News

୮ ଗୁଜବ ସୃଷ୍ଟିକାରୀ ଆକାଉଣ୍ଟ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

Rtsr1pd 770x433 1 750x430

ଜମ୍ମୁ-କାଶ୍ମୀରରେ ଦୂରଭାଷ ସହ ଇଣ୍ଟରନେଟ୍ ସେବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ତରଫରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ୮ ଟି ଆକାଉଣ୍ଟ୍ ବନ୍ଦ କରିବା ପାଇଁ କୁହାଯାଇଛି । କଶ୍ମୀରରେ ସ୍ଥିତି ସ୍ୱାଭାବିକ ରହିଥିଲେ ମଧ୍ୟ ଗୁଜବ ସୃଷ୍ଟି କରୁଛନ୍ତି ନିର୍ଦ୍ଦିଷ୍ଟ ୮ଟି ଟ୍ୱିଟର ଆକାଉଣ୍ଟ। ଏହା ମାଧ୍ୟମରେ ଦେଶରେ ସାଂପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି ଓ କେତେକ ନିର୍ଦ୍ଦିଷ୍ଟ ଟ୍ଵିଟର ହାଣ୍ଡଲକୁ ବ୍ଲକ୍‌   କରିବାକୁ ଟ୍ଵିଟର ଇଣ୍ଡିଆକୁ କୁହାଯାଇଛି ।  ଏହି ଟ୍ଵିଟର ହାଣ୍ଡଲଗୁଡ଼ିକ ହୁରିୟାତ ନେତା ସହୟ ଅଲି ଶାହ ଗିଲାନୀଙ୍କ ଲୋକମାନେ ଚଳାଉଥିବା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ଟ୍ଵିଟର ହାଣ୍ଡଲ ଗୁଡ଼ିକ ହେଲେ 1. @kashmir787 — Voice of Kashmir,2. @Red4Kashmir — MadihaShakil Khan, 3. @arsched — Arshad Sharif, 4. @mscully94 — Mary Scully, 5. @sageelaniii — Syed Ali Geelani, 6. @sadaf2k19
7. @RiazKha61370907, 8. RiazKha723  ।

 

କେନ୍ଦ୍ର ଗୃହ ସଚିବ ଏହି ସବୁ ଆକାଉଣ୍ଟକୁ ବନ୍ଦ କରିବାକୁ ସୁପାରିସ କରି କହିଛନ୍ତି, ଏହି ଆକାଉଣ୍ଟଗୁଡ଼ିକ ଗୁଜବ ଏବଂ ଭୁଲ ସୂଚନା ଦେଇ କଶ୍ମୀର ଉପତ୍ୟକାରେ ଶାନ୍ତି ଏବଂ ସ୍ଥିରତାରେ ବାଧା ଉପୁଜାଇବାର ଅପପ୍ରୟାସ କରୁଛନ୍ତି। କଶ୍ମୀର ଉପତ୍ୟକାରେ ଇଣ୍ଟରନେଟ୍‌ ଏବଂ ମୋବାଇଲ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଥିଲେ ମଧ୍ୟ ଏହି ଟ୍ୱିଟର ଆକାଉଣ୍ଟଗୁଡ଼ିକ ସକ୍ରିୟ  ରହିଛି।

 

ପଢନ୍ତୁ: ଧାରା ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ସାଥ୍‌ ଦେଉନାହାନ୍ତି ଦୁନିଆର କୌଣସି ଦେଶ

Related posts

ବଦଳିବନି ସୁନ୍ଦରୀର ଠିକଣା

Ratnamani Moharana

ଆଜିଠାରୁ ସଂସଦର ଶୀତ ଅଧିବେଶନ

ENO Beuro

ପାଗଳ ବେଶରେ ବିଦ୍ୟାଳୟ ପରିଦର୍ଶନରେ ଆସିଲେ ବିଇଓ, ଛଦ୍ମବେଶରେ ଆସି ହଟହଟା ହେଲେ

Ratnamani Moharana

Leave a Comment