LIFESTYLE

ନଖକୁ ସୁନ୍ଦର ଓ ଆକର୍ଷଣୀୟ କରିବାର କିଛି ଘରୋଇ ଓ ସହଜ ଉପାୟ ଜାଣନ୍ତୁ

ଶରୀରକୁ ସୁନ୍ଦର କରିବା ପାଇଁ କେବଳ ଯେ ମୁହଁର ସୈାନ୍ଦର୍ଯ୍ୟ ଜରୁରୀ ତା ନୁହଁ ଆମକୁ ଶରୀରର ସବୁ ଅଙ୍ଗ ଉପରେ ଧ୍ୟାନ ଦେବା ଉଚିତ । ସୁନ୍ଦର ନଖ ପ୍ରତି ମହିଳା ମାନଙ୍କର ଅହେତୁକ ଦୁର୍ବଳତା ରହିଥାଏ । ସେମାନେ ନଖକୁ ସୁନ୍ଦର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ହାତର ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ନଖର ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେବା ଦରକାର । ନଖକୁ ସୁନ୍ଦର କରିବା ପାଇଁ କିଛି ଘରୋଇ ଓ ସହଜ ଉପାୟ ଜାଣନ୍ତୁ –

  • ସାବୁନ ଫେଣରେ ଲେମ୍ବୁ ରସ ମିଶାଇ ନଖକୁ ୪ ରୁ ୭ ମିନିଟ ପର୍ଯ୍ୟନ୍ତବୁଡାଇ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ ନଖକୁ ଧୋଇ ତା ପରେ କୋଲ୍ଡ କ୍ରୀମ ଲଗାନ୍ତୁ । ଏପରି କଲେ ନଖର ମଇଳା ସଫା ହୋଇଯିବା ସହ ନଖର ସୈାନ୍ଦର୍ଯ୍ୟ ବୃଦ୍ଧିପାଏ ।
  • ବେକିଙ୍ଗ ପାଉଡରକୁ ଗରମ ପାଣିରେ ମିଶାଇ ତା ଭିିତରେ ନଖକୁ ବୁଡାଇ ରଖନ୍ତୁ । ଏମିତି କଲେ ଆପଣଙ୍କ ନଖ ସୁନ୍ଦର ହେବା ସହ ନଖରେ ଚମକ ଆସିଯିବ । ଏଇ ଉପାୟରେ କେବଳ ସପ୍ତାହରେ ଥରେ କରିବା  ଦରକାର ।
  • ଖାଦ୍ୟରେ କ୍ୟାଲସିୟମର ମାତ୍ରା ଅଧିକ ଥିଲେ ଆପଣ ସୁନ୍ଦର ନଖ ପାଇ ପାରିବେ ।
  • ନଖକୁ ଅଧିକ ସୁନ୍ଦର କରିବା ପାଇଁ ନଡିଆ ତେଲ ମସାଜ କରିବା ଜରୁରୀ ।
  • ନେଲ୍ କଟର ଓ ଫାଇଲର ସାହାଯ୍ୟରେ ନଖ କାଟିବା ଦରକାର । ଏପରି କଲେ ନଖ ଭାଙ୍ଗିବାର ଭୟ ନଥାଏ । ବ୍ଲେଡରେ ନଖ କାଟିଲେ ନଖ ଖରାପ ହେବା ସହ ସଂକ୍ରମଣର ଭୟ ମଧ୍ୟ ଅଧିକ ଥାଏ ।

ପଢନ୍ତୁ, କେବଳ ଚଟପଟା ସରବତ ନୁହେଁ , ଆହୁରି ଅନେକ ଦରକାରୀ କାମରେ ଆସେ ଲେମ୍ବୁ

Related posts

କଣ ଆପଣଙ୍କ ଘରେ ଅଛି କି ଏହିସବୁ ଜିନିଷ ବାହାର କରିଦିଅନ୍ତୁ ହେବ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୃପା

Jitendra

ହାଣ୍ଡସମ୍ ଯୁବକଙ୍କୁ ଦେଖି ଯୁବତୀମାନେ କଣ ଭାବନ୍ତି ଆସନ୍ତୁ ଜାଣିବା

ENO Beuro

ଆପଣ ଜାଣିଛନ୍ତି କି ? ଷ୍ଟିମ୍‌ ନେବା ଦ୍ଵାରା ବଢିଥାଏ ତ୍ୱଚାର ଉଜ୍ଜ୍ୱଳତା ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More