HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

know your horoscope

ମେଷ

ଉତ୍ସବାଦିରେ ଯୋଗଦାନ କରିପାରନ୍ତି । ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ । ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପ୍ରମୋଶନର ଯୋଗ ଅଛି। ଶୁଭରଙ୍ଗ: ଧଳା

ବୃଷ

ପୂଜାପାଠରେ ମନକୁ ଶାନ୍ତି ମିଳିବ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିପାରେ। ବ୍ୟବସାୟରେ ପରିବର୍ତ୍ତନ କରିବେ ଓ ସଫଳତା ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳ ହେବେ। ଶୁଭରଙ୍ଗ: ଗୋଲାପି

ମିଥୁନ

ପରିବାରର ସହଯୋଗ ପାଇବେ । ଶରୀର ଅସୁସ୍ଥ ରହିବ । କୌଣସି ଧର୍ମକାର‌୍ୟ୍ୟରେ ଯୋଗ ଦେଇ ପାରନ୍ତି ।ଦ୍ଵନ୍ଦରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବନାହିଁ। ଆଜି କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। ଶୁଭରଙ୍ଗ: ମାଜେଣ୍ତା

କର୍କଟ

ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ।କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା

ସିଂହ

ବହୁଦିନର ଲମ୍ବା ପ୍ରତୀକ୍ଷା ପରେ ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ ।  ଆଜିର ଦିନ ଆପଣଙ୍କପାଇଁ ଅଳ୍ପ କଷ୍ଟଦାୟକ ରହିବ। ଦୁର୍ଘଟଣା ପ୍ରତି ସଜାଗ ରୁହନ୍ତୁ।   ଶୁଭରଙ୍ଗ: ଧଳା

କନ୍ୟା

ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ସନ୍ତାନର ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ।ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ଉତ୍ତମ ଧରଣର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଶୁଭରଙ୍ଗ: ବାଦାମୀ

ତୁଳା

ନୂଆ ପରିଯୋଜନାର ଶୁଭାରମ୍ଭ କରି ପାରନ୍ତି। ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାରର ସ୍ଥିତି ଠିକ୍‌ ରହିବ। ନୂଆ ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ନୀଳ

ବିଛା

ଚାଲୁ ରଖିଥିବା କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ସୂତ୍ରରୁ ଏପରିକି ସରକାରଙ୍କ ତରଫରୁ ଧନପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହେବା ଆଶା କରାଯାଏ । ପ୍ରେମ ବ୍ୟପାରରେ ସଫଳତା ମିଳିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ଶୁଭରଙ୍ଗ: ଧଳା

ଧନୁ

ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ।  ଆଜି ଦିନରେ ଅଧିକ ପରିଶ୍ରମ କରିପାରନ୍ତି। ଆୟଠାରୁ ବ୍ୟୟ ଅଧିକ ହେବ। ଈଶ୍ୱରଙ୍କୁ ପୂଜା କରନ୍ତୁ।  ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗର ସହିତ ହେବ, ସ୍ଵାସ୍ଥ୍ୟରେ ଅଭିଯୋଗ ମଧ୍ୟ ରହିବ। ଶୁଭରଙ୍ଗ: ଲାଲ

ମକର

ଖରାପ ସମୟରେ ଆଜି ଆପଣ ଗତିକରିବେ କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କର ବିଜୟ ସୁନିଶ୍ଚିତ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ମାନ-ସମ୍ମାନ ବଢ଼ିବ। ଚାକିରିକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଶୁଭରଙ୍ଗ: ଧଳା

କୁମ୍ଭ

ଆପଣ କରିଥିବା ଆବେଦନ ଗୃହୀତ ହେବ । ସାମାନ୍ୟ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳୀ ବ୍ୟବସାୟ ଲାଭଜନକ ହେବ ।ଶୁଭରଙ୍ଗ: ଧୂସର

ମୀନ

ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ। କାର୍ଯ୍ୟକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ସାହିତ୍ୟ କ୍ଷେତ୍ରରେ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ବାହନ କିଣିବା ପାଇଁ ମନ ବଳିବ। ଶୁଭରଙ୍ଗ: ଧଳା

ପଢନ୍ତୁ: ବାସ୍ତୁ ଅନୁସାରେ ଜାଣନ୍ତୁ ଦାନର ତିନୋଟି ବିଧି

Related posts

୧୧ ନଭେମ୍ବର ଶନିବାର , ରାଶିଫଳ

ENO Beuro

ଜାଣନ୍ତୁ ଆଜିର ରାଶିଫଳ

ENO Beuro

୧୦ ନଭେମ୍ବର ଶୁକ୍ରବାର , ରାଶିଫଳ

ENO Beuro

Leave a Comment