HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

ମେଷ

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କୌଣସି ବିଶେଷ କାମ କରିବେ। ଆଜିର ସଉଦା ଆଗାମୀ ଦିନରେ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ: ସବୁଜ

ବୃଷ

ଆଜିର ଦିନ ସୁଖମୟ ଭାବେ କଟିବ। ଆଜି ଆପଣଙ୍କୁ ଆପଣଙ୍କର କୌଣସି ନିକଟର ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ ।  ମାନସିକ ପ୍ରଫୁଲ୍ଲତା ଅନୁଭବ ହେବ। ଚାକିରି କରୁଥିବା ସାଥୀ କର୍ମଚାରିମାନଙ୍କର ସହଯୋଗ ମିଳିବ। ଶୁଭରଙ୍ଗ: ଧଳା

ମିଥୁନ

ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ସାମାଜିକ, ଆର୍ଥିକ ତଥା ପାରିବାରିକ କ୍ଷେତ୍ରରେ ଲାଭ ମିଳିପାରେ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସ୍ଥିର ମନରେ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ବନ୍ଧୁମିଳନ ଯୋଗ ରହିଛି ।

କର୍କଟ

ଧୢାନ ଯୋଗରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ

ସିଂହ

ଆଜି ଆପଣ ନିଜର ଅଟକି ଥିବା କାମ ଗୁଡ଼ିକୁ ପୂରା କରିବା ପାଇଁ ଚ଼େଷ୍ଟା କରନ୍ତୁ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଶତ୍ରୁ ବୃଦ୍ଧି ସହ ଚିନ୍ତା ବୃଦ୍ଧି ହେବ । ପରିବାରରେ ଅଶାନ୍ତି ଦେଖା ଦେଇପାରେ । ଶୁଭରଙ୍ଗ: ଧଳା

କନ୍ୟା

ପୂଜାପାଠରେ ଅଧିକ ଏକାଗ୍ରତା ଅନୁଭବ କରିବେ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ବାହାର ଖାଦ୍ୟ ପରିହାର କରନ୍ତୁ। କାରବାରରେ ସଫଳତା ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ମେରୁନ

ତୁଳା

ନୂଆ ବସ୍ତ୍ର କିଣିପାରନ୍ତି। ଅଧିକ ଖର୍ଚ୍ଚରେ ପଡ଼ିପାରନ୍ତି। କାର୍ଯ୍ୟ ବୋଝରୁ ମନକୁ ହାଲୁକା କରିବା ପାଇଁ ପାର୍ଟିକୁ ଯାଆନ୍ତୁ ଅବା ଫିଲ୍ମ ଦେଖିବାକୁ ଯାଆନ୍ତୁ। ନ ହେଲେ ସାଙ୍ଗମାନଙ୍କ ସହ ବୁଲାବୁଲି କରନ୍ତୁ। ଶୁଭରଙ୍ଗ: ନୀଳ

ବିଛା

ସରଳ ବିଶ୍ୱାସୀ ପ୍ରତାରିତ ହୋଇପାରନ୍ତି । ସ୍ୱାସ୍ଥ୍ୟରେ ଅବନ୍ନତି ଘଟିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଶୁଭରଙ୍ଗ: ଧଳା

ଧନୁ

କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପି

ମକର

ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ। ଅଫିସରେ କାମ ସହଜ‌େର ପୂରା ହୋଇଯିବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ମେରୁନ

କୁମ୍ଭ

କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଠିକ୍‌ ସମୟରେ ଭୋଜନ ଓ ଭଲ ନିଦ୍ରାରୁ ବଞ୍ଚିତ ହେବେ।ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ଶୁଭରଙ୍ଗ: ଘିଅ ରଙ୍ଗ

ମୀନ

ଯାତ୍ରା ଲାଗି ଦିନଟି ଅନୁକୂଳ। ଅଧୁରା ଥିବା କାମ ଯଥା ସମୟରେ କରିନେବେ। ଘରକୁ ନୂଆ ବନ୍ଧୁ ଆସିବା ହେତୁ ଖୁସିର ମାହୋଲ ରହିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ପ୍ରେମ ସ˚ପର୍କରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା

ପଢନ୍ତୁ: ସକାଳୁ ଉଠିବା ପରେ କରନ୍ତୁ ଏହି କାମ: ଘରେ ସୁଖଶାନ୍ତିର ଅଭାବ ରହିବା ନାହିଁ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment