• Home
  • LIFESTYLE
  • ଦାନ୍ତ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ
LIFESTYLE

ଦାନ୍ତ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ

ମୁହଁ ର ସୌନ୍ଦର୍ଜ୍ୟ ପାଇଁ ଯେତିକି ସଚେତନ ହେବା ଦରକାର ଦାନ୍ତ ପାଇଁ ମଧ୍ୟ ସେତିକି ଯତ୍ନବାନ ହେବା ଦରକାର ।  ଦାନ୍ତର ଯଦି ଉପଯୁକ୍ତ ଯତ୍ନ ନନେବା ତେବେ ଭବିଷ୍ୟତରେ ଦାନ୍ତ ଜନିତ ବିଭିନ୍ନ ସମସ୍ୟାରେ ଆକ୍ରାନ୍ତ ହେବାରେ ଆଶଙ୍କା ରହିଛି । ସାଧାରଣତଃ ଦାନ୍ତ ସନ୍ଧିରେ ଆମେ ଖାଉଥିବା ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ରହିବା ଦ୍ୱାରା ଦାନ୍ତରେ ବିଭିନ୍ନ ସମସ୍ୟା ହୋଇ ଯନ୍ତ୍ରଣା ହୋଇଥାଏ । ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ ।

• ଯଦି ଆପଣଙ୍କ ଦାନ୍ତ ବିନ୍ଧୁଛି ତେବେ ଲବଙ୍ଗତେଲ ବ୍ୟବହାର କରିପାରିବେ । ଲବଙ୍ଗ ତେଲକୁ ଦାନ୍ତ ମୂଳରେ ତୁଳାଦ୍ଵାରା ଚାପିକି ରଖନ୍ତୁ ଦେଖିବେ ଆରମ ଲାଗିବ ।

•  ଲୁଣ ମିଶ୍ରିତ ଉଷୁମ ପାଣିରେ ଗର୍ଗଲିଂ କଲେ ଦାନ୍ତ ଯନ୍ତ୍ରଣା ଲାଘବ ହୋଇଥାଏ । ଏଥିସହ ମଧ୍ୟ ଦିନକୁ ଦୁଇ ଥର ଲେଖାଏଁ ଦାନ୍ତ ଘଷିବା ଆବଶ୍ୟକ ।

•  ଆପଣ ଦାନ୍ତ ମୂଳରେ ଘିକୁଆଁରୀ ରସ ପ୍ରୟୋଗ କରନ୍ତୁ । ଏଥିରେ ଥିବା ଔଷଧିୟ ଗୁଣ ଦାନ୍ତ ଜନିତ ବିଭିନ୍ନ ସମସ୍ୟାରୁ ଉପଶମ ଦେଇଥାଏ ।

•  ଉଷୁମ ଘିଅକୁ ତୁଳାଦ୍ଵାରା ନେଇ ଦାନ୍ତ ମୂଳରେ ଚାପିକି ରଖନ୍ତୁ । ବହୁତ ଜଲଦି ଦାନ୍ତ ବିନ୍ଧାରୁ ଉପସମ ମିଳିବ ।

• ନଖ ଉଷୁମ ପଟାସ ପାଣିରେ କୁଳି କଲେ ମଧ୍ୟ ଦାନ୍ତ ଯନ୍ତ୍ରଣାରୁ ଉପସମ ମିଳିବ ।

• କିଛି ବଡ ଲୁଣ କୁ ଉଷୁମ କରି ତାକୁ ଏକ ମୋଟା କପଡାରେ ବାନ୍ଧି ସେକ ଦେଲେ ଦାନ୍ତ ବିନ୍ଧାରୁ କିଛି ମାତ୍ରାରେ ଆରାମ ମିଳେ ।

ଦାନ୍ତ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ  ଦାନ୍ତ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ

କଳାକାର ନିତୀଶ ଭରଦ୍ଵାଯଙ୍କ ବିଷୟରେ ଜାଣନ୍ତୁ

Related posts

ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ ଆମ୍ବ ଟାକୁଆ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Krishna Kumar Manoj

ଖରାଦିନରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

Krishna Kumar Manoj

ଦୈନିକ ବାଇଗଣ ଖାଇବା ଶରୀର ପାଇଁ କେତେ ସ୍ୱାସ୍ଥ୍ୟ ପଦ ଆସନ୍ତୁ ଜାଣିବା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More