EnewsOdia.Com

ଚଷମା ପିନ୍ଧିବାରୁ ମୁକ୍ତି ଚହୁଁଛନ୍ତି କି! ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଦୈନିକ ଜୀବନ ପ୍ରଣାଳୀ ଓ ଖାଦ୍ୟ ପେଅର ପ୍ରଭାବ ଆମ ଆଖି ଉପରେ ପଡିଥାଏ । ଦିନକୁ ଦିନ ଆମ ଦୃଷ୍ଟିଶକ୍ତି କମ ହେବା ସହ ଆମେ ମାନେ ଚଷମାର ଅଧିକ ମାତ୍ରାରେ ବ୍ୟବହାର କରିବାରେ ଲାଗିଲେଣି । ବିଭିନ୍ନ ପ୍ରକାରର ଔଷଧ ଖାଇବା ସତ୍ୱେ ଆମ ଆଖିର ଦୃଷ୍ଟିଶକ୍ତି ବଢିପାରିନଥାଏ । ତେବେ ଆସନ୍ତୁ ଜାଣିବା କିପରି ଘରୋଇ ଉପାୟରେ ଆପଣ ଆପଣଙ୍କର ଦୃଷ୍ଟିଶକ୍ତି ବୃଦ୍ଧି କରିପାରିବେ ।

ଘିଅ ଖାଇବା– ଘିଅ ଏପରି ଏକ ଖାଦ୍ୟ ଯାହା ଆମ ଶରୀରକୁ ପ୍ରତ୍ୟେକ ସମୟରେ ଫାଇଦା ଦେଇଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣ ଦୃଷ୍ଟିଶକ୍ତି ବୃଦ୍ଧି କରିପାରିବେ । ଘିଅ ଛଡା ବାଦାମର ତେଲ ମଧ୍ୟ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ । ଆପଣ ଚାହିଁଲେ କ୍ଷୀରରେ ବାଦାମ ତେଲ ପକାଇ ଖାଇପାରିବେ ।

ମାଛ ତେଲ– ମାଛତେଲ ମଧ୍ୟ ଶରୀର ପାଇଁ ହିତକର ଅଟେ । ବଜାରରେ ମାଛ ତେଲର କ୍ୟାପସୁଲ ମିଳିଥାଏ , ଆପଣ ଏହି କ୍ୟାପସୁଲକୁ ପ୍ରତ୍ୟେକ ଦିନ ଖାଇଲେ ଏହା ମଧ୍ୟ ଆପଣଙ୍କର ଦୃଷ୍ଟିଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ ।

ଜରୁରୀ ପୋଷକ ତତ୍ୱ – ଦୃଷ୍ଟିଶକ୍ତି ବଢାଇବା ପାଇଁ ଭିଟାମିନ ସି, ଫାଲିକ ଏସିଡ, ଭିଟାମିନ ଏ ଜରୁରୀ ପୋଷକ ତତ୍ୱ ଅଟେ । ଯଦି ଆପଣଙ୍କର ଦୃଷ୍ଟିଶକ୍ତି କମ ହେଉଛି ତେବେ ପ୍ରତିଦିନ ସବୁଜ ପରିବା, ଶାଗ, କମଳା, ଧନିଆ, କଖାରୁ ଓ ଗାଜର ଖାଇବା ଦରକାର । ଏହି ସବୁ ପଦାର୍ଥ ଆମ ଆଖିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାନ୍ତି ।

ଘାସରେ ଚାଲିବା – ଯେଉଁ ଲୋକଙ୍କର ଦୃଷ୍ଟିଶକ୍ତି କମ ରହୁଛି ସେମାନେ ପ୍ରତ୍ୟେକ ଦିନ ନିୟମିତ ରୂପେ ଘାସରେ ଚାଲିବା ଆବଶ୍ୟକ । ପ୍ରତ୍ୟେକ ଦିନ ସକାଳୁ ଘାସରେ ନିୟମିତ ଚାଲିବା ଫଳରେ ଆଖି ସୁସ୍ଥ ରହିଥାଏ ।

ପଢନ୍ତୁ: କେଶ ଝଡ଼ିବାରୁ ମୁକ୍ତି ଦିଏ ଏହି ତେଲ

ସମ୍ବନ୍ଧିତ ଖବର

ଗରମ ଚା’ ବଢ଼ାଏ ଗଳା କ୍ୟାନ୍‌ସର ଆଶଙ୍କା

Ratnamani Maharana

ହାର୍ଟ ଆଟାକ୍ ହେବାର କିଛି ଦିନ ଆଗରୁ ମିଳିଥାଏ ଏହି ବଡ ସଙ୍କେତ; ଜାଣନ୍ତୁ କିପରି

Ratnamani Maharana

ଏହିସବୁ ରଙ୍ଗ ଘରକୁ ଦେଇଥାଏ ଜବରଦସ୍ତ ଲୁକ୍‌

Ratnamani Maharana

ଘରର ମୁଖିଆ ଗୁରୁବାର ଦିନ ଏହି ତିନୋଟି କାମ କରିବା ଉଚିତ ନୁହେଁ, ଜାଣନ୍ତୁ କଣ

Ratnamani Maharana

କାଇଁଚ ମୂଳରୁ ଭଲ କରିଥାଏ ଶରୀରର ଏହି ସବୁ ରୋଗ

Ratnamani Maharana

ମହିଳାଙ୍କ ପାଇଁ ବରଦାନ ଅଟେ କସ୍ତୁରୀମେଥି

Ratnamani Maharana