• Home
  • LIFESTYLE
  • ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଯାଣନ୍ତୁ
LIFESTYLE

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଯାଣନ୍ତୁ

ତ୍ଵଚାକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବଜାରରେ ବହୁତ ପ୍ରକାକର ପ୍ରସାଧନ ସାମଗ୍ରୀ ମିଳୁଛି । । ତେବେ ଆଜି ଆମେ ଆପଣଙ୍କୁ ତ୍ୱଚାର ସୁରକ୍ଷା ନେଇ କିଛି ଘରୋଇ ଉପଚାର ଜଣାଇବୁ ଯାହାଦ୍ୱାରା ତ୍ୱଚା ଉଜ୍ଜଳ ଦେଖାଯିବା ସହ ଚର୍ମ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।

  •  ନିମ ଗଛର ତାଜା ତଥା କଅଁଳିଆ ପତ୍ରକୁ ଭଲଭାବେ ବାଟି ସେଥିରେ ୧ ଚାମଚ ବେସନ ମିଶାନ୍ତୁ । ଏଥିସହ ସେଥିରେ ୨ ଚାମଚ ଚନ୍ଦନ ପାଉଡର, କିଛି ଗୋଲାପ ଜଳ ଓ କିଛି ହଳଦୀ ଗୁଣ୍ଡ ମାଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ପେଷ୍ଟକୁ ମୁହଁ ସମେତ ଶରୀରର ବିଭିନ୍ନ ଅଙ୍ଗ ତଥା ହାତ, ଗୋଡ ଆଦିରେ ଲଗାଇ ପାଖାପାଖି ୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ । ଏହା ଶୁଖି ଯିବାପରେ କିଛିସମୟ ମସାଜ କରି ଧୋଇ ଦିଅନ୍ତୁ ।
  • ରାତିରେ ଶୋଇବା ପୂର୍ବରୁ ଗୋଟିଏ ଚାମଚ ଲେଖାଏଁ ମସୁର ଡାଲି ଗୁଣ୍ଡ ଏବଂ ବେସନ ଭିଜାଇ ରଖି ଦିଅନ୍ତୁ । ଏବଂ ସକାଳୁ ଉଠି ଏହାକୁ ଭଲଭାବେ ଗୋଳାଇ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ । ତେବେ ଏପରି କରିବା ଦ୍ୱାରା ବିଭିନ୍ନ ଚର୍ମ ଜନିତ ସମସ୍ୟା ଦୂର ହୋଇଥାଏ ।
  • ୧ ଚାମଚ ବେସନ, ୧ ଚାମଚ କଂଚା କ୍ଷୀର, ଲେମ୍ବୁ ରସ, ୧ ଚାମଚ ସୋରିଷ ତେଲ, ଦେଢ ଚାମଚ ଚନ୍ଦନ ପାଉଡର, ଏବଂ କିଛି ହଳଦୀ ଗୁଣ୍ଡ ଏକାଠି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ଏହାକୁ ହାତ,ଗୋଡ ଓ ମୁହଁରେ ଭଲଭାବେ ଲଗାଇ ଦିଅନ୍ତୁ । ପାଖାପାଖି ୧୫-୩୦ ମିନିଟ୍ ରଖି ସାରିବା ପରେ ଏହାକୁ ଥଣ୍ଡା ପାଣିରେ ଆସ୍ତେ ଆସ୍ତେ ରଗଡି ସଫା କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଚର୍ମରେ ଲାଗି ରହିଥିବା ବିଭିନ୍ନ ପ୍ରକାରର ରୋଗ ସୃଷ୍ଟିକାରୀ ଜୀବାଣୁ ନଷ୍ଟ ହୋଇଯାଆନ୍ତି । ଏଥିସହ କଳା ଦାଗ ମଧ୍ୟ ସବୁଦିନ ପାଇଁ ଚାଲିଯାଇଥାଏ ।

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଯାଣନ୍ତୁ   ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଯାଣନ୍ତୁ

ପଢନ୍ତୁ, ଆଜି କୁମାର ପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀପୂଜା  

Related posts

ଫିଙ୍ଗନ୍ତୁ ନାହିଁ ଭିଜା ହୋଇଥିବା କାବୁଲି ବୁଟର ପାଣିକୁ ,ଏଥିରୁ ପାଇପାରିବେ ଅନେକ ଫାଇଦା! ଜାଣନ୍ତୁ ସେ ସମ୍ପର୍କରେ?

Krishna Kumar Manoj

ସକାଳୁ ତେଜପତ୍ର ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ଶରୀରରୁ ଭାତୁଡ଼ିକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More