LIFESTYLE

ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

ସୁନ୍ଦର କେଶ ଆଜିକାଲି ଏକ ପ୍ରଶ୍ନ ହେଇଗଲାଣି । କାରଣ ଚୁଟି ଝଡିବା ଏକ ସାଧାରଣ ରୋଗ ହେଇଗଲାଣି । ପରିସ୍ଥିତି ଏପରି ହେଉଛି ଯେ, କମ ବୟସରେ ବହୁତ ଲୋକ ଚନ୍ଦା ହୋଇଯାଉଛନ୍ତି । ଆଧୁନିକ ଜୀବନଶୈଳୀ, ଭୁଲ ଖାଦ୍ୟ ପେୟ ଓ ଅଧିକ ଚିନ୍ତା କାରଣରୁ  ଚୁଟି ଝଡିଥାଏ ବୋଲି ଡାକ୍ତର କହିଥାନ୍ତି । ଆସନ୍ତୁ ଜାଣିବା ଏପରି କିଛି  ଖାଦ୍ୟ ସମ୍ପର୍କରେ ଯାହାକୁ ଖାଇଲେ ଚନ୍ଦାପଣ ରୁ ମୁକ୍ତି ମିଳିପାରିବ।

ସବୁଜ ପନିପରିବା:

ସବୁଜ ପନିପରିବାରେ ଭିଟାମିନ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଭିଟାମିନ୍‌ ‘ଏ’ ତ୍ୱଚା ଓ କେଶକୁ ମଜଭୁତ କରିଥାଏ। ତେଣୁ ପ୍ରତିଦିନ ପନିପରିବା ଖାଇବା ଦ୍ୱାରା କେଶ ମଜଭୁତ ହେବା ସହ ଝଡିବା ବନ୍ଦ ହୋଇଯାଇଥାଏ।

ପାଳଙ୍ଗ:

ପ୍ରତିଦିନ ଖାଇବାରେ ଶାଗ ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷ କରି ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର। ପାଳଙ୍ଗରେ ଆଇରନ ପ୍ରଚୁର ମାତ୍ରାରେ ଥାଏ। ପାଳଙ୍ଗରେ ସିବମ ଭଳି ଏକ ତତ୍ତ୍ୱ ରହିଛି, ଯାହା କେଶ ପାଇଁ ପ୍ରାକୁତିକ କଣ୍ଡିସନର କାମ କରିଥାଏ। ପାଳଙ୍ଗରୁ ଓମେଗା-୩ ଏସିଡ, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ ଓ ଆଇରନ ମିଳିଥାଏ। ଏହା କେଶକୁ ମଜଭୁତ କରିବା ସହ ଚମକ ବଢାଇଥାଏ। ଗୁଆଁର ଛୁଇଁ ମଧ୍ୟ ଆଇରନରେ ଭରପୁର । ତେଣୁ ଏହାକୁ ଖାଇଲେ କେଶ ସହ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ।

ସି ଫୁଡ:

ଶରୀରରେ ଜିଙ୍କ କମ୍ କାରଣରୁ ରୂପି ଓ ଚୁଟି ଝଡିବା ସମସ୍ୟା ଦେଖାଯାଇଥାଏ। ଜିଙ୍କ ଏପରି ଏକ ମିନେରାଲ ଯାହା ନୂତନ କୋଶିକା ଉତ୍ପନ କରି ଏହି ସମସ୍ୟା ଦୂର କରିଥାଏ। ସି ଫୁଡରେ ପ୍ରଚୁର ପରିମାଣରେ ଜିଙ୍କ ଥାଏ। ଏହାକୁ ଖାଇବା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ।ଏହାସହ ମାଛ ତେଲ, ଅଣ୍ଡା, କ୍ଷୀର ଓ ବାଦାମରେ ମଧ୍ୟ ଜିଙ୍କ ମିଳିଥାଏ ।

hair

ପଢନ୍ତୁ; ମଧୁମେହ ରୋଗୀଙ୍କ ପାଇଁ କିଛି ଟିପ୍ସ

Related posts

ସକାଳୁ ଖାଲିପାଦରେ ଓଦା ଘାସ ଉପରେ ଚାଲିବା ଦ୍ୱାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ

ENO Beuro

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ENO Beuro

ସପ୍ତାହରେ ୨ଥର ନିମ୍ବ ପାଣିରେ ଗାଧେଇଲେ ଦୂର ହୋଇଥାଏ ଅନେକ ସମସ୍ୟା ! ଜାଣନ୍ତୁ ଏହି ପାଣିର ଫାଇଦା ସମ୍ପର୍କରେ

ENO Beuro

Leave a Comment