LIFESTYLE

ଜାଣନ୍ତୁ କିଛି ଘରୋଇ ଖାଦ୍ୟ ବିଷୟରେ ଯାହା ଆପଣଙ୍କୁ ଔଷଧ ଠାରୁ ଦୂରରେ ରଖିବ

ଜାଣନ୍ତୁ କିଛି ଘରୋଇ ଖାଦ୍ୟ ବିଷୟରେ ଯାହା ଆପଣଙ୍କୁ ଔଷଧ ଠାରୁ ଦୂରରେ ରଖିବ

ଦୈନଦିନ ଜୀବନରେ ଆମେମାନେ ଏତେ କାର୍ଜ୍ୟବ୍ୟସ୍ତତା ମଧ୍ୟରେ ରହୁଛେ ଯେ ନିଜର ସଠିକ ଯତ୍ନ ନେଇପାରୁନେ । ସ୍ୱାସ୍ଥ୍ୟପ୍ରତି ଅବହେଳା କରି ବିଭିର୍ଣ୍ଣ ରୋଗରେ ପୀଡିତ ହଉଛେ ଏବୋଂ ଏହାର ତୁରନ୍ତ ଉପସମ ପାଇଁ ଔଷଧ ବ୍ୟବହାର କରୁଛେ । ବହୁ ପରିମାଣର ଔଷଧ ବ୍ୟବହାର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନି କାରକ । କିନ୍ତୁ ଏଠାରେ ଆମେ ଏମିତି କିଛି ଘରୋଇ ଖାଦ୍ୟ କଥା କହିବୁ ଯାହା ଆପଣଙ୍କୁ ଔଷଧ ଠାରୁ ଦୂରରେ ରଖିବ ।

ହଳଦୀ

ହଳଦୀ ବଜାରରେ ଉପଲବ୍ଧ ଆଂଟିବାୟୋଟିକ୍ସ ମେଡିସିନଠାରୁ କିଛି କମ୍ ନୁହେଁ । ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା ସହ ଫୁଲା କମାଇବାରେ ଏହା ସାହାର୍ଯ୍ୟ କରେ । ହଳଦୀକୁ ଚା କିମ୍ବା ଉଷୁମ କ୍ଷୀରରେ ମିଶାଇ ଖାଇଲେ ଏହିଭଳି ସମସ୍ୟାରୁ ଆରାମ ମିଳେ ।

ପୋଦିନା

ପୋଦିନା ମାଂସପେଶୀର ଯନ୍ତ୍ରଣା କମାଇବାରେ ଏହା ବେଶୀ ସହାୟକ ହୋଇଥାଏ । ଏହା ବାଦ୍ ଦାନ୍ତ ବିନ୍ଧା,ମୁଣ୍ଡବିନ୍ଧା, ସ୍ନାୟୁଗତ ଯନ୍ତ୍ରଣା ମଧ୍ୟ କମାଇଥାଏ । ଏଥିସହ ପେଟ ଗୋଳମାଳ କମାଇବା ସହ ମସ୍ତିସ୍କ ଉପରେ ଭଲ ପ୍ରଭାବ ପକାଇଥାଏ । କଞ୍ଚା କିମ୍ବା ରାନ୍ଧିକି ଏହାକୁ ଖାଇପାରିବେ ।

ଲୁଣ

ଗାଧୁଆ ପାଣିରେ ଏକ କପ ଲୁଣ ମିଶାଇ ସେହି ପାଣିରେ ୧୫ ମିନିଟ ରୁହନ୍ତୁ । ଏହା ଶରୀରର କୋଷକୁ ହାଇଡ୍ରେଟେଡ ରଖେ ଯାହାଦ୍ୱାରା ଶରୀର ଦରଜ ଓ ଯନ୍ତ୍ରଣା କମିଥାଏ ।

ଅଦା

ଅଦା ଆଣ୍ଠୁ ଗଣ୍ଠିବାତ,ପାକସ୍ଥଳୀ ଓ ଛାତି ଯନ୍ତ୍ରଣା, ଋତୁସ୍ରାବ ଜନିତ ଯନ୍ତ୍ରଣା ଏବଂ ମାଂସପେଶୀ ବିନ୍ଧା କମାଇଦିଏ । ଏହାକୁ ପାଣିରେ ଫୁଟାଇ କିମ୍ବା ଚାରେ ଖାଇଲେ ଉପକାର ମିଳେ ।

ଜୀରା 

ଜୀରା ସହ ଲୁଣ ମିଶାଇ ଖାଇଲେ ଖାଦ୍ୟ  ସଠିକ ଭାବେ ହଜମ ହେବା ସହ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳେ ।

ଗୋଲମରୀଚ

ଗୋଲମରୀଚ ଚୂର୍ଣ୍ଣକୁ ଉଷୁମ ପାଣିରେ ମିଶାଇ ସେବନ କଲେ ତଣ୍ଟି ଜନିତ ସମସ୍ୟାରୁ ମୁକ୍ତି ମିଳେ ।

ମେଥି 

ମେଥିକୁ ସକାଳୁ ବାସିପାଣିରେ ମିଶାଇ ପିଇଲେ ମଧୁମେହ ସମସ୍ୟାରୁ ମୁକ୍ତି ମିଳେ । ରାତିରେ ଏହାକୁ ପାଣିରେ ବତୁରାଇ ସକାଳୁ ପିଇଲେ ଓଜନ କମାଇବାରେ ସହାୟକ ହୁଏ ।

ଡାଲଚିନି 

ଡାଲଚିନିକୁ ପାଣିରେ ଫୁଟେଇ କୁଳି କଲେ ମୁଖ ଜନିତ ସମସ୍ୟା ଯେମିତିକି ମୁଖ ଦୁର୍ଗନ୍ଧ, ଦାନ୍ତ ପୀଡା, ପାଟି ଘା ଆଦିରୁ ଉପଶମ ମିଳେ ।

ଜାଣନ୍ତୁ କିଛି ଘରୋଇ ଖାଦ୍ୟ ବିଷୟରେ ଯାହା ଆପଣଙ୍କୁ ଔଷଧ ଠାରୁ ଦୂରରେ ରଖିବ

ପଢନ୍ତୁ ଆସନ୍ତା ୮ ତାରିଖରେ ମୁକ୍ତିଲାଭ କରିବ ଦୁଇଟି ଓଡିଆ ସିନେମା, ମୁଁ ଖାଣ୍ଟି ଓଡିଆ ଝିଅ ଓ ଭୈରବ

Related posts

କଦଳୀରେ ଭରପୂର ମାତ୍ରାରେ ଅଛି ଔଷଧିୟ ଗୁଣ ,ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ

ENO Beuro

କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ

ENO Beuro

ମହମବତୀ ଧୂଆଁରୁ ଆମକୁ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତ ?

ENO Beuro

Leave a Comment