ଜନଗଣନା-୨୦୨୧ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

hm

ନୂଆଦିଲ୍ଲୀରେ ଶୁକ୍ରବାର ଦିନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଅଫିସ ଅଫ୍ ରେଜିଷ୍ଟ୍ରାର ଜେନେରାଲ ଏବଂ ସେନ୍ସସ୍କ ମିଶନରଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗଉବା, ଆରଜିଆଇ ଶ୍ରୀ ଶୈଳେଶ ଏବଂ ଆରଜିଆଇ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅଧିକାରୀମାନଙ୍କ ସହ ଜନଗଣନାର ରୋଡମାପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଜନଗଣନା ଶେଷ ହୋବର ତିନି ବର୍ଷ ମଧ୍ୟରେ ଯେପରି ଏହାର ତଥ୍ୟ ଚୂଡ଼ାନ୍ତ ହୋଇପାରିବ ସେଥିପାଇଁ ଟେକ୍ନୋଲୋଜିରେ ବିକାଶ ସକାଶେ ପରାମର୍ଶ ଦେଇଥିଲେ । ଏବେ ତଥ୍ୟ ଚୂଡ଼ାନ୍ତ କରିବାକରୁ ୭/୮ ବର୍ଷ ସମୟ ଲାଗି ଯାଉଛି । ଇତିମଧ୍ୟରେ ଜନଗଣନା-୨୦୨୧ କାର୍ଯ୍ୟ ପାଇଁ ୨୫ ଲକ୍ଷ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ସେ କହିଥିଲେ। ପ୍ରଥମ ଥର ପାଇଁ ଏହି ଜନଗଣନାରେ ଓବିସି ମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଘର ଗୁଡ଼ିକୁ ଲିଷ୍ଟିଂ କରିବାକୁ ମ୍ୟାପ୍/ଜିଓରେ ଫରେନ୍ସିଂର ସହାୟତା ନେଇ ବିଚାର ଚାଲିଛି।

hm

ନମୂନା ସର୍ବେକ୍ଷଣ ପଦ୍ଧତିରେ ବିକାଶ ପାଇଁ ସାମାଜିକ ପଂଜିକରଣ ପ୍ରକ୍ରିୟା, ବିଶେଷ କରି ଆଭ୍ୟନ୍ତର ଅଞ୍ଚଳରେନ୍ମ ଓ ମୃତ୍ୟୁ ପଞ୍ଜିକରଣକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।

ପଢନ୍ତୁ; ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More