Featured

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

ସାଧାରଣତଃ କର୍ମଜୀବି ମହିଳାମାନେ ସମୟ ଅଭାବରେ ନିଜର ଯତ୍ନ ନେଇପାରନ୍ତି ନାହିଁ । ଅଫିସ କାମ ଓ ଘର କାମ ମଧ୍ୟରେ ସେମାନେ ନିଜ ତ୍ୱଚା ଉପରେ ବିଶେଷ ଧ୍ୟାନ ଦେଇ ପାରନ୍ତି ନାହିଁ । ସମୟ ଅଭାବରେ ଯଦି ଆପଣ ନିଜ ତ୍ୱଚାର ଯତ୍ନ ନେଇ ପାରୁ ନହାନ୍ତି, ସେଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ । ମାତ୍ର ଅଳ୍ପ ସମୟ ମଧ୍ୟରେ ଆପଣ ତ୍ୱଚାରେ ଚମକ ଆଣି ପାରିବେ । କର୍ମଜୀବି ମହିଳାମାନଙ୍କ ପାଇଁ କିଛି ଘରୋଇ ଉପାୟ

୧ ॰ ଆଳୁ : ନିତିଦିନିଆ ପରିବା ରୂପେ ବ୍ୟବହାର କରୁଥିବା ଆଳୁ ତ୍ୱଚା ପାଇଁ ବେଶ ଉପକାରୀ । ଗୋଟିଏ ଆଳୁକୁ କୋରି ମୁହଁରେ ଲଗାଇ ୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ଏହା ଅଳ୍ପ ସମୟ ମଧ୍ୟରେ ତ୍ୱଚାକୁ ଉଜ୍ଜଳ କରିବା ସହ ମୁହଁର ବ୍ରଣକୁ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ସପ୍ତାହକୁ ୩ ଦିନ ଏମିତି କରନ୍ତୁ କିମ୍ବା ସବୁଦିନ କଲେ ଅତ୍ୟନ୍ତ ଲାଭ ଦାୟକ ।

୨ ॰ ଟମାଟୋ : ତ୍ୱଚାରେ ଚମକ ଆଣିବା ପାଇଁ ଟମାଟୋରେ ସମସ୍ତ ଉପାଦାନ ଭରି ରହିଥାଏ । ତ୍ୱଚାରେ ଚମକ ପାଇଁ ଟମାଟୋର ରସକୁ ମୁହଁରେ ଲଗାନ୍ତୁ । ୧୫ ମିନିଟ ରଖି ପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଟମାଟୋ ମୁହଁର ଦାଗ କମାଇବା ସହ ତ୍ୱଚାକୁ କୋମଳ ଓ ଉଜ୍ଜଳ କରିବାରେ ସାହାଯ୍ୟ କରେ ।

୩ ॰  ଅମୃତଭଣ୍ଡା : ଅମୃତଭଣ୍ଡା ତ୍ୱଚା ପାଇଁ ବେଶ ଉପକାରୀ । ଅଳ୍ପ ଅମୃତଭଣ୍ଡାରେ କିଛି ଗୋଲାପ ଜଳ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ନିୟମିତ ବ୍ୟବଧାନରେ ଏପରି କଲେ ଆପଣ ପରିବର୍ତ୍ତନ ଅନୁଭବ କରି ପାରିବେ ।

୪ ॰ ମହୁ : କିଛି ମହୁ ଓ ଗୋଲାପ ଜଳ ର ଏକ ମିଶ୍ରଣ କରନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ଏହା ମୁହଁର ଦାଗ କମାଇବା ସହ ତ୍ୱଚାକୁ ଉଜ୍ଜଳ କରିବାରେ ସାହାଯ୍ୟ କରେ ।

୫ ॰ ବେସନ ଓ ହଳଦୀ : ଗୋଟେ ଚାମଚ ବେସନ ଓ ଗୋଟେ ଚାମଚ ହଳଦୀ ର ଏକ ମିଶ୍ରଣ କରନ୍ତୁ । ଏହି ମିଶ୍ରଣ କୁ ମୁହଁ ରେ ଲଗାଇ ରଖନ୍ତୁ ଓ ଏହା ଶୁଖିଲା ପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଏହା ମୁହଁ କୁ ପରିଷ୍କାର ଓ ସତେଜ ରଖିବ ।

ଆପଣ ଯେତେ କ୍ଳାନ୍ତ ଓ ବ୍ୟସ୍ତ ଥିଲେ ମଧ୍ୟ ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବରେ ସଫା କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ ।

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

Related posts

22nd Asian Athletics Championships, The Biggest Sporting Event Inaugurated At Kalinga Stadium

ENO Beuro

ହ୍ୱାଟ୍‌ସଆପ୍‌ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର

ENO Beuro

ସୁସ୍ଥ ରହିବାକୁ ଚାହାନ୍ତି ? ବଦଳାନ୍ତୁ ନିଜ ଜୀବନଶୈଳୀ ଓ ଆପଣାନ୍ତୁ କେତେକ ଉପାୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More