Featured

ଦାନ୍ତ କୁ ସଫା ଓ ଚମକଦାର ରଖିବାକୁ ଆପଣାନ୍ତୁ କିଛି ଘରୋଇ ଉପଚାର

ବେଳେବେଳେ ଲୋକମାନେ ନିଜର ଦାନ୍ତର ସୈାନ୍ଦର୍ଯ୍ୟ ପାଇଁ ଅଧିକ ଚିନ୍ତିତ ହୁଅନ୍ତି । ମୁୁହଁର ସୈାନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବେଳେବେଳେ ହଳଦିଆ ଦାନ୍ତ ପାଇଁ ଲୋକମାନେ କାହା ସାମ୍ନାରେ ଭଲରେ କଥା ହୋଇ ପାରନ୍ତି ନାହିଁ, କିମ୍ବା ହସିବା ସମୟରେ ମଧ୍ୟ ମୁହଁରେ ହାତ ଚାପିି ହସିବାକୁ ପଡେ । ତେଣୁ ଆମକୁ ଦାନ୍ତ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

କାରଣ :

ଚା, କଫି, ତମାଖୁ ଓ ସିଗାରେଟର ଆଦିର ବହୁଳ ସେବନ ଦ୍ୱାରା ଦାନ୍ତ ହଳଦିଆ ପଡିଯାଏ । ଏସବୁ ବ୍ୟତିତ ବୟସ ବୃଦ୍ଧି ହେଲେ ମଧ୍ୟ ଦାନ୍ତ ହଳଦିଆ ଦେଖାଯାଏ । ଏମିତିରେ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ କମିଯାଏ । ଯଦି ଆପଣ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି ତେବେ ଘରୋଇ ଉପଚାର କରି ଦାନ୍ତକୁ ସଫା କରିପାରିବେ ।

ଠିକ ଭାବରେ ଦାନ୍ତ ର ଯତ୍ନ ନନେଲେ ମଧ୍ୟ ଦାନ୍ତ ହଳଦିଆ ଓ ରୁଗ୍ଣ ହେଇଥାଏ ।

ଘରୋଇ ଉପଚାର:

ଆସନ୍ତୁ ଜାଣିବା କିଛି ସହଜ ଓ ଘରୋଇ ଉପଚାର ।

ବେକିଙ୍ଗ ସୋଡା: ବେକିଙ୍ଗ ସୋଡା ଦାନ୍ତରୁ ମଇଳା ବାହାର କରିବାରେ ସାହାଯ୍ୟ କରେ ଓ ଦାନ୍ତକୁ ସଫା ମଧ୍ୟ ରଖେ । ଦାନ୍ତରୁ ହଳଦିଆପଣ ଦୂର କରିବା ପାଇଁ ଟୁଥପେଷ୍ଟରେ ବେକିଂ ସୋଡା ମିଶାଇ ଦାନ୍ତ ଘସନ୍ତୁ । ଆପଣ ବେକିଂ ସୋଡାକୁ ଲେମ୍ବୁ ସହ ମଧ୍ୟ ବ୍ୟବହାର କରିପାରିବେ ।

ତୁଳସୀ: ତୁଳସୀ ପତ୍ର ଦାନ୍ତରେ ହେଉଥିବା ରୋଗ ସହ ଲଢିବା ପାଇଁ ସାହାଯ୍ୟ କରେ । ତୁଳସୀକୁ ବ୍ୟବହାର କରବା ପାଇଁ ତୁଳସୀର ପତ୍ରକୁ ଶୁଖାଇ ଗୁଣ୍ଡ କରିନିଅନ୍ତୁ । ତୁଳସୀ ପତ୍ରର ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ପେଷ୍ଟ ବନାଇ ପ୍ରୟୋଗ ମଧ୍ୟ କରି ହେବ ।

ଲେମ୍ବୁ: ଲେମ୍ବୁ ରସକୁ ଲୁଣ ସହ ମିଶାଇ ଦାନ୍ତରେ ଲଗାନ୍ତୁ ଓ କିଛି ସମୟ ପରେ କୁଳି କରନ୍ତୁ । ଦୁଇ ସପ୍ତାହ ପର୍ଯ୍ୟନ୍ତ ଏପରି କଲେ ଦାନ୍ତ ସଫା ହୋଇଯାଏ ।

ଷ୍ଟ୍ରବେରୀ: ଷ୍ଟ୍ରବେରୀରେ ଭିଟାମିନ ସି ପ୍ରଚୁe ପରିମାଣରେ ଥିବାରୁ ଏହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ, ଦାନ୍ତର ହଳଦିଆପଣ ଦୂର ପାଇଁ ଷ୍ଟ୍ରବେରୀରେ ପେଷ୍ଟ ତିଆରି କରି ମଧ୍ୟ ବ୍ୟବହାର କରିହେବ ।

ଲୁଣ: ଆପଣ ଟୁଥପେଷ୍ଟ ବଦଳରେ ଲୁଣ ବ୍ୟବହର କରନ୍ତୁ । ଆପଣ ଲୁଣ ଓ ଅଙ୍ଗାର ମିଶାଇ ଘସନ୍ତୁ । ଏପରି କଲେ ଦାନ୍ତର ହଳଦିଆପଣ ବହୁତ ଯଲଦି ଦୂର ହୋଇଯିବ । ଏହାସହ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ ।

କମଳା ଚୋପା: ଦାନ୍ତର ହଳଦିଆପଣ ଦୁର କରିବା ପାଇଁ କମଳା ଚୋପାକୁ ରାତିରେ ଶୋଇବା ସମୟରେ ନିତିଦିନ ବ୍ୟବହାର କରନ୍ତୁ । କମଳା ଚୋପାରେ ଭିଟାମିନ ସି, ଓ କ୍ୟାଲସିୟମ ପ୍ରଚୁର ପରିମାଣରେ ଥିବାରୁ ଦାନ୍ତକୁ ପୋକ ଦାଉରୁ ମଧ୍ୟ ରକ୍ଷା କରିହୁଏ । ନିୟମିତ ବ୍ୟବହାର କଲେ କିଛି ସପ୍ତାହ ପରେ ଆପଣ ପ୍ରଭାବ ଅନୁଭବ କରିପାରିବେ ।

ଦାନ୍ତ କୁ ସଫା ଓ ଚମକଦାର ରଖିବାକୁ ଆପଣାନ୍ତୁ କିଛି ସହଜ, ସୁବିଧା ଘରୋଇ ଉପଚାର  ଦାନ୍ତ କୁ ସଫା ଓ ଚମକଦାର ରଖିବାକୁ ଆପଣାନ୍ତୁ କିଛି ଘରୋଇ ଉପଚାର

ବର୍ଷା ଦିନରେ କେମିତି ନେବେ କେଶର ଯତ୍ନ? ଧ୍ୟାନ ଦିଅନ୍ତୁ କିଛି ଘରୋଇ ଉପଚାର ଉପରେ

Related posts

ଜାନୁଆରି ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଜାଣନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ରହିଛି କି ପ୍ରକାରର ଧାରଣା !

ENO Beuro

ଦୃଷ୍ଟିଶକ୍ତି ଜନିତ ସମସ୍ୟାକୁ ଦୂର କରିବାକୁ, ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ENO Beuro

Mahashivratri, The Holy Festival And Its Celebration

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More