• Home
  • LIFESTYLE
  • ଆଖି ତଳେ ପଡ଼ୁଥିବା କଳା ଦାଗକୁ ଦୂର କରିବାରେ ସକ୍ଷମ ହୋଇଥାଏ ଏହିସବୁ ଫଳ! ଜାଣନ୍ତୁ
LIFESTYLE

ଆଖି ତଳେ ପଡ଼ୁଥିବା କଳା ଦାଗକୁ ଦୂର କରିବାରେ ସକ୍ଷମ ହୋଇଥାଏ ଏହିସବୁ ଫଳ! ଜାଣନ୍ତୁ

ଆଖି ତଳ କଳା ପଡ଼ିବାର ଅନେକ କାରଣ ହୋଇପାରେ। ମାତ୍ରାଧିକ ଚାପ, ଅନିଦ୍ରା, ହରମୋନ୍‌ରେ ପରିବର୍ତ୍ତନ, ଅନିୟନ୍ତ୍ରିତ ଜୀବନଶୈଳୀ କିମ୍ବା ବଂଶାନୁକ୍ରମିକ କାରଣରୁ ଆଖି ତଳ କଳା ଦାଗ ପଡ଼ିଥାଏ। କେତେକ ସୌନ୍ଦର୍ଯ୍ୟ ପ୍ରସାଧନ କମ୍ପାନୀ ପକ୍ଷରୁ ଦାବି କରାଯାଉଛି ଯେ ସେମାନଙ୍କ ସୌନ୍ଦର୍ଯ୍ୟ ଉପକରଣ ବ୍ୟବହାର କଲେ ଏହି ସମସ୍ୟାରୁ ମୁକ୍ତି ମିଳିଯିବ। ମାତ୍ର ଯଦି ଆପଣଙ୍କ ତ୍ବଚା ସମ୍ବେଦନଶୀଳ ତେବେ ଏହା ଆପଣଙ୍କ ପାଇଁ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ଏପରିସ୍ଥଳେ ଘରୋଇ ଉପାୟରେ କିଭଳି ଆଖିତଳ କଳାଦାଗ ଦୂର କରିହେବ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଡାର୍କ ସର୍କଲ ଦୂର କରିବା ଲାଗି ଟମାଟୋର ବ୍ୟବହାର ହେଉଛି ଏକ ଉତ୍ତମ ବିକଳ୍ପ। ଏହା ପ୍ରାକୃତିକ ଭାବେ ଆଖିତଳ କଳା ଦାଗକୁ ଦୂର କରିଥାଏ। ଏଥିସହିତ ଏହାର ବ୍ୟବହାର ଦ୍ଵାରା ଚର୍ମ ସତେଜ ରହିଥାଏ। ଟମାଟୋ ରସରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ବ୍ୟବହାର କଲେ ଅଧିକ ଫାଇଦା ମିଳିଥାଏ।
  • ପାଚିଲା କମଳା ଚୋପାକୁ ଖରାରେ ସୁଖାଇ ଏହାର ପାଉଡର ବନାନ୍ତୁ। ଏହାପରେ ଏହି ପାଉଡରରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ କଳା ଦାଗ ଉପରେ ଲଗାନ୍ତୁ। ଦେଖିବେ କଳାଦାଗ ଚେହେରାରୁ ଲିଭିଯିବ।
  • ଡାର୍କ ସର୍କଲରେ ଥଣ୍ଡା କ୍ଷୀରର ପ୍ରଲେପ ଲଗାନ୍ତୁ। ଏହା ଦ୍ଵାରା  ମଧ୍ୟ ଆଖିତଳ କଳାଦାଗ ଦୂର ହୋଇଯିବ।
  • ଅମୃତଭଣ୍ଡାରେ ତିଆରି ଫେସ୍‌ପ୍ୟାକ୍‌ ଆଖିର କଳାଦାଗ ସ୍ଥାନରେ ଲଗାନ୍ତୁ। ଏଥିରେ କଳାଦାଗ ଭଲ ହେବା ସହିତ ମୁହିଁରେ ଚମକ ଆସିବ। ଏଥିପାଇଁ ଅମୃତଭଣ୍ଡାର ଚୋପା ଛଡ଼ାଇ ଦିଅନ୍ତୁ। ଏହାପରେ ଦୁଇ ଚାମଚ୍‌ ଅମୃତଭଣ୍ଡା ପେଷ୍ଟ ସହିତ ଏକ ଚାମଚ ଲେମ୍ବୁ ରସ ମିଶାଇ କଳାଦାଗ ସ୍ଥାନରେ ଲଗାନ୍ତୁ। ପାଖାପାଖି ୨୦ ମିନିଟ୍‌ ଏହାକୁ ଲଗାଇ ରଖିଲା ପରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ଭଲ ହେବା ସହିତ ମୁହଁ ଉଜ୍ଜ୍ୱଳ ହୋଇଥାଏ।

ଆଖି ତଳେ ପଡ଼ୁଥିବା କଳା ଦାଗକୁ ଦୂର କରିବାରେ ସକ୍ଷମ ହୋଇଥାଏ ଏହିସବୁ ଫଳ! ଜାଣନ୍ତୁ ଆଖି ତଳେ ପଡ଼ୁଥିବା କଳା ଦାଗକୁ ଦୂର କରିବାରେ ସକ୍ଷମ ହୋଇଥାଏ ଏହିସବୁ ଫଳ! ଜାଣନ୍ତୁ black

ପଢନ୍ତୁ; ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ

Related posts

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

Krishna Kumar Manoj

ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର,ଆସନ୍ତୁ ଜାଣିବା

Krishna Kumar Manoj

ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ନିଦ ଲାଗୁଛି କି ? ତେବେ ଜାଣନ୍ତୁ ଏହାର କାରଣ କ’ଣ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More