LIFESTYLE

କେଶ ସମସ୍ୟାକୁ ଦୂର କରେ ଗେଣ୍ଡୁ ଫୁଲ ,ଜାଣନ୍ତୁ କିପରି ?

ଆଜିକାଲି ଜନସଂଖ୍ୟା ବଢ଼ିବା ସହ ପ୍ରଦୂଷଣ ମଧ୍ୟ ବଢ଼ୁଛି । ଏହାର ପ୍ରଭାବ ସିଧା ଆମମାନଙ୍କ ଉପରେ ହିଁ ପଡ଼ୁଛି । ପ୍ରଦୂଷଣ ପାଇଁ ବିଭିନ୍ନ ରୋଗ ସୃଷ୍ଟି ହେଉଥିବା ବେଳେ କେଶର ସମସ୍ୟା ସେଥିରୁ ଗୋଟେ । କେଶ ଝଡ଼ିବା ସହ ରୁପି ହେବା ଏବେ ଏକ ସାଧାରଣ କଥା ହୋଇଗଲାଣି ।ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଲୋକମାନେ ବଜାରରେ ମିଳୁଥିବା ସମଗ୍ରୀକୁ ଆପଣାଉ ଛନ୍ତି । କିନ୍ତୁ  ତା’ର କିଛି ଭଲ ପ୍ରଭାବ ଦେଖିବାକୁ ମିଳୁ ନାହିଁ । ତେବେ ଆସନ୍ତୁ ଜାଣିବା ଗେଣ୍ଡୁ ଫୁଲରେ କେଶର ଯତ୍ନ କେମିତି ନେବା ।

ଗେଣ୍ଡୁ ଫୁଲର ଘରୋଇ ଉପଚାର

ମୁଣ୍ଡ କୁଣ୍ଡେଇ ହେଉଥିଲେ ବାହାରର ରସାୟନ ଜିନିଷ ବ୍ୟବହାର ନ କରି ଆପଣ ଗେଣ୍ଡୁ ଫୁଲକୁ ବ୍ୟବହାର କରି ପାରିବେ। ଗେଣ୍ଡୁ ଫୁଲ ତା’ର ଆଣ୍ଟିବାକ୍ଟେରିୟାଲ, ଆଣ୍ଟିଇମ୍ପ୍‌ଫ୍ଲାମେଣ୍ଟାରି ଗୁଣ ପାଇଁ ବେଶ ଜଣାଶୁଣା।

ପ୍ରଥମେ ୪ଟି ଗେଣ୍ଡୁ ଫୁଲ, ୫୦୦ମିଲିଲିଟର ପାଣିଏବଂ ଅଧା କଟା ଲେମ୍ବୁ ନିଅନ୍ତୁ, ତା ପରେ ୪ଟି ଗେଣ୍ଡୁ ଫୁଲକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ଫୁଟି ଗଲା ପରେ ସେଥିରେ ଲେମ୍ବୁର ରସକୁ ଚିପୁଡ଼ି ଦିଅନ୍ତୁ । ମିଶ୍ରଣ ତିଆରି ହୋଇଯିବା ପରେ ସାମ୍ପୋ କରିବା ପୂର୍ବରୁ ଏହାକୁ ମୁଣ୍ଡରେ ଭଲ କରି ମାଲିସ କରନ୍ତୁ । ଏହା ପରେ କିଛି ସମୟ ଛାଡ଼ି ବ୍ୟବହାର କରୁଥିବା ସାମ୍ପୋରେ ମୁଣ୍ଡକୁ ଭଲ କରି ସଫା କରି ନିଅନ୍ତୁ ।

ସଫା କରିବା ପରେ ଏହାକୁ ପ୍ରାକୃତିକ ଭାବେ ଶୁଖିବାକୁ ଦିଅନ୍ତୁ । କାରଣ ହେୟାର ଡ଼୍ରାୟର ଦ୍ୱାରା ଶୁଖାଇଲେ ତାହା ମୁଣ୍ଡ କୁଣ୍ଡିଆକୁ ବଢ଼ାଇଥାଏ । ସପ୍ତାହକୁ ୨-୩ଥର ଏପରି କଲେ ଆପଣଙ୍କ ଅସୁବିଧା ଦୂର ହେବ ।

ପଢନ୍ତୁ ;

ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି କି ? ଓଜନ କମାଇବାକୁ ପିଅନ୍ତୁ ଏହି ପାନୀୟ

Related posts

ନିର୍ବନ୍ଧ ମୁଦିକୁ ଏହି ଆଙ୍ଗୁଠିରେ କାହିଁକି ପିନ୍ଧାଯାଇଥାଏ ?ଆସନ୍ତୁ ଜାଣିବା

ENO Beuro

ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ENO Beuro

ମହିଳାଙ୍କୁ କାହିଁକି କୁହାଯାଏ ରହସ୍ୟମୟୀ,ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More