LIFESTYLE

ଆଖି ତଳ କଳା ପଡୁଛି କି? ସରଳ ଓ ଘରୋଇ ଉପଚାର ଉପରେ ଧ୍ୟାନ ଦିଅନ୍ତୁ

ମୁହଁର ମୁଖ୍ୟ ଆକର୍ଷଣ କହିଲେ ଆଖିକୁ ହିଁ ବୁଝାଏ । ଏଣୁ ଆଖିର ଉପଯୁକ୍ତ ନେଲେ ଏହା ଆପଣଙ୍କର ସୁନ୍ଦରତା ଉପରେ ବିଶେଷ ପ୍ରଭାବ ପକେଇଥାଏ । ଆଖିର ବିଭିର୍ଣ୍ଣ ସମସ୍ୟା ଭିତରୁ ଆଖିତଳ କଳା ପଡିବା ଏକ ମୁଖ୍ୟ ସମସ୍ୟା । ଏହି ସମସ୍ୟା ଅନେକ କାରଣରୁ ହୋଇପାରେ,ଯେପରିକି ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ, ଭଲରେ ନିଦ ନଆସିବା ଓ ମାନସିକ ବିଷାଦ କିମ୍ବା ବହୁତ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିିବା । ଏହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇବା ସହ ଆପଣ କଳାଦାଗ ଯୋଗୁଁ ସବୁବେଳେ ଥକା ଥକା ନଜର ଆସିବେ ।

ଏହି କଳାଦାଗ ଦୂର କରିବର ପାଇଁ କିଛି ସରଳ ଓ ଘରୋଇ ଉପଚାର ଉପରେ ଧ୍ୟାନ ଦିଅନ୍ତୁ

୧.ଆଳୁ- ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲରେ ସଫା କରନ୍ତୁ । ଏହାପରେ ଆଳକୁୁୁ ପତଳା କରି କାଟି ଏକ ସ୍ଲାଇଡ ଆଖିରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହପରେ ଚେହେରାକୁ ଧୋଇ ଦିଅନ୍ତୁ । କିମ୍ବା ଆଳୁକୁ ବାଟି କିମ୍ବା ଛେଚି ମଧ୍ୟ ବ୍ୟବହାର କରିହେବ । ପ୍ରତିଦିନ ଏପରି କରିବା ଦ୍ୱାରା ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂରେଇ ଯିବ ।

୨.ଟମାଟୋ- ଟମାଟୋକୁ କାଟି ଏହାକୁ କିଛି ସମୟ ଆଖି ଚାରିପାଖେ ଘସନ୍ତୁ ଓ କିଛି ସମୟ ପରେ ଧୋଇନିଅନ୍ତୁ  । ଏପରି କରିବା ଦ୍ୱାରା କଳାଦାଗ ଧୀରେ ଧୀରେ କମ ହୋଇଯିବ ।

୩. ମହୁ – ମହୁକୁ ଆଖି ଚାରିପାଖରେ ଟିକେ ସମୟ ମସାଜ କରି ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ଵାରା କଳାଦାଗ ଧୀରେ ଧୀରେ କମ ହୋଇଯିବ।

eye [object object] ଆଖି ତଳ କଳା ପଡୁଛି କି? ସରଳ ଓ ଘରୋଇ ଉପଚାର ଉପରେ ଧ୍ୟାନ ଦିଅନ୍ତୁ eye

୪.ଗୋଲାପ ଜଳ- ବନ୍ଦ ଆଖିରେ ଗୋଲାପ ଜଳରେ ଭିଜା ତୁଳାକୁ ଆଖିରେ ରଖନ୍ତୁ । ଏପରି ୧୦ ମିନିଟ ହିଁ ରଖନ୍ତୁ । ଏପରି କରିବା ଦ୍ୱାରା ଆଖଇର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠେ ।

୫.ବାଦାମ ତେଲ- କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ । ବାଦାମ ତେଲକୁୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ।

୬.କାକୁଡି – କାକୁଡି ରସ କଳାଦାଗ ପାଇଁ ବହୁତ ଉପକାରୀ । କାକୁଡିକୁ ଛୋଟ ସ୍ଲାଇସ କାଟି ଆଖି ଉପରେ ରଖନ୍ତୁ । ୧୫ ମିନିଟ ପରେ ଧୋଇଦିଅନ୍ତୁ । ଏପରି ନିୟମିତ କରିବା ଦ୍ୱାରା ଆପଣ କାକୁଡିର ଉପକାରିତା ଅନୁଭବ କରିପାରିବେ ।

ପଢନ୍ତୁ; ବଦହଜମି ପାଇଁ ଚିନ୍ତିତ? ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ

Related posts

ଆସନ୍ତୁ ଜାଣିବା ବ୍ଲଡ ଗ୍ରୁପରୁ ଆପଣଙ୍କ ବେକ୍ତିତ୍ଵ

ENO Beuro

ଶରୀରରେ ଓଜନ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଆପଣ ଜାଣିଛନ୍ତି କି? ଶୋଇବା ବେଳେ ବାମ କଡ଼ ଲେଉଟାଇ ଶୋଇଲେ କଣ ଲାଭ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More