LIFESTYLE

ଘିମିରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଖରାଦିନରେ ପ୍ରାୟ ଲୋକଙ୍କର ସବୁଠୁ ବଡ଼ ସମସ୍ୟା ଥାଏ ଘିମିରି। ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ଥାଏ। ଏହା ବାହାରିବାର ଅନେକ କାରଣ ରହିଛି, ଯଥା ପେଟ ସଫା ନ ରହିବା, ହର୍ମୋନରେ ଅସନ୍ତୁଳ ଦେଖାଦେବା, ରକ୍ତ ବିଶୁଦ୍ଧ ନ ରହିବା, ଖାଦ୍ୟ ସନ୍ତୁଳନ ଠିକ୍‌ ନ ରହିବା, କୌଣସି କାରଣରୁ ଆଲର୍ଜି ହେବା ଇତ୍ୟାଦି। ତେବେ ଖରାଦିନେ ଘିମିରି ହେବା ତ’ ସ୍ୱାଭାବିକ କଥା। କିନ୍ତୁ ଏହା ଖୁବ୍ ଯନ୍ତ୍ରଣା ଦେଇଥାଏ।

ତେଣୁ ଏଥିରୁ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା କିଛି ସଜହ ଉପାୟ-

  • ମୁଲତାନ ମାଟିରେ କିଛି ପରିମାଣର ଗୋଲାପ ଜଳ ମିଶ୍ରଣ କରି ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ଏବଂ ଏହି ପ୍ୟାକକୁ ଘିମିରି ହୋଇଥିବା ସ୍ଥାନରେ ଭଲଭାବେ ଲେପ ଦିଅନ୍ତୁ। ଏହାଦ୍ୱାରା ତୁରନ୍ତ ଉପଶମ ମିଳିଥାଏ।
  • ଏହାଛଡା, ନିମ୍ବ ପତ୍ର ବାଟି ମଧ୍ୟ ତାକୁ ଘିମିରି ବାହାରିଥିବା ସ୍ଥାନରେ ଲଗାଇ ପାରିବେ । ଏଥିସହ ଘିକୁଆଁଁରୀ ରସକୁ ମଧ୍ୟ ପ୍ରୟୋଗ କରିପାରିବେ।
  • ହାତରୁ ଅଧିକ ଝାଳ ବାହାରୁଥିଲେ ,ଫିଟିକିରି ମିଶା ପାଣିରେ ପ୍ରତିଦିନ ୨-୩ ଥର ହାତ ଧୁଅନ୍ତୁ।
  • ଘିମିରି ଉପରେ ଚନ୍ଦନ ଲଗାଇବା ଦ୍ୱାରା ମଧ୍ୟ ଆରାମ ମିଳିଥାଏ।
  • ନିମ୍ବଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନଚେତ ପାଣିରେ ନିମ୍ବପତ୍ରକୁ ଫୁଟାଇ ସେହି ଫୁଟାପାଣି ଥଣ୍ଡା ହେଲେ ଗାଧାନ୍ତୁ।
  • ଏକ ଚାମଚ ନଡ଼ିଆ ତେଲରେ କର୍ପୁର ମିଶାନ୍ତୁ। ଏହାକୁ ଘିମିରି ଉପରେ ଲଗାନ୍ତୁ। ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଘିମିରି ଯନ୍ତ୍ରଣାରୁ ଉପଶମ ମିଳିବ।
  • ଏକ ଚାମଚ ଆଲଭେରା ଜେଲ୍ ଘିମିରି ଉପରେ ଲଗାନ୍ତୁ। ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏପରି ଦିନକୁ ୩ ଥର କରନ୍ତୁ। ଏହାଦ୍ୱାରା ଘିମିରି ଯନ୍ତ୍ରଣା ଦୂର ହୋଇପାରିବ।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କୁ ଆଳତୀ କରିବା ବେଳେ ତାଳି କ’ଣ ପାଇଁ ବଜାଯାଏ ଜାଣନ୍ତୁ ?

Related posts

୫ଟି ଭୟଙ୍ଗର ରୋଗରୁ ମୁକ୍ତି ଦେଇଥାଏ ଧନିଆ ଗୁଣ୍ଡ ;ଆସନ୍ତୁ ଜାଣିବା ଧନିଆ ଗୁଣ୍ଡର କେତେକ ଉପକାରିତା ବିଷୟରେ

ENO Beuro

ଆଖିରେ କାଜଲ ସଠିକ ଉପାୟରେ କେମିତି ଲଗେଇବେ ଜାଣନ୍ତୁ

ENO Beuro

ମୁହଁ ଓ ତ୍ୱଚାର ଚମକ ବଢାଇଥାଏ “ଚାଉଳ ପାଣି” ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ENO Beuro

1 comment

Leave a Comment