• Home
  • LIFESTYLE
  • ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ
LIFESTYLE

ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ

ଓଠ ଫାଟିବା ଏକ ସମସ୍ୟା । ବେଳେ ବେଳେ ଓଠ ଫାଟି ରକ୍ତ ମଧ୍ୟ ବାହାରେ । ଏହାର ଅନେକ କାରଣ ଅଛି । ତ୍ଵଚାର ଶୁଷ୍କତା, ଶରୀରରେ ପାଣିର କମ, କିମ୍ବା ଶରୀରରେ ଭିଟାମିନର ଅଭାବରେ ଏହି ରୋଗ ଦେଖାଯାଏ । ଏହା ଶରୀରକୁ କ୍ଷତି ପହଞ୍ଚାଇବା ସହ ସୌନ୍ଦର୍ଜ୍ୟରେ ମଧ୍ୟ ପ୍ରତିବନ୍ଧକ ସାଜେ । ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ ।

  • ଚିନି ମହୁ ଏକ ଚାମଚ ଚିନି ଓ ଏକ ଚାମଚ ମହୁ ମିଶାଇ ଓଠରେ ରଖି ହାଲ୍କା ହାଲ୍କା ମସାଜ କରନ୍ତୁ  । ଏପରି କରିବା ଦ୍ୱାରା ଓଠ ନରମ ହେବା ସହ ଏହାର ମୃତକୋଷ ମଧ୍ୟ ବାହାରି ଯିବ ।
  • ଗୁଆ ଘିଅ- ଗୁଆ ଘିଅକୁ ଉଷୁମ କରି ପ୍ରତିଦିନ ଶୋଇଲା ବେଳକୁ ଓଠରେ ଲଗାନ୍ତୁ । ଏହାଦ୍ବାରା ଓଠ ନରମ ହେବା ସହ ଫାଟିବାରୁ ରକ୍ଷା ମିଳେ ।
  • ନଡିଆ ତେଲ ନଡିଆ ତେଲକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଓଠରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଓଠଫଟାରୁ ଧୀରେ ଧୀରେ ମୁକ୍ତି ମିଳିବ । ଏହାକୁ ଉଷୁମ କରି ଲଗାଇଲେ ମଧ୍ୟ ଉପକାର ମିଳେ ।
  • ଘିଅକୁଆଁରୀ ମହୁ ଓ ଘିଅକୁଆଁରୀ ରସକୁ ବରାବର ଅନୁପାତରେ ମିଶାଇ ସବୁଦିନ କିଛି କିଛି ଏହି ମିଶ୍ରଣକୁ ଓଠରେ ଲଗାନ୍ତୁ ଓ ଫଟାଓଠରୁ ମୁକ୍ତି ପାଆନ୍ତୁ ।
  • ଗୋଲାପ ପାଖୁଡା ଏକ ଗୋଲାପ ଫୁଲ ସହ ଏକ ଚାମଚ କ୍ଷୀର ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ଓଠରେ ଲଗାଇ ୧୦ ମିନିଟ ପରେ ଧୋଇ ଦିଅନ୍ତୁ । ନିୟମିତ ଏପରି କରିବା ଦ୍ୱାରା ସୁଫଳ ମଳିବ ।

ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ  ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ

ଜାଣନ୍ତୁ, ଓଲିଉଡ୍‌ର ଖୁବ ଲୋକପ୍ରିୟ କଳାକାର ସବ୍ୟସାଚୀ ମିଶ୍ର କେମିତି ପାଳିଲେ ତାଙ୍କ ଜନ୍ମଦିନ । 

Related posts

ପେଟ କମାଇବାକୁ ଚାହୁଁଛନ୍ତି କି? ତେବେ ଭୋଜନରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ!

Krishna Kumar Manoj

କଣ ଆପଣ ବି ଅଧିକ ଚାଇନିଜ ଫୁଡ ଖାଉଛନ୍ତି କି ? ସାବଧାନ ରୁହନ୍ତୁ ରୋଗରେ ପଡ଼ିପାରନ୍ତି

Krishna Kumar Manoj

ଗଜାବୁଟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର କିଛି ଉପକାରିତା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More