Recipes & Food

ଘରେ କିପରି ପ୍ରସ୍ତୁତ କରିବେ ‘ହଟ୍ ଆଣ୍ଡ ସୋର ସୁପ୍’ ଜାଣନ୍ତୁ ?

ପ୍ରାୟତଃ ସମସ୍ତେ ସୁପ୍ ପିଇବାକୁ ଭଲ ପାଆନ୍ତି । ଏହାକୁ କିଛି ଲୋକ ନିଜ ଜଳଖିଆରେ ମଧ୍ୟ ସାମିଲ କରିଥାଆନ୍ତି । ଯଦି ଆପଣଙ୍କୁ ଥଣ୍ଡା ହୋଇଥିବ ତେବେ  ‘ହଟ୍ ଆଣ୍ଡ ସୋର ସୁପ୍’ ପିଇବା ଦ୍ଵାରା ଥଣ୍ଡା ମଧ୍ୟ ଭଲ ହୋଇ ଯାଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ‘ହଟ୍ ଆଣ୍ଡ ସୋର ସୁପ୍’ ?

ଆବଶ୍ୟକ ସାମଗ୍ରୀ :-

ଅଧା କପ ବନ୍ଧାକୋବି କୋରା, ଅଧା କପ ଗାଜର କୋରା, ବିନସ ଛୋଟ ଛୋଟ କଟା, ବଟମ ଛତୁ ଛୋଟ ଛୋଟ କଟା, ପିଆଜ ଶଣ୍ଢା ଛୋଟ ଛୋଟ କଟା, ସିମଳା ମିର୍ଚ ଛୋଟ ଛୋଟ କଟା, ରସୁଣ, ଅଦା ଛେଚା, ଭେଜିଟେବଲ ଷ୍ଟକ, କର୍ନଫ୍ଲୋର, ଲୁଣ, ଗୋଲମରିଚ ଗୁଣ୍ଡ, ତେଲ, ଗ୍ରୀନ ଚିଲି ସସ୍ ।

ପ୍ରଣାଳୀ :-

ପ୍ରଥମେ କଡ଼େଇରେ ତେଲ ଗରମ କରି ଏଥିରେ ପିଆଜ ସଣ୍ଢା, ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ ।  ଦୁଇ ମିନିଟ ପରେ ଏଥିରେ ସବୁ କଟା ପରିବା ପକାଇ ୨ ରୁ ୩ ମିନିଟ ଯାଏଁ ଆଞ୍ଚରେ ଭାଜନ୍ତୁ ।

ଏବେ ଏଥିରେ  ଭେଜିଟେବଲ ଷ୍ଟକ ୫ ରୁ ୬ କପ୍ ଦିଅନ୍ତୁ । ସୁପ ଫୁଟିଲେ କର୍ନଫ୍ଲୋରରେ ଅଧା କପ ଥଣ୍ଡା ପାଣି ମିଶ୍ରଣ କରି ଏହି ସୁପରେ ମିଶାନ୍ତୁ । ଏହାକୁ ଭଲକରି ଗୋଳାନ୍ତୁ । ସୁପ ଗାଢ଼ା ହେଲେ ଗ୍ରୀନ ଚିଲି ସସ୍ , ସୋୟା ସସ୍ ପକାନ୍ତୁ। ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ଵାଦ ଅନୁସାରେ ଦିଅନ୍ତୁ ।

ସୁପର ସ୍ଵାଦ ବଢ଼ାଇବା ପାଇଁ ଏଥିରେ ଗରମ ତେଲରେ ଲଙ୍କା ଗୁଣ୍ଡ ଫୁଟାଇ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ହଟ୍ ଆଣ୍ଡ ସୋର୍ ସୁପ୍ ।ଏହାକୁ ଗରମ ଗରମ ପରଷନ୍ତୁ ।

ପଢନ୍ତୁ ;

ଘରେ ତିଆରି କରି ଖାଆନ୍ତୁ ନଡ଼ିଆ ସିଙ୍ଗଡ଼ା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ଆସନ୍ତୁ ଜାଣିବା କେମିତି ତିଆରି କରିବେ ମଶରୁମ ପନୀର ପଲାଉ

ENO Beuro

ଖାଇବା ବେଳେ ସାବଧାନ ହୁଅନ୍ତୁ :ଆପଣ ଭେଜ୍ ଭାବି ଖାଉଥିବା ଖାଦ୍ୟ ନନଭେଜ୍ ହୋଇପାରେ

ENO Beuro

ଆସନ୍ତୁ ଘରେ ପ୍ରସ୍ତୁତ କରିବା ବନ୍ଧା କୋବି ସନ୍ତୁଳା

Ratnamani Moharana

2 comments

Leave a Comment