LIFESTYLE

ଦେହର ଦୁର୍ଗନ୍ଧ ଝାଳ ପାଇଁ ଅନ୍ୟମାନଙ୍କ ପାଖରେ ଲଜ୍ଜିତ ହେଉଛନ୍ତି କି ? ଅପାଣନ୍ତୁ ଏହି ଉପାୟ

ଦେହର ଦୁର୍ଗନ୍ଧ ଝାଳ ପାଇଁ ଅନ୍ୟମାନଙ୍କ ପାଖରେ ଲଜ୍ଜିତ ହେଉଛନ୍ତି କି ? ଅପାଣନ୍ତୁ ଏହି ଉପାୟ

ଶରୀରରୁ ଝାଳ ନିର୍ଗତ ହେବା ବିଜ୍ଞାନ ମତରେ ଏକ ସାଧାରଣ ପ୍ରକ୍ରିୟା । ଗରମ ଅନୁଭବ କଲେ କିମ୍ବା ପରିଶ୍ରମ କଲେ ମନୁଷ୍ୟ ଶରୀରରୁ ଝାଳ ନିର୍ଗତ ହୁଏ । ଅନ୍ୟଦିନମାନଙ୍କ ଠାରୁ ଗ୍ରୀଷ୍ମ ଋତୁରେ ଅପେକ୍ଷାକୃତ ଅଧିକ ଝାଳ ବାହାରେ । ଏହା ସମ୍ପୂର୍ଣ ଭାବରେ ଏକ ସାଧାରଣ ଶାରୀରିକ ପ୍ରକ୍ରିୟା । ମାତ୍ର କିଛି ଲୋକଙ୍କର ଝାଳବି ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ହୋଇଥାଏ , ଯେଉଁଥି ପାଇଁ ସେମାନଙ୍କୁ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜାର ପାତ୍ର ହେବାକୁ ପଡେ । ବିଜ୍ଞାନ ମତରେ ଏହା ଆମ ଶରୀରର ହରମୋନର ଅସନ୍ତୁଳ ଫଳରେ ହୋଇଥାଏ । ଆସନ୍ତୁ ଏଥିରୁ ମୁକ୍ତି ପାଇବାର କିଛି ପ୍ରକୃତିକ ଉପାୟ :-

  • ଗୋଲାପ ଫୁଲ ପାଣିରେ ଗାଧୋଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସେଥିପାଇଁ ଗୋଲାପ ଫୁଲ ପାଖୁଡ଼ାକୁ କୁଣ୍ଡରେ ପକାନ୍ତୁ। କିଛି ସମୟ ପରେ ସେହି ପାଣିରେ ଗାଧୋଉନ୍ତୁ। ଆପଣ ଝାଳର ସମସ୍ୟାରୁ ମୁକ୍ତି ପାଇବେ।
  • ମଲ୍ଲୀ ଫୁଲକୁ ପାଣିରେ ପକାନ୍ତୁ। ଏହି ପାଣିରେ ଗାଧାନ୍ତୁ। ଏହା କରିବା ଦ୍ୱାରା ଝାଳ ସମସ୍ୟାରୁ ମୁକ୍ତି ପାଇବେ ଓ ଦିନସାରା ଆପଣଙ୍କୁ ଫ୍ରେସ୍‌ ଲାଗିବ। ଶାରୀରିକ ଓ ମାନସିକ ଅଶାନ୍ତି ଦୂର ହୋଇଯିବ।
  • କିଛି ବୁନ୍ଦା ଦେହ ଲଗା ତେଲ ବାଥ ଟବ୍‌ ପକାଇ ଗାଧାନ୍ତୁ।
  • କିଛି ନିମ୍ବ ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ। ପରେ ତାକୁ ଥଣ୍ଡା କରି ଗାଧାନ୍ତୁ।
  • ବାଲ୍‌ଟିଏ ପାଣିରେ ଲୁଣ ଓ ଏକ ଚାମଚ ଡିୟୋ ମିଶାଇ ଗାଧାନ୍ତୁ। ଫଳରେ ଦିନ ତମାମ ଆପଣଙ୍କ ଶରୀର ମହକିବ।
  • ଗାଧୋଇବା ପାଣିରେ କିଛି ଲେମ୍ବୁରସ ପକେଇ ସ୍ନାନ କଲେ , ସୁଫଳ ମିଳେ ।

ଦେହର ଦୁର୍ଗନ୍ଧ ଝାଳ ପାଇଁ ଅନ୍ୟମାନଙ୍କ ପାଖରେ ଲଜ୍ଜିତ ହେଉଛନ୍ତି କି ? ଅପାଣନ୍ତୁ ଏହି ଉପାୟ

ପଢନ୍ତୁ, ୪ ବର୍ଷର ବ୍ୟବଧାନ, ସାର୍ଥକ ପାଇଁ ଆଉଥରେ ସଫଳତା ଆଣିବ ତ?

Related posts

ଦୈାଡ଼ିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ ,ନଚେତ ଶରୀର ଉପରେ ପଡିପାରେ ନକରାତ୍ମକ ପ୍ରଭାବ

ENO Beuro

ରକ୍ତଚାପଜନିତ ଅସୁବିଧାକୁ ଦୂର କରିବାକୁ ଖାଆନ୍ତୁ “ରାଶି ଲଡୁ” ,ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

ENO Beuro

ଲାଲ ମକା କେବେ ଖାଇଛନ୍ତି କି? ଏହା ମୁଖ କର୍କଟ ଓ ସ୍ତନ କର୍କଟ ରୋକିବାରେ ସାହାଯ୍ୟ କରିଥାଏ! ଜାଣିରଖନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

1 comment

Leave a Comment