News

ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ : ଡିଜି ,ୟୁପି ପ୍ରଶାସନ ଉପରେ କ’ଣ ପଡିବ ପ୍ରଭାବ ?

‘ଭକ୍ତିମୟ’ହେଲା ୟୁପି ପ୍ରଶାସନ

ଉତ୍ତର ପ୍ରଦେଶରେ କାସଗଂଜ ହିଂସାକୁ ରାଜନୀତି ଜୋର ଧରିଥିବା ବେଳେ ରାଜ୍ୟ ପ୍ରଶାସନର ହୋମଗାର୍ଡ ଡିଜିଙ୍କ ମନ୍ତବ୍ୟ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି । ବରିଷ୍ଠ ଆପିଏସ ଅଫିସର ତଥା ହୋମଗାର୍ଡ ଡିଜି ସୂର୍ଯ୍ୟ କୁମାର ଶୁକ୍ଳା ରାମ ମନ୍ଦିର ପାଇଁ ସଂକଳ୍ପ ନେଇଛନ୍ତି । ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନେକ ରାମ ଭକ୍ତଙ୍କ ସହ ଉପସ୍ଥିତ ଥିବା ସୂର୍ଯ୍ୟକୁମାର ଶୀଘ୍ର ରାମମନ୍ଦିର ନିର୍ମାଣ ପାଇଁ ଶପଥ ନେଇଥିଲେ ।

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ରାମମନ୍ଦିରକୁ ନେଇ ଆୟୋଜିତ ଏକ ସେମିନାରରେ ଉପସ୍ଥିତ ଥିଲେ ମୁସଲମି କାର୍ଯ୍ୟ ସେବା ମଂଚର ଅଧ୍ୟକ୍ଷ ଆଜମ ଖାନ ଓ ଅନେକ ନେତା । ଏଠାରେ ଉପସ୍ଥିତ ଥିବା ହୋମଗାର୍ଡ ଡିଜି ରାମମନ୍ଦିର ନିର୍ମାଣ ପାଇଁ ଶପଥ ନେବାକୁ ସହଜରେ ଗ୍ରହଣ କରିପାରିନାହାନ୍ତୁ ବୁଦ୍ଧିଜୀବୀ । ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚାଜୋର  ଧରିଛି ।ଜାନୁୟାରୀ ୨୮ରେ ହୋଇଥିବା ଏହି ସେମିନାରରେ ହିନ୍ଦୁତ୍ୱ ଓ ରାମମନ୍ଦିରକୁ ନେଇ ଅନେକ ଆଲୋଚନା ହୋଇଥିଲା । ଏହି ସମୟରେ ମଂଚରେ ଉପସ୍ଥିତ ଥିଲେ ହୋମଗାର୍ଡ ଡିଜି ସୂର୍ଯ୍ୟ କୁମାର ଶୁକ୍ଳା । ୧୯୮୨ ବ୍ୟାଚର ଆପିଏସ ଅଫିସର ଡିଜିପି ରେସର ସବୁଠୁ ଆଗରେ ଅଛନ୍ତି ।

ରାଜନୀତି ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ସଭାରେ ରାମମନ୍ଦିର ନିର୍ମାଣ ପାଇଁ ଶପଥ ନେବା ନିୟମ ବାହାରେ ବୋଲି କହି ସମସ୍ତେ ସମାଲୋଚନା କରିଛନ୍ତି । ସୂର୍ଯ୍ୟଙ୍କ ଏହି ମନ୍ତବ୍ୟ ଯୋଗୀ ସରକାର ପାଇଁ ମହଙ୍ଗା ସାବସ୍ତ୍ୟ ହୋଇପାରେ ।

ପଢନ୍ତୁ ;

ହୃଦ୍‌ଜନିତ ସମସ୍ୟାକୁ ଦୂରକରିବାକୁ ଭୋଜନରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

Related posts

ପାରିକର ହିଁ ଗୋଆର ମୁଖ୍ୟମନ୍ତ୍ରୀ ରହିବେ

ENO Beuro

ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ

ENO Beuro

ମିଥୁନଙ୍କ ପୁଅଙ୍କ ବିରୋଧରେ ବଳତ୍କାର ଅଭିଯୋଗ

ENO Beuro

1 comment

Leave a Comment