LIFESTYLE

ଆପଣଙ୍କ ନଖକୁ ସୁନ୍ଦର କରିବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ଶରୀରକୁ ସୁନ୍ଦର କରିବା ପାଇଁ କେବଳ ଯେ ମୁହଁର ସୈାନ୍ଦର୍ଯ୍ୟ ଜରୁରୀ ତା ନୁହଁ ଆମକୁ ଶରୀରର ସବୁ ଅଙ୍ଗ ଉପରେ ଧ୍ୟାନ ଦେବା ଉଚିତ। ଆପଣଙ୍କ ହାତର ସୈାନ୍ଦର୍ଯ୍ୟ ବୃଦ୍ଧିକରିବାରେ ମୁଖ୍ୟ ଭୂମିକା ରହିଛି ନଖର। ସୁନ୍ଦର ନଖ ପ୍ରତି ମହିଳା ମାନଙ୍କର ଅହେତୁକ ଦୁର୍ବଳତା ରହିଥାଏ ।ସେମାନେ ନଖକୁ ସୁନ୍ଦର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି।

ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ଯାହାଦ୍ୱାରା ଆପଣଙ୍କ ନଖକୁ ସୁନ୍ଦର କରିପାରିବେ-

  • ଖାଦ୍ୟରେ କ୍ୟାଲସିୟମର ମାତ୍ରା ଅଧିକ ଥିଲେ ଆପଣ ସୁନ୍ଦର ନଖ ପାଇ ପାରିବେ ।
  • ନଖକୁ ଅଧିକ ସୁନ୍ଦର କରିବା ପାଇଁ ନଡିଆ ତେଲ ମସାଜ କରିବା ଜରୁରୀ ଅଟେ ।
  • ନେଲ୍ କଟର ଓ ଫାଇଲର ସାହାଯ୍ୟରେ ନଖ କାଟିବା ଦରକାର । ଏପରି କଲେ ନଖ ଭାଙ୍ଗିବାର ଭୟ ନଥାଏ । ବ୍ଲେଡରେ ନଖ କାଟିଲେ ନଖ ଖରାପ ହେବା ସହ ସଂକ୍ରମଣର ଭୟ ମଧ୍ୟ ଅଧିକ ଥାଏ।
  • ସାବୁନ ଫେଣରେ ଲେମ୍ବୁ ରସ ମିଶାଇ ନଖକୁ ୪ ରୁ ୭ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ ନଖକୁ ଧୋଇ ତା ପରେ କୋଲ୍ଡ କ୍ରୀମ ଲଗାନ୍ତୁ । ଏପରି କଲେ ନଖର ମଇଳା ସଫା ହୋଇଯିବା ସହ ନଖର ସୈାନ୍ଦର୍ଯ୍ୟ ବୃଦ୍ଧିପାଏ।
  • ବେକିଙ୍ଗ ପାଉଡରକୁ ଗରମ ପାଣିରେ ମିଶାଇ ତା ଭିିତରେ ନଖକୁ ବୁଡାଇ ରଖନ୍ତୁ । ଏମିତି କଲେ ଆପଣଙ୍କ ନଖ ସୁନ୍ଦର ହେବା ସହ ନଖରେ ଚମକ ଆସିଯିବ । ଏଇ ଉପାୟରେ କେବଳ ସପ୍ତାହରେ ଥରେ କରିବା ଦରକାର।

ପଢନ୍ତୁ;

ମୁହ୍ନରେ ବ୍ରଣ ସମସ୍ୟା ଦୂର କରିଥାଏ ଭୃଷଙ୍ଗ ପତ୍ରର ପେଷ୍ଟ ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ଆପଣ ଜାଣିଛନ୍ତି କି ଆଇସକ୍ରିମ୍‌ରେ ରହିଛି ଭରପୁର ଭିଟାମିନ୍‌ ? ଏହା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

ENO Beuro

ବିଭାହ ପାଇଁ ଝିଅ ଦେଖିବାକୁ ଯାଉଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ଆସନ୍ତୁ ଜାଣିବା , ବର୍ଷା ଦିନରେ କେଉଁ କେଉଁ ଖାଦ୍ୟ ପଦାର୍ଥ ଖାଇଲେ ଏହା ଶରୀରଉପରେ କୁପ୍ରଭାବ ପକାଇଥାଏ

ENO Beuro

Leave a Comment