• Home
  • LIFESTYLE
  • ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇଁ ପୁରୁଷଙ୍କ ପାଇଁ କିଛି ଘରୋଇ ଉପଚାର
LIFESTYLE

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇଁ ପୁରୁଷଙ୍କ ପାଇଁ କିଛି ଘରୋଇ ଉପଚାର

ଆଜିକାଲି ମହିଳା ମାନେ ସୁନ୍ଦର ତ୍ଵଚା ପାଇଁ ବହୁତ କିଛି ଉପାୟ ଅବଲମ୍ବନ କରନ୍ତି । ଏଥି ପାଇଁ ବଜାରରେ ମିଳୁଥିବା ବିଭିର୍ଣ୍ଣ ପ୍ରଡକ୍ଟ ବ୍ୟବହାର ମଧ୍ୟ କରନ୍ତି । କିନ୍ତୁ ପୁରୁଷମାନଙ୍କ ତ୍ୱଚାର ସୁରକ୍ଷା ତଥା ଯତ୍ନକୁ ନେଇ ସେଭଳି କିଛି ଆଶ୍ୱସ୍ତିକର ଉପଚାର ଉପଲବ୍ଧ ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ବିଶେଷ କରି ପୁରୁଷମାନଙ୍କ ପାଇଁ ଘରୋଇ ଉପଚାର । ଏହା ଦ୍ଵାରା ସେମାନଙ୍କ ତ୍ୱଚା ଉଜ୍ଜଳ ଦେଖାଯିବା ସହ ଚର୍ମ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ପାଇ ପାରିବେ ।

ପୁରୁଷ ମାନଙ୍କ ପାଇଁ ତ୍ୱଚା ଉଜ୍ଜଳ କରିବା ପାଇଁ କିଛି ଟିପ୍ସ

  • ରାତିରେ ଶୋଇବା ପୂର୍ବରୁ ଗୋଟିଏ ଚାମଚ ମସୁର ଡାଲି ଗୁଣ୍ଡ ଏବଂ ବେସନ ଭିଜାଇ ରଖି ଦିଅନ୍ତୁ ।  ସକାଳୁ ଉଠି ଏହାକୁ ଭଲଭାବେ ଗୋଳାଇ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ । ତେବେ ଏପରି କରିବା ଦ୍ୱାରା ପୁରୁଷଙ୍କଠାରେ ଦେଖାଯାଉଥିବା ବିଭିନ୍ନ ଚର୍ମ ଜନିତ ସମସ୍ୟା ଦୂର ହୋଇଥାଏ ।
  • ଗୋଟେ  ଚାମଚ ବେସନ , କଂଚା କ୍ଷୀର, ଲେମ୍ବୁ ରସ, ଚାମଚ ସୋରିଷ ତେଲ, ଦେଢ ଚାମଚ ଚନ୍ଦନ ପାଉଡର, ଏବଂ କିଛି ହଳଦୀ ଗୁଣ୍ଡ ଏକାଠି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ହାତ,ଗୋଡ ଓ ମୁହଁରେ ଭଲଭାବେ ଲଗାଇ ଦିଅନ୍ତୁ । ପାଖାପାଖି ୧୫-୩୦ ମିନିଟ୍ ରଖି ସାରିବା ପରେ ଏହାକୁ ଥଣ୍ଡା ପାଣିରେ ଆସ୍ତେ ଆସ୍ତେ ରଗଡି ସଫା କରି ଦିଅନ୍ତୁ । ଏପରି କରିବା ଦ୍ଵାରା କଳା ଦାଗ ମଧ୍ୟ ସବୁଦିନ ପାଇଁ ଚାଲିଯାଇଥାଏ ।
  • ନିମ ଗଛର କଅଁଳିଆ ପତ୍ରକୁ ଭଲଭାବେ ବାଟି ସେଥିରେ ୧ ଚାମଚ ବେସନ ମିଶାନ୍ତୁ । ସେଥିରେ ୨ ଚାମଚ ଚନ୍ଦନ ପାଉଡର, କିଛି ଗୋଲାପ ଜଳ ଓ କିଛି ହଳଦୀ ଗୁଣ୍ଡ ମାଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଲଗେଇବା ଦ୍ଵାରା ଆପଣଙ୍କ ମୁହଁ ସୁନ୍ଦର ଦେଖା ଜୀବ ।

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇଁ ପୁରୁଷଙ୍କ ପାଇଁ କିଛି ଘରୋଇ ଉପଚାର boys mek up 1

ପଢନ୍ତୁ ;

ସାମ୍ନା ଲୋକକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Related posts

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଔଷଧ ଖାଇବା ସମୟରେ ଖାଇବା ଉଚିତ ନୁହେଁ?

Krishna Kumar Manoj

ବିଭିନ୍ନ ରୋଗରୁ ଉପସମ ପାଇଁ ନିୟମିତ ସକାଳୁ ଖାଆନ୍ତୁ ବାଦାମ

Krishna Kumar Manoj

ତ୍ଵଚା ଓ କେସ ପାଇଁ ବେଲପତ୍ର କେତେ ଉପଯୋଗୀ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More