• Home
  • News
  • ହନିପ୍ରୀତ ଇନସାନ ସମସ୍ତଙ୍କ ନିରବତାକୁ ଭଙ୍ଗ କରିଛନ୍ତି, କରିପାରନ୍ତି ଆତ୍ମସମର୍ପଣ
News

ହନିପ୍ରୀତ ଇନସାନ ସମସ୍ତଙ୍କ ନିରବତାକୁ ଭଙ୍ଗ କରିଛନ୍ତି, କରିପାରନ୍ତି ଆତ୍ମସମର୍ପଣ

ବହୁତଦିନ ପୁଲିସକୁ ଚକମା ଦେବାପରେ ବର୍ତମାନ ହନିପ୍ରୀତ ଇନସାନ ସମସ୍ତଙ୍କ ନିରବତାକୁ ଭଙ୍ଗ କରିଛନ୍ତି । ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିପାରନ୍ତି ହନିପ୍ରୀତ । ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲଦଣ୍ଡ ଭୋଗୁଥିବା ରାମ ରହିମଙ୍କ ପୋଷ୍ୟକନ୍ୟା ହେଉଛନ୍ତି ହନିପ୍ରୀତ । ଗତମାସରେ ରାମରହିମ ଜେଲ ଯିବା ପରେ ହନିପ୍ରୀତ ଫେରାର ଥିଲେ ।

ହରିୟାଣା ପୋଲିସ ତାଙ୍କୁ ଖୋଜିବା ପାଇଁ ଜୋର୍ଦାର ପ୍ରସ୍ତୁତି କରିଥିଲା । ହନିପ୍ରୀତଙ୍କ ସନ୍ଧାନରେ ପୋଲିସ ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ସମେତ ନେପାଳରେ ସର୍ଚ୍ଚ ଜାରି କରିଥିଲା ।  ଦିଲ୍ଲୀରେ ବି ଚଢାଉ ହୋଇଥିଲା । ଏହାସହ ଲୁକ୍ ଆଉଟ ନୋଟିସ୍ ବି ଜାରି କରିଥିଲା ପୋଲିସ। ଗତ ସପ୍ତାହ ଦିଲ୍ଲୀ ହାଇର୍କୋଟରେ ହନିପ୍ରୀତଙ୍କ ଆଗୁଆା ଜାମିନ ଆବେଦନ ଖାରଜ ହୋଇଯାଇଥିଲା ।

କିନ୍ତୁ ଆଜି ୩୮ ଦିନ ପରେ ଏକ ଜାତୀୟ ଟିଭି ଚ୍ୟାନେଲ ସମ୍ମୁଖରେ ମୁହଁ ଖୋଲିଛନ୍ତି ହନିପ୍ରିତ । ରାମ ରହିମ ନିର୍ଦ୍ଦୋଷ । ତାଙ୍କ ସହିତ ମୋର କିଛି ଅବୈଧ ସମ୍ପର୍କ ନାହିଁ । ଆଇନ ଉପରେ ମୋର ଭରସା ରହିଛି । ତାଙ୍କର ଓ ରାମ ରହିମଙ୍କ ବାପା-ଝିଅର ସମ୍ପର୍କ ରହିଛି । ମୋତେ ଦେଶଦ୍ରୋହୀ କୁହାଗଲା କିନ୍ତୁ ମୁଁ ଦେଶଦ୍ରୋହୀ ନୁହେଁ’ ।

ହନିପ୍ରୀତ ଇନସାନ ସମସ୍ତଙ୍କ ନିରବତାକୁ ଭଙ୍ଗ କରିଛନ୍ତି, କରିପାରନ୍ତି ଆତ୍ମସମର୍ପଣ   ହନିପ୍ରୀତ ଇନସାନ ସମସ୍ତଙ୍କ ନିରବତାକୁ ଭଙ୍ଗ କରିଛନ୍ତି, କରିପାରନ୍ତି ଆତ୍ମସମର୍ପଣ

Related posts

ଓ୍ଵାଲମାର୍ଟ ହାତରେ ଫ୍ଲିପ୍‌କାର୍ଟ: ୭୭% ଅଂଶଧନକୁ ୧.୦୭ ଲକ୍ଷ କୋଟିରେ କିଣିଲା

Krishna Kumar Manoj

ଦୁଇବର୍ଷ ମଧ୍ୟରେ ଦେଶରେ ୮୮୫ ବର୍ଗ କିମି ଜଙ୍ଗଲ ବଢିଛି,ଏହି ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ

Krishna Kumar Manoj

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

Krishna Kumar Manoj

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More