।

ଦୈନିକ ଜୀବନ ପ୍ରଣାଳୀ ଓ ଖାଦ୍ୟ ପେଅର ପ୍ରଭାବ ଆମ ଆଖି ଉପରେ ପଡିଥାଏ । ଦିନକୁ ଦିନ ଆମ ଦୃଷ୍ଟିଶକ୍ତି କମ ହେବା ସହ ଆମେ ମାନେ ଚଷମାର ଅଧିକ ମାତ୍ରାରେ ବ୍ୟବହାର କରିବାରେ ଲାଗିଲେଣି । ବିଭିନ୍ନ ପ୍ରକାରର ଔଷଧ ଖାଇବା ସତ୍ୱେ ଆମ ଆଖିର ଦୃଷ୍ଟିଶକ୍ତି ବଢିପାରିନଥାଏ । ତେବେ ଆସନ୍ତୁ ଜାଣିବା କିପରି ଘରୋଇ ଉପାୟରେ ଆପଣ ଆପଣଙ୍କର ଦୃଷ୍ଟିଶକ୍ତି ବୃଦ୍ଧି କରିପାରିବେ ।ଘିଅ ଖାଇବା– ଘିଅ ଏପରି ଏକ ଖାଦ୍ୟ ଯାହା ଆମ ଶରୀରକୁ ପ୍ରତ୍ୟେକ ସମୟରେ ଫାଇଦା ଦେଇଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣ ଦୃଷ୍ଟିଶକ୍ତି ବୃଦ୍ଧି କରିପାରିବେ । ଘିଅ ଛଡା ବାଦାମର ତେଲ ମଧ୍ୟ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ । ଆପଣ ଚାହିଁଲେ କ୍ଷୀରରେ ବାଦାମ ତେଲ ପକାଇ ଖାଇପାରିବେ ।

ମାଛ ତେଲ– ମାଛତେଲ ମଧ୍ୟ ଶରୀର ପାଇଁ ହିତକର ଅଟେ । ବଜାରରେ ମାଛ ତେଲର କ୍ୟାପସୁଲ ମିଳିଥାଏ , ଆପଣ ଏହି କ୍ୟାପସୁଲକୁ ପ୍ରତ୍ୟେକ ଦିନ ଖାଇଲେ ଏହା ମଧ୍ୟ ଆପଣଙ୍କର ଦୃଷ୍ଟିଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ ।

ଜରୁରୀ ପୋଷକ ତତ୍ୱ – ଦୃଷ୍ଟିଶକ୍ତି ବଢାଇବା ପାଇଁ ଭିଟାମିନ ସି, ଫାଲିକ ଏସିଡ, ଭିଟାମିନ ଏ ଜରୁରୀ ପୋଷକ ତତ୍ୱ ଅଟେ । ଯଦି ଆପଣଙ୍କର ଦୃଷ୍ଟିଶକ୍ତି କମ ହେଉଛି ତେବେ ପ୍ରତିଦିନ ସବୁଜ ପରିବା, ଶାଗ, କମଳା, ଧନିଆ, କଖାରୁ ଓ ଗାଜର ଖାଇବା ଦରକାର । ଏହି ସବୁ ପଦାର୍ଥ ଆମ ଆଖିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାନ୍ତି ।

ଘାସରେ ଚାଲିବା – ଯେଉଁ ଲୋକଙ୍କର ଦୃଷ୍ଟିଶକ୍ତି କମ ରହୁଛି ସେମାନେ ପ୍ରତ୍ୟେକ ଦିନ ନିୟମିତ ରୂପେ ଘାସରେ ଚାଲିବା ଆବଶ୍ୟକ । ପ୍ରତ୍ୟେକ ଦିନ ସକାଳୁ ଘାସରେ ନିୟମିତ ଚାଲିବା ଫଳରେ ଆଖି ସୁସ୍ଥ ରହିଥାଏ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.