LIFESTYLE

ମଶାମାନଙ୍କ ଦାଉରୁ ରକ୍ଷା ପାଇବାକୁ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ!

mosquites

ଖରାଦିନେ ମଶାମାନଙ୍କ ପ୍ରଭାବ ଅଧିକ ଦେଖିବାକୁ ମିଳିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆମେ ସାଧାରଣତଃ ମଶା ଧୂପର ବ୍ୟବହାର କରିଥାଉ । କିନ୍ତୁ ଏହାର ପ୍ରଭାବ ମଶାଙ୍କ ଉପରେ କମ ଆମ ଉପରେ ଅଧିକ ପଡିଥାଏ। ଧୂଆଁ କାରଣରୁ ଅଣନିଶ୍ୱାସୀ ଲାଗିଥାଏ। ଏହା ଶରୀରପାଇଁ ବହୁତ କ୍ଷତିକାରକ ଅଟେ। ତେବେ ଏସବୁ ଉପାୟ ଛାଡି କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଦ୍ୱାରା ମଶା ଦାଉରୁ ରକ୍ଷା ମିଳିପାରିବ। ପ୍ରାକୃତିକ ଉପାୟରେ ମଶାଙ୍କୁ ହଟେଇଲେ ଏହା ଶରୀର ଉପରେ କିଛି ପ୍ରଭାବ ପକେଇନଥାଏ।

ଆସନ୍ତୁ ଜାଣିବା ଏହା ସମ୍ପର୍କରେ-

  • ଗେଣ୍ଡୁ ଫୁଲର ସୁଗନ୍ଧ ନା କେବଳ ସତେଜତା ଦେଇଥାଏ ବରଂ ଏହା ମଶାକୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଗେଣ୍ଡୁ ଫୁଲକୁ ବଗିଚା ଛଡା ବାଲକୋନିରେ ମଧ୍ୟ ଲଗାନ୍ତୁ ଏହା କରିବା ଦ୍ୱାରା ମଶା ଘରକୁ ପ୍ରବେଶ କରିପାରିବେ ନାହିଁ।

mosquites

  • ଅନେକ ଗବେଷଣାରେ ପ୍ରମାଣିତ ହୋଇଛି ଯେ ଲବଙ୍ଗ ତେଲର ସୁଗନ୍ଧ ମଶା ଦୂର କରିଥାଏ। ଲବଙ୍ଗ ତେଲକୁ ନଡିଆ ତେଲ ସହିତ ମିଶାଇ ଲଗାଇବା ଦ୍ୱାରା ମଶା ପାଖ ମାଡିନଥାଏ।
  • ଏକ ଗବେଷଣାରୁ ଜାଣାପଡିଛି ଯେ ମଶା ଧୂପ ଠାରୁ ଲିମ୍ବ ତେଲ ଅନେକ ମାତ୍ରାରେ ମଶା ଦାଉରୁ ରକ୍ଷା କରିଥାଏ । ଏହାଛଡା ଲିମ୍ବ ଗଛ ଲଗାଇବା ଫଳରେ ମଶା ସେହି ସ୍ଥାନକୁ କମ ଆସିଥାନ୍ତି।

ପଢନ୍ତୁ; ନିଜକୁ ଫିଟ୍‌ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

Related posts

ଆପଣ ଜାଣନ୍ତି କି ? ଅଧିକ ମାତ୍ରାର ନାଜାଲ୍ ଡ୍ରପର ପ୍ରୟୋଗ ଶରୀର ପାଇଁ କ୍ଷତିକାରକ ହୋଇପାରେ ! ଜାଣନ୍ତୁ

ENO Beuro

ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା

ENO Beuro

ରକ୍ତହୀନତା ଦୂର କରେ କସୁରୀ ମେଥି! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

1 comment

Leave a Comment