LIFESTYLE

ନିଜର ଶ୍ୟାମଳ ରଙ୍ଗକୁ ନେଇ ଚିନ୍ତିତ ଅଛନ୍ତି କି ? ଆସନ୍ତୁ ଜାଣିବା ଶ୍ୟାମଳ ରଙ୍ଗକୁ ଦୂର କରିବାର ଘରୋଇ ଉପଚାର

କିଛି ଲୋକ ବିଶେଷ କରି ଝିଅ ମାନେ ନିଜର ଶ୍ୟାମଳ ରଙ୍ଗକୁ ନେଇ ବେଶ୍‌ ଚିନ୍ତିତ ଥାଆନ୍ତି ।  ଗୋରା ରଙ୍ଗ ସମସ୍ତଙ୍କୁ ପସନ୍ଦ ଥାଏ । ମାତ୍ର କିଛି ଘରୋଇ ଉପଚାର ଦ୍ୱାରା ଶ୍ୟାମଳ ରଙ୍ଗରେ ଉଜ୍ଜଳତା ଆସିଥାଏ।  ଆସନ୍ତୁ ଜାଣିବା ଶ୍ୟାମଳ ରଙ୍ଗକୁ ଦୂର କରିବାକୁ ଘରୋଇ ଉପଚାର ସଂପର୍କରେ ;

-ଏକ ଚାମଚ ବେସନରେ ଦୁଇ ଚାମଚ ନଖଉଷୁମ କ୍ଷୀର ବା କଞ୍ଚା କ୍ଷୀରକୁ ନେଇ ଘୋଳ ପ୍ରସ୍ତୁ କରନ୍ତୁ । ସବୁବେଳେ ସାବୁନ କିମ୍ବା ଫେସ୍‌ୱାସ୍‌ କ୍ରିମ୍‌ରେ ମୁହଁ ଧୋଇବା ବଦଳରେ ଏହି ବେସନ ଘୋଳରେ ମୁଁହ ଧୋଇବା ଅଧିକ ଲାଭଦାୟକ । ଘୋଳକୁ ନେଇ ହାଲକା ଭାବରେ ମୁହଁରେ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ମାଲିସ୍‌ କରନ୍ତୁ । ଏହା ପରେ ସାଧାରଣ ପାଣିରେ ମୁହଁକୁ ଧୋଇଦେବେ । ସପ୍ତାହକୁ ଦୁଇ ତିନି ଥର ଏଭଳି କଲେ ତ୍ୱଚାରେ ଚମକ ଆସିଥାଏ  ।  ବିଶେଷ କରି ଶୀତ ଦିନରେ ଚେହେରାର ରୁକ୍ଷତାକୁ ଦୂର କରିବାରେ ଏହା ବେଶ ଫଳପ୍ରଦ ହୋଇଥାଏ ।

-ଏହା ସହିତ ବେସନ ଘୋଳରେ ବଟା ହଳଦୀ, ଚନ୍ଦନ କିମ୍ବା ମହୁ ମିଶାଯାଏ ତାହା ହେଲେ ଶ୍ୟାମଳ ରଙ୍ଗ ଦୂର କରିବାରେ ଏହା ବେଶ ସହାୟକ ହୋଇଥାଏ ।

-ଚାରୋଟି ବାଦାମ ଗିରିକୁ ସକାଳେ ପାଣିରେ ଭିଜାଇ ଦେବ । ସନ୍ଧ୍ୟାରେ ଭିଜା ବାଦାମରୁ ଚୋପା ଛଡ଼ାଇ ତାକୁ ଦୁଇ ଚାମଚ ଗାଈ ବା ମଈଁଷି ଦୁଧରେ ପକାଇ ଶିଳରେ ଉତ୍ତମ ଭାବେ ବାଟି ନେବ । ଏହି ଘୋଳକୁ ରାତିରେ ଶୋଇବା ବେଳେ ଚେହେରାରେ ଲେପ ଦେଇ ଶୋଇଯିବ । ସାକାଳେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦେବେ । ଲଗାତାର ୧୫ ଦିନ ଏହି ଲେପକୁ ପ୍ରୟୋଗ କଲେ ଚେହେରାର ରଙ୍ଗରେ ପରିର୍ବତ୍ତନ ହୋଇଥାଏ । ବାଦାମ କ୍ଷୀର ଚର୍ମକୁ କୋମଳ ସବୁବେଳେ କୋମଳ ରଖିଥାଏ ।

-ସକାଳେ କାକରବିନ୍ଦୁ କିମ୍ବା କଞ୍ଚା କ୍ଷୀରର ଫେଣକୁ ନିୟମିତ ମୁହଁରେ ମାଲିସ କଲେ ଚେହେରାରେ ରଙ୍ଗ ଫିଟିଥାଏ।

-ସେହିପରି ପୋଦିନା ପତ୍ରକୁ ବାଟି ସକାଳେ ଓ ସନ୍ଧ୍ୟାରେ ମୁହଁରେ ଲେପ ଦ୍ୱାରା ଚେହେରାର ରଙ୍ଗ ପରିବର୍ତ୍ତନ ହୋଇଥାଏ । ଏହାଦ୍ୱାରା ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ପଢନ୍ତୁ ; 

ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କୁ କଣ କଣ ଲାଭ ମିଳିଥାଏ ; ଆସନ୍ତୁ ଜାଣିବା

Related posts

ଖରାଦିନେ ବେଲପଣା ପିଇବା ଦ୍ଵାରା କି କି ଲାଭ ମିଳିଥାଏ ଜାଣନ୍ତୁ ?

ENO Beuro

ଗୋରା ଓ ସୁନ୍ଦର ତ୍ଵଚା ପାଇଁ ବ୍ୟବହାର କରନ୍ତୁ ଆଳୁର ଫେସପ୍ୟାକ୍

ENO Beuro

ପାଟିକୁ ସତେଜ ଅନୁଭବ ଦେଉଥିବା ଏହି ପତ୍ରର ଚମତ୍କାରୀ ଔଷଧୀୟ ଗୁଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More