HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

ମେଷ

ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ। ରାଜନୀତିରେ ଆଦର ସମ୍ମାନ ପାଇବେ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା

ବୃଷ

ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଦେଖାଦେବ । ସାଙ୍ଗ ସାଥୀଙ୍କ ସହିତ ସମୟ ବିତାଇ ପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ ହେବେ ।  ଶୁଭରଙ୍ଗ: ସବୁଜ

ମିଥୁନ

ପରିବାରର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହ ହସଖୁସିରେ ଦିନଟି କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ମନୋରଞ୍ଜନର ବାତାବରଣ ବନିବ ଏବଂ ଆପଣଙ୍କ ପ୍ରିୟଜନମାନଙ୍କ ସାଥି ମିଳିବ।  ଶୁଭରଙ୍ଗ: ଫିକା ହଳଦିଆ

କର୍କଟ

ବିଦେଶ ଯାତ୍ରା ସଫଳ ହେବ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ । ଅହଙ୍କାର ତ୍ୟାଗ କରନ୍ତୁ । ଦୁର୍ଘଟଣାର ଯୋଗ ରହିଛି ତେଣୁ ଗାଡି ଚଲାଇବା ବେଳେ ସତର୍କ ରୁହନ୍ତୁ।  ଶୁଭରଙ୍ଗ: ନୀଳ

ସିଂହ

ପରିବାରରେ ଆନନ୍ଦମୟ ବାତାବରଣ ରହିବ। କାର୍ଯ୍ୟସଫଳତା ମିଳିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।   ଶୁଭରଙ୍ଗ: ଧଳା

କନ୍ୟା

ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ମନଇଚ୍ଚା କିଛି ନ କରି ପରାମର୍ଶ ନେଇ କାର୍ଯ୍ୟ କଲେ ଶୁଭଫଳ ମିଳିବ । ଭାଗ୍ୟବାନ ହେବେ । ମିତ୍ର ସୁଖ ମିଳିପାରେ ।  ବଳଶାଳୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଶୁଭରଙ୍ଗ: ଲାଲ

aa

ତୁଳା

ଆଜି ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବା ଦରକାର। ସରକାରୀ କାମରେ ବାଧା ଉପୁଜିପାରେ। ନୂଆ ଲୋକଙ୍କ ସହିତ ବ୍ୟବହାରରେ ଶିଷ୍ଟତା ରଖନ୍ତୁ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଆକାଶୀ ନୀଳ

ବିଛା

ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କଥାକୁ ନେଇ ବାପାଙ୍କ ସହ ଝଗଡ଼ା ହୋଇପାରେ। ବିବାହ ସ୍ଥିର ହୋଇପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଘିଅ ରଙ୍ଗ

ଧନୁ

ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯୁକ୍ତିତର୍କ ଠାରୁ ଦୂରରେ ରହନ୍ତୁ ।  ଜୀବନସାଥୀଙ୍କ ସହଯୋଗ ମିଳିବ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ।  ଶୁଭରଙ୍ଗ: ଧଳା

ମକର

ମାନ-ସମ୍ମାନରେ ବୃଦ୍ଧି ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।ଜୀବନସାଥୀ ସହିତ ବ୍ୟବହାର ଅଧିକ ମଧୁରତା ପୂର୍ଣ୍ଣ ହେବ। ବାସଗୃହ ଏବଂ ସ୍ଥାୟୀ ସଂପତ୍ତି କ୍ରୟ କରିବା ସମୟରେ ସତର୍କ ରୁହନ୍ତୁ।  ଶୁଭରଙ୍ଗ: ଗୋଲାପି

କୁମ୍ଭ

ସେବାକୁ ଧର୍ମ ଭାବେ ଗ୍ରହଣ କରିବେ । ଭାଗ୍ୟଶାଳୀ ହେବେ । ବିଳାସ ବ୍ୟସନ ମଧ୍ୟରେ ଦିନଟି ଅତିବାହିତ କରିବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଶୁଭରଙ୍ଗ: ଧଳା

ମୀନ

ସମୟର ଠିକ୍‌ ଉପଯୋଗ କରନ୍ତୁ। ଲକ୍ଷ୍ୟ ପ୍ରତି ଗମ୍ଭୀରତାର ସହ ପ୍ରୟାସ କରନ୍ତୁ; ସଫଳ ହେବେ। ମିଚ୍ୟୁଆଲ୍‌ଫଣ୍ତରେ ନିବେଶ କରନ୍ତୁ ଫାଇଦା ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ବାଦାମୀ

ପଢନ୍ତୁ: ବାସ୍ତୁ ଅନୁସାରେ ଜାଣନ୍ତୁ ଦାନର ତିନୋଟି ବିଧି

Related posts

୨୦ ନଭେମ୍ବର, ସୋମବାର – ରାଶିଫଳ

ENO Beuro

୧୩ ନଭେମ୍ବର ସୋମବାର , ରାଶିଫଳ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment