LIFESTYLE

ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ

ସମସ୍ତେ ସୁନ୍ଦର ତ୍ଵଚା ପାଇବା ପାଇଁ ଚାହାନ୍ତି  ଏବୋଂ ଏଥିପାଇଁ ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ତ୍ଵଚାର ଭିର୍ଣ୍ଣତା ଅନୁସାରେ ହିଁ ଏହି ସାମଗ୍ରୀ ବ୍ୟବହାର କରିବା ଉଚିତ । କିନ୍ତୁ ଏହିସବୁ ପ୍ରସାଧନ ସାମଗ୍ରୀ ଠାରୁ ଘରୋଇ ଉପଚାର କାହିଁ କେତେଗୁଣରେ ଲାଭଦାୟକ । ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ ।

ରୁକ୍ଷ ବା ଶୁଷ୍କ ତ୍ୱଚା:

ମହୁ ଓ ଦହିକୁ ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଭଲଭାବେ ଲଗାଇଦିଅନ୍ତୁ । ଶୁଖିଗଲାପରେ ଅଳ୍ପ ମସାଜ କରି ଧୋଇଦିଅନ୍ତୁ । ପୁରା ଶରୀରରେ ମଧ୍ୟ ଏହାକୁ ପ୍ରୟୋଗ କରିପାରିବେ ।

କଞ୍ଚା କ୍ଷୀର, ମହୁ ଓ ପାଚିଲା କଦଳୀକୁ ମିଶାଇ ଏକ ପାକ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ଵଚାରେ ଲଗାଇ କିଛି ସମୟ ପରେ ହାଲକା ମସାଜ କରି ଧୋଇଦିଅନ୍ତୁ ।

॰ ପାଚିଲା ଅମୃତଭଣ୍ଡା, କଦଳୀ ଓ ଅଳ୍ପ ପରିମାଣର ମଲାଇ ମିଶାଇ ଏହାକୁ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାଛଡା ଏଥିରେ ମଧ୍ୟ ଆପଣ ଗାଜର ଓ ଗ୍ଲାସେରିନ ବ୍ୟବହାର କରିପାରିବେ । ତେବେ ଏହି ପ୍ୟାକକୁ ମୁହଁ, ବେକ ଏବଂ ପାପୁଲିରେ ଭଲଭାବରେ ଲଗାଇ ପାଖାପାଖି ଅଧଘଂଟା ରଖନ୍ତୁ । ଏହାପରେ ଏହାକୁ ଉଷୁମ ପାଣିରେ ଧୋଇ ସଫା କରିଦିଅନ୍ତୁ ।

ସାଧାରଣ ତ୍ୱଚା :

ଗୋଲାପ ଜଳ, ଆଳୁ ଓ ଲେମ୍ବୁରସକୁ ଭଳଭାବରେ ଗୋଳାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଲଗାଇବାର ୧୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

ସମାନ ପରିମାଣର ପାଚିଲା ଅମୃତ ଭଣ୍ଡା, କାକୁଡି ରସରେ ଏକ ଚାମଚ ଗ୍ଲିସେରିନ ମିଶାଇ ଏହାକୁ ଭଳଭାବରେ ଗୋଳାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାପରେ ମୁହଁକୁ ପରିଷ୍କାର ପାଣିରେ ଭଲଭାବରେ ଧୋଇ ସଫାକରି ଏହି ପ୍ୟାକକୁ ସଂପୂର୍ଣ୍ଣ ମୁହଁରେ ଲଗାନ୍ତୁ । ଏହାକୁ ପାଖାପାଖି ୨୦ ମିନିଟ୍ ରଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ  ।

ତୈଳାକ୍ତ ତ୍ଵଚା :

ବେସନ ଦୁଇ ଚାମଚ ଓ କଞ୍ଚା ହଳଦୀ ଅଧା ଚାମଚକୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ଲଗାଇବାର ୧୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

  ଲିମ୍ବପତ୍ର କୁ ବାଟି ମହୁସହ ମିଶାଇ ଲଗାଇଲେ ମଧ୍ୟ ତୈଳାକ୍ତ ତ୍ଵଚାରୁ ମୁକ୍ତି ମିଳେ ।

॰  ମୁଲତାନି ମାଟି ଓ ଗୋଲାପ ଜଳର ପାକ ମଧ୍ୟ ଅତ୍ୟଧିକ ତେଲିଆ ତ୍ଵଚାରୁ ରକ୍ଷା କରେ ।

॰ ସେଓ,ଟମାଟୋ ଓ କମଳାକୁ ଭଲ ଭାବେ ବାଟି ଦିଅନ୍ତୁ । ଆଉ ମୁହଁକୁ ଥଣ୍ଡା ପାଣିରେ  ଭଲଭାବରେ  ଧୋଇ ଏହି ବଟାକୁ ଲଗାଇ ୨୦ ମିନିଟ୍ ଶୁଖିବାକୁ ଛାଡିଦିଅନ୍ତୁ । ପରେ ଏହାକୁ ଉଷୁମ ପାଣିରେ ସଫା କରି ଦିଅନ୍ତୁ ।

 ଅମୃତଭଣ୍ଡା,ଟମାଟୋ ଓ ଲେମ୍ବୁ ରସ ମିଶାଇ ମଧ୍ୟ ପ୍ୟାକ ତିଆରି କରିପାରିବେ । ଅଧକପ୍ ଡାଳିମ୍ବ ରସକୁ ଭଲ ଭାବେ ବେକ ଓ ମୁହଁରେ ଲଗାନ୍ତୁ । ୩-୪ ମିନିଟ୍ ପରେ ଏହାକୁ ଉଷୁମ ପାଣିରେ ସଫା କରିଦିଅନ୍ତୁ । ସପ୍ତାହରେ ଦୁଇ ଥର ଏପରି କରିବାଦ୍ୱାରା ତ୍ୱଚାରୁ ତୈଳାଂଶ ଦୂର ହୋଇଥାଏ । ଆଉ ତ୍ୱଚାରେ ଉଜ୍ଜଳତା ଆସିଥାଏ ।

ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ  ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ

ଜାଣନ୍ତୁ କେଉଁଭଳି ଲୋକକୁ ବାଛିବେ ନିଜ ଜୀବନସାଥି

Related posts

ଗୋଲମରିଚ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ,ଜାଣନ୍ତୁ ଏହାର ଫାଇଦା ବିଷୟରେ

ENO Beuro

ସାପ କାମୁଡାର ଶିକାର କେବେ ହୋଇଛନ୍ତି କି ? ଡାକ୍ତରଖାନା ଯିବା ପୂର୍ବରୁ ଆପଣାନ୍ତୁ ଏହି ଉପାୟ

ENO Beuro

ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ତାହାର କେତୋଟି ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ 

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More