HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

know your horoscope

ମେଷ

ଆଜିର ଦିନଟି  ଆପଣଙ୍କ ପାଇଁ ବହୁତ ଭଲ ଅଟେ। ମହିଳାମାନଙ୍କର ବିବାହ ସ୍ଥିର ହୋଇପାରେ। ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ । ବ୍ୟବସାୟରେ ଲାଭ ଦେଖାଯିବ । ଶୁଭରଙ୍ଗ: ଲାଲ

ବୃଷ

ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ଯଶ କୀର୍ତ୍ତି ପ୍ରାପ୍ତ ହେବାରେ ସରଳତା ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ ।ଶୁଭରଙ୍ଗ: ଧଳା

ମିଥୁନ

ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚର ମାତ୍ରା ନ ବଢୁ, ଏହାର ଧ୍ୟାନ ରଖିବେ। ରାଜନୀତି କାମରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା

କର୍କଟ

ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ବିଦ୍ୟାର୍ଥିମାନଙ୍କପାଇଁ ଅଭ୍ୟାସରେ ସଫଳତା ପ୍ରାପ୍ତ ହେବାରେ ତାଙ୍କର ଉତ୍ସାହରେ ବୃଦ୍ଧି ହେବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ

ସିଂହ

ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ। ପ୍ରତିଟି କାମ ସୁରୁଖୁରୁରେ କରିବେ। ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ବର ସହିତ ବିଚାର କରିବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧଳା।

କନ୍ୟା

ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ଚାକିରିଆଙ୍କ ପାଇଁ ପଦୋନ୍ନତି ଯୋଗ ରହିଛି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଆଜି ଦିନ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶୁଭରଙ୍ଗ: ନୀଳ

ତୁଳା

ବିବିଧ ଭାବେ ଉପକୃତ ହୋଇପାରନ୍ତି । ଶୁଭଖବର ପାଇ ଖୁସି ହେବେ । ଶାନ୍ତି-ସନ୍ତୋହ ଲାଭ କରିପାରନ୍ତି ।ସର୍ବମୌଖ୍ୟ ଆଶା କରାଯାଏ । ନିର୍ଭୀକ ହେବେ । ଆର୍ଥିକ ସ୍ଥିତି ଭଲ ରହିବ। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇ ପାରନ୍ତି। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଶୁଭରଙ୍ଗ: ଗୋଲାପି

ବିଛା

ବେପାରୀଙ୍କ ଲାଗି ଭଲ ଦିନଟିଏ। ଭାବିଥିବା କାମ ଅଚାନକ ପୂରା ହୋଇଯିବ। ଆର୍ଥିକ ସ୍ଥିତି ବୃଦ୍ଧି ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ଶୁଭରଙ୍ଗ: ଧଳା।

ଧନୁ

ବହୁଦିନରୁ ଚେଷ୍ଟା କରୁଥିବା କାମଟି ହଠାତ ପୂରଣ ହେବେ। ନକରାତ୍ମ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଚାକିରି କ୍ଷେତ୍ରରେ ସ୍ବଚ୍ଛତା ଦେଖାଯିବା। ମନ ପ୍ରସନ୍ନ ରହିବ। ରାଜନୈତିକ କ୍ଷେତ୍ରରେ କାମ କରୁଥିବା ଲୋକ ସମ୍ମାନ ପାଇବେ। ଶୁଭରଙ୍ଗ:ସବୁଜ

ମକର

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କ ଉନ୍ନତିର ନୂଆ ରାସ୍ତା ଖୋଲିବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଗୋଲାପି।

କୁମ୍ଭ

ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ରୁଚି ରହିବାରୁ ସେହି କାର୍ଯ୍ୟଗୁଡ଼ିକ ପଛରେ ବ୍ୟସ୍ତତା ରହିବ ତଥା ତାଙ୍କ ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। କୋର୍ଟ-କଚେରୀ ସମ୍ବନ୍ଧିତ କାର୍ଯ୍ୟ ଉପସ୍ଥିତ ହେବ। ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ବିଘ୍ନ ଉପସ୍ଥିତ ହେବ। ୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧୂସର

ମୀନ

ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ଭାଗୀଦାରିଙ୍କ ସହଯୋଗ ମିଳିବାର ଯୋଗ ରହିଛି। ଆର୍ଥିକ ସ୍ଥିତି ମଜଭୁତ ହେବ। ଧାର୍ମିକ ଯାତ୍ରାରେ ମନରେ ଆନନ୍ଦ ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପି

ପହନ୍ତୁ: ଘର ପୋଛିବା ବେଳେ ବାସ୍ତୁ ଅନୁଯାଇ କରନ୍ତୁ ଏହି କାମ ଘରେ ସୁଖ ସମୃଦ୍ଧି ଲାଗି ରହିବ

Related posts

୨୫ ନଭେମ୍ବର, ଶନିବାର – ରାଶିଫଳ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment