HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

know your horoscope

ମେଷ

ଚୋରି ଦ୍ରବ୍ୟର ସନ୍ଧାନ ମିଳିପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଧ୍ୟାନ-ଧର୍ମ ଉପରେ ନିଜର ଅଭିଳାଷପୂର୍ଣ୍ଣ କରିବେ । ସୁଖୀ ହେବେ । ନୁଦ୍ଧିମାନ୍ ହେବେ ।ଆଜିର ଦିନ କୌଣସି ମଧ୍ୟ ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଯୋଗ୍ୟ ଅଟେ। ଶୁଭରଙ୍ଗ: ସବୁଜ

ବୃଷ

ଆପଣଙ୍କ ମନରେ ଶାନ୍ତି କାଏମ ରହିବ। ଅଫିସ ଆଲୋଚନାରେ ଆପଣ ନୂଆ ଲୋକଙ୍କ ସହିତ ମିଶିବେ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ବ୍ୟବସାୟ ମାମଲାରେ ଆପଣଙ୍କ ନିର୍ଣ୍ଣୟ ଲାଭପ୍ରଦ ହେବ। ଶୁଭରଙ୍ଗ: ମାଜେଣ୍ଡା

ମିଥୁନ

ଦିନଟି ଭଲରେ କଟିପାରେ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଆୟ ଅନୁସାରେ ବ୍ୟୟ ବଢ଼ିବ। ତେଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ କଟିବ। ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ। ଶୁଭରଙ୍ଗ: ଗୋଲାପି

କର୍କଟ

ଆଜି ଆପଣଙ୍କର ପରିବାର ସଦସ୍ୟ ନୁହେଁ ନିଜର ସହକର୍ମିଙ୍କ ସହ କଥାବାର୍ତ୍ତା ଓ ବ୍ୟବହାରରେ ସାବଧାନ ରୁହନ୍ତୁ । କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣ ଆପଣଙ୍କର ପରିପକ୍ୱ ମନ ସାହାଯ୍ୟରେ ଅଶୋଭନୀୟ ପରିସ୍ଥିତିରୁ ନିଜକୁ ରକ୍ଷା କରିପାରିବେ । ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ-ଶାନ୍ତି ସହିତ ଘରେ ସମୟ ଦେବେ। ଶୁଭରଙ୍ଗ: ଧଳା

ସିଂହ

ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ମନ ପ୍ରଫୁଲ୍ଲିତ ରହିବ। ମାନ-ସମ୍ମାନ ମିଳିବ। ଶୁଭରଙ୍ଗ: କଫି ରଙ୍ଗ

କନ୍ୟା

ଆଜି ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। ଅଫିସରେ ଆପଣଙ୍କୁ ସମସ୍ତେ ସହଯୋଗ କରିବେ। ନୂଆ କାରବାରରେ ପୁଞ୍ଜିନିବେଶ କରିପାରନ୍ତି। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ମେରୁନ

ତୁଳା

ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି ।ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିବେ। ଚିନ୍ତାର କାରଣରୁ ମାନସିକ ଭାର ରହିପାରେ, ଯାହା ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ଶୁଭରଙ୍ଗ: ଧଳା

ବିଛା

ଅପରାହ୍ଣଠାରୁ ଦିନଟି ଭଲରେ କଟିବ। କୌଣସି ଶୁଭ ଖବର ପାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ। ଶୁଭରଙ୍ଗ: କଫି ରଙ୍ଗ

ଧନୁ

ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ନେତୃତ୍ବ ‌େନବାର କ୍ଷମତା ରଙ୍ଗ ଆଣିବ। ବ୍ୟବସାୟ‌େର ବଡ଼ ସଉଦା ଲାଗି ସ୍ବାକ୍ଷର କରିବେ। ଅଫିସରେ ଆପଣଙ୍କର ରାୟ ରଖିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା

ମକର

ଗୃହ ଓ ପାରିବାରିକ ସୁଖ,ଶାନ୍ତି ପାଇଁ କାର୍ଯ୍ୟ କରିବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭ ଉଠାଇ ପାରନ୍ତି । କ୍ରୋଧ ସମ୍ବରଣ କଲେ ସହ ଯୋଗ ବ୍ୟକ୍ତିଙ୍କ ସମର୍ଥନ ପାଇ ପାରନ୍ତି ।ଶୁଭରଙ୍ଗ: ବାଦାମୀ

କୁମ୍ଭ

ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ସମାଜରେ ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ବେକାରଙ୍କୁ ଭଲ ଚାକିରି ମିଳିପାରେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଗୋଲାପି

ମୀନ

ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ, ଦୁର୍ଘଟଣା ଘଟିପାରେ। ଶୁଭରଙ୍ଗ: ଧଳା
ପଢନ୍ତୁ: ସଙ୍କଟରୁ ମୁକ୍ତି ଦେବ ଦୀପ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଜୋତିଷଶାସ୍ତ୍ର ଅନୁଯାୟୀ ଜାଣିରଖନ୍ତୁ କେଉଁ ରଙ୍ଗର ଗାଡି ଆପଣଙ୍କ ରାଶି ପାଇଁ ଶୁଭ ହେଇଥାଏ?

ENO Beuro

ଜାଣନ୍ତୁ ଆଜିର ରାଶିଫଳ

ENO Beuro

Leave a Comment