LIFESTYLE

ଥଣ୍ତାକାଶ ଭଳି ସମସ୍ୟା ପାଇଁ ମହୁ ଏକ ମହୌଷଧି ପରି କାମ କରେ

ଥଣ୍ତାକାଶ ଏକ ଅତି ସାଧାରଣ ରୋଗ ହେଲେ ମଧ୍ୟ ବହୁ ଯନ୍ତ୍ରଣା ଦେଇଥାଏ । ଏଥିରେ ଏକାସଙ୍ଗେ ନାକ, ଗଳା ଓ ଶ୍ୱାସ ଯନ୍ତ୍ର ପ୍ରଭାବିତ ହେଇଥାଏ । ଏହାର ସାଧାରଣ ଲକ୍ଷଣ ଗୁଡିକ ହେଲା – ନାକରୁ ପାଣି ବାହାରିବା, କଫ ଜମିବା, କାଶ ହେବା, ଆଖିରୁ ପାଣି ବାହାରିବା ଓ ମୁଣ୍ତ ବିନ୍ଧିବା ଇତ୍ୟାଦି। ତେବେ ସାମାନ୍ୟ ଲାଗୁଥିବା ଏହି ରୋଗଟି ଅଧିକ ଦିନ ରହିଲେ ସମସ୍ୟା ବଢ଼ିବାର ଆଶଙ୍କା ଥାଏ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କିନ୍ତୁ ପ୍ରଥମେ କିଛି ଘରୋଇ ଔଷଧ ଦ୍ଵାରା ଏହି ସମସ୍ୟାକୁ କମ କରିବାକୁ ଚେଷ୍ଟା କରନ୍ତୁ । ଥଣ୍ତାକାଶ ପାଇଁ ମହୁ ଏକ ମହୌଷଧି ପରି କାମ କରେ  ।

ଜାଣନ୍ତୁ କିପରି କରିବେ ମହୁର ବ୍ୟବହାର:

  • ୧/୪ ଡାଲଚିନି ପାଉଡର ସହ ଗୋଟେ ଚାମଚ ମହୁ କୁ ମିଶାନ୍ତୁ । ଥଣ୍ତାକାଶରୁ ମୁକ୍ତି ପାଇବା ପାଇଁ ଦିନକୁ ଦୁଇ ଥର ଏହି ମିଶ୍ରଣକୁ ସେବନ କରନ୍ତୁ। କିମ୍ବା ଡାଲଚିନିକୁ ପାଣିରେ ଫୁଟାଇ ମହୁ ମିଶାଇ ସେବନ କଲେ ଥଣ୍ଡା କାଶ ସମସ୍ୟାରୁ ମୁକ୍ତି ମିଳେ ।
  • ମହୁ ଏବଂ କଞ୍ଚା ପିଆଜର ମିଶ୍ରଣ ପାଇଁ ଆପଣଙ୍କୁ ଅନେକାଂଶରେ ଯନ୍ତ୍ରଣାରୁ ମୁକ୍ତି ଦେବ । ପିଆଜକୁ  ପତଳା ପତଳା ଗୋଲ୍ ଖଣ୍ତ କରନ୍ତୁ । ୟା ଉପରେ ମହୁ ଲଗାଇ ରାତି ସାରା ରଖିଦିଅନ୍ତୁ। ତା’ପର ଦିନ ସକାଳେ ଏହାକୁ ଖାଆନ୍ତୁ। ଏହି ପ୍ରକ୍ରିୟାକୁ ବାରମ୍ୱାର କରନ୍ତୁ ।
  • ମହୁ, ଲେମ୍ବୁ ଓ ଅଦାର ମିଶ୍ରଣକୁ ଠିକ୍ ଭାବେ ସେବନ କଲେ ଅଳ୍ପ କିଛି ସମୟରେ ଆପଣ ଥଣ୍ତାକାଶରୁ ନିଜକୁ ରିଲାକ୍ସ ଫିଲ୍ କରିବେ ।  ମହୁ, ଲେମ୍ବୁ ଓ ଅଦାର ରସକୁ ସମାନ୍ ମାତ୍ରାରେ ମିଶାଇ ଦିନ ଭିତରେ ବାରମ୍ୱାର ସେବନ କରନ୍ତୁ।

ଥଣ୍ତାକାଶ ଭଳି ସମସ୍ୟା ପାଇଁ ମହୁ ଏକ ମହୌଷଧି ପରି କାମ କରେ

ପଢନ୍ତୁ, ମୁହଁରେ ଉଠୁଥିବା ଅନାବଶ୍ୟକୀୟ କେଶ ରୁ ମୁକ୍ତି ପାଇଁ କେତେକ ଘରୋଇ ଉପାୟ 

Related posts

ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

ENO Beuro

ଆଗକୁ ଆସୁଛି “ହୋଲି” ! ଏହି ହୋଲି ରଙ୍ଗରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ କିଛି ଟିପ୍ସ

ENO Beuro

ପେଟଜନୀତ ସମସ୍ତ ସମସ୍ୟା ଦୂର କରିଥାଏ ମହୁ ଏବଂ ରସୁଣ! ଏହାକୁ ମିଶ୍ରଣ କରି ଖାଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More