News

କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

raj

ପରିସ୍ଥିତିର ମୁକାବିଲା ପାଇଁ ଯଥାସମ୍ଭବ ସହାୟତା ପ୍ରଦାନ ନେଇ ରାଜ୍ୟ ସରକାରଙ୍କୁ ରାଜନାଥ ସିଂହଙ୍କ ପ୍ରତିଶ୍ରୁତି

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ରବିବାର କେରଳର ବନ୍ୟା/ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କ ସହ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କେ ଜେ ଆଲଫୋନ୍ସ, ଏନଡିଆରଏଫ୍ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଏବଂ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଥିଲେ।

ରାଜନାଥ ସିଂହ ଆକାଶମାର୍ଗରୁ ଆଦିମାଲି, ଆଲୁଭା, ପାରାଭୁରତାଲକ, ଚେରୁଥୋନି-ଇଡୁକି ଡ୍ୟାମ୍ ଏବଂ ନଦୀ ତଳିଆ ଅଞ୍ଚଳର ଅବସ୍ଥା ଦେଖିଥିଲେ । ଏଥିସହ ସେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ରାଜ୍ୟ ସରକାରଙ୍କ ମନ୍ତ୍ରୀସମୂହ, ମୁଖ୍ୟ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ ।

raj

ମନ୍ତ୍ରୀମାନେ ରିଲିଫ କ୍ୟାମ୍ପ ବୁଲିବା ସହ ସେଠାରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ ଆଲୋଚନା କରିଥିଲେ । ବନ୍ୟା ପରିସ୍ଥିତିର ମୁକାବିଲା ସହ ପ୍ରଭାବିତ ଅଞ୍ଚଳ ଏବଂ ରିଲିଫ କ୍ୟାମ୍ପରେ ଲୋକମାନଙ୍କୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ଅତ୍ୟାବଶ୍ୟକ ସହାୟତାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।

ଚଳିତ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ କେରଳର ଅନେକ ଭାଗ ପ୍ରବଳ ବର୍ଷା ଓ ବର୍ଷାଜନିତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ତ୍ରିସୁର, ଏର୍ଣ୍ଣାକୁଲମ, କୋଝିକୋଡ୍, ଇଡୁକି, ୱେନାଦ୍ ଏବଂ ଆଲାପୁଝା ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ପ୍ରଶାସନକୁ ସହାୟତା କରିବା ପାଇଁ ଏନଡିଆରଏଫର ୧୪ଟି ଟିମରେ ୪୦୪ଜଣ ଯବାନ ଏବଂ ୩୧ଟି ବୋଟ ମୁତୟନ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ଜରୁରି ସ୍ଥିତିରେ ରିଲିଫ ସାମଗ୍ରୀ ଓ ଔଷଧ ପହଞ୍ଚାଇବାରେ ମଧ୍ୟ ଏମାନେ ସହାୟତା କରୁଛନ୍ତି।

ଏଥିସହ ସେନା, ନୌସେନା ଓ ତଟରକ୍ଷୀ ବାହିନୀର ଯଥେଷ୍ଟ ସଂଖ୍ୟକ ଟିମ୍ ମୁତୟନ କରାଯାଇଛି। ବାୟୁସେନା, ନୌସେନା ଓ ତଟରକ୍ଷୀ ବାହିନୀର ହେଲିକପ୍ଟରଗୁଡ଼ିକ ମଧ୍ୟ ରାଜ୍ୟ ପ୍ରଶାସନକୁ ସହାୟତା ଓ ପ୍ରଭାବିତ ଅଞ୍ଚଳରେ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ନିୟୋଜିତ କରାଯାଇଛି।

ପଢନ୍ତୁ;ପୂର୍ବତନ ସାଂସଦ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ସୋମନାଥ ଚାଟାର୍ଜିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Related posts

ଆଜିଠୁ ସଂସଦର ମୌସୁମୀ ଅଧିବେଶନ:୬୭ ବିଲ୍‌, ୧୯୮ ଘଣ୍ଟାର କାର୍ଯ୍ୟକାଳ

ENO Beuro

ବ୍ରିଜ୍ ତଳେ ପଡିଛି ପୁଳା ପୁଳା ଔଷଧ

ENO Beuro

୮୬ ବର୍ଷରେ ପଦାର୍ପଣ କଲେ ମନମୋହନ ସିଂହ

ENO Beuro

1 comment

Leave a Comment