ଏସିଡିଟି ସମସ୍ୟା ? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ କିଛି ସାଧାରଣ ଘରୋଇ ଉପାୟ

ଏସିଡିଟି ସମସ୍ୟା ? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ କିଛି ସାଧାରଣ ଘରୋଇ ଉପାୟ

ଏସିଡିଟି ସମସ୍ୟା ଏବେ ଏକ ସାଧାରଣ କଥା ହେଇଗଲାଣି । ପ୍ରାୟତଃ ଅଧା ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ । ବହୁ ମସଲା ଜାତୀୟ ଖାଦ୍ୟ ଖାଇଲେ ଏସିଡିଟି ସମସ୍ୟା ପ୍ରାୟ ସମସ୍ତଙ୍କୁ ଭୋଗିବାକୁ ପଡିଥାଏ । ଏସିଡିଟି ପାଇଁ ଭାରୀ ଭାରୀ ଲାଗିବା ସହ ଛାତିରେ ପୋଡା ଓ ପେଟକଟା କଷ୍ଟ ହୋଇଥାଏ।

ଏସିଡିଟି ସମସ୍ୟାର ଶୀଘ୍ର ଉପଚାର ପାଇଁ ଆମେମାନେ ଔଷଧ ଖାଇଥାଉ । କିନ୍ତୁ ସର୍ବଦା ଔଷଧ ଖାଇବାଟା ବି ଭଲ ନୁହେଁ । ଏସିଡିଟିକୁ ଦୂର କରିବା ପାଇଁ କିଛି ସାଧାରଣ ଘରୋଇ ଉପାୟ ଅଛି । ସେହି ଉପାୟ ସବୁ ଜାଣନ୍ତୁ ଓ ନିତ୍ୟ ଔଷଧ ସେବନଠାରୁ ଦୂରେଇ ଯାଆନ୍ତୁ ।

ଭୂଶଙ୍ଗା ପାତ୍ର : ଦୁଇ ପାଖୁଡା ଭୂଶଙ୍ଗା ପାତ୍ରକୁ ଏକ କପ୍‌ ପାଣିରେ ଭଲ ଭାବରେ ଫୁଟାଇ ଦିଅନ୍ତୁ । ପରେ ଛାଣି ପିଅନ୍ତୁସ୍ୱାଦ ଭଲ ନଲାଗିଲେ ସାମାନ୍ୟ ଲୁଣ କିମ୍ବା ଚିନି ମିଶାଇ ପାରିବେ । ଏହାକୁ ପିଇଲେ ଏସିଡିଟିରୁ ମୁକ୍ତି ମିଳିଥାଏ ।

ପାନମଧୁରୀ : ଏସିଡିଟି ଦୂର କରିବାରେ ପାନମଧୁରୀର ଭୂମିକା ଅନେକ ବେଶୀ । ଦୁଇ ଚାମଚ ପାନମଧୁରୀକୁ ଏକ କପ୍‌ ପାଣିରେ ଭଲ ଭାବରେ ଫୁଟାଇ ଦିଅନ୍ତୁ । ପାଣି ଫୁଟି ଅଧା ହୋଇଗଲେ ତାକୁ ଥଣ୍ଡା ହେବାକୁ ରଖି ଦିଅନ୍ତୁ । ପରେ ଛାଣି ପିଅନ୍ତୁସ୍ୱାଦ ଭଲ ନଲାଗିଲେ ସାମାନ୍ୟ ଲୁଣ ମିଶାଇ ପାରିବେ ।

ଅଁଳା : ଯଦି ସବୁବେଳେ ଏସିଡିଟି ସମସ୍ୟା ରହୁଛି ତେବେ ଅଁଳା ଖାଆନ୍ତୁ । ଅଁଳା ବଜାରରେ ମଧ୍ୟ ସହଜରେ ଉପଲବ୍ଧ । କଞ୍ଚା ଅଁଳା ସହ ଶୁଖିଲା ଅଁଳା ମଧ୍ୟ ବଜାରରେ ମିଳୁଛି । ଉଭୟଙ୍କୁ ଆପଣ ଏସିଡିଟି ଦୂର କରିବା ପାଇଁ ଖାଇ ପାରିବେ। 

ତୁଳସୀ ପତ୍ର : ତୁଳସୀ ଏକ ଔଷଧୀୟ ବୃକ୍ଷ । ଯାହା ଥଣ୍ଡା କାଶ ଦୂର କରିବା ସହ ଏସିଡିଟିରୁ ରକ୍ଷା କରିଥାଏ । ସକାଳେ ଏହାକୁ ବ୍ୟବହାର କରନ୍ତୁ । 

ପୁଦିନା ପତ୍ର : ପୁଦିନା ପତ୍ର କୁ ଚୋବାଇ ଖାଇଲେ ଏହି ସମସ୍ୟା ରୁ ସଙ୍ଗେ ସଙ୍ଗେ ଉପକାର ମିଳେ ।

ଜୀରା : ଜୀରା ପେଟକଟାଶ୍ୱାସ ଓ ଏସିଡିଟି ମାମଲାରେ ବହୁ ଉପଯୋଗୀ । ଜୀରାକୁ ଲୁଣ ସହ ଖାଇଲେ ଏସିଡିଟିରୁ ମୁକ୍ତି ମିଳିଥାଏ ।

ହଳଦୀ : ଦହିରେ ହଳଦୀ ମିଶାଇ ଖାଇଲେ କଫ ଓ ଏସିଡିଟି କଷ୍ଟ ଦୂର ହୋଇଥାଏ । 

ଏସିଡିଟି ସମସ୍ୟା ? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ କିଛି ସାଧାରଣ ଘରୋଇ ଉପାୟ

କର୍ପୁର ର ଘରୋଇ ଉପଚାର ଓ ବ୍ୟବହାର