Loading...

ପ୍ଲାଷ୍ଟିକ କପ୍ ରେ ଚା’ ପିଉଛନ୍ତି କି? ସାବଧାନ, ଏହି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି

ପ୍ଲାଷ୍ଟିକ କପ୍ ରେ ଚା’ ପିଉଛନ୍ତି କି? ସାବଧାନ, ଏହି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି

ଅନେକ ଲୋକଙ୍କ ଜୀବନର ଏକ ଅଂଶ ହେଉଛି ଚା’ । ସକାଳୁ ଉଠି ଚା’ ପିଇବା ପରେ ଫୁର୍ତ୍ତି ଅନୁଭୂତ ହୋଇଥାଏ । ଲୋକେ ବିଭିନ୍ନ ପ୍ରକାରର ଚା’ ପିଇବାକୁ ପସନ୍ଦ କରିଥାନ୍ତି ।

ଅନେକ ଲୋକଙ୍କ ଜୀବନର ଏକ ଅଂଶ ହେଉଛି ଚା’ । ସକାଳୁ ଉଠି ଚା’ ପିଇବା ପରେ ଫୁର୍ତ୍ତି ଅନୁଭୂତ ହୋଇଥାଏ । ଲୋକେ ବିଭିନ୍ନ ପ୍ରକାରର ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଯେପରକି ଖୀର ଚା’, ଅଦା ଚା’, ଲେମ୍ବୁ ଚା’ ଏବଂ ଗ୍ରୀନ୍ ଟି  । ଚା’ ପିଇବା ଦ୍ୱାରା ଶରୀର ଫୂର୍ତ୍ତି ଅନୁଭୂତ ହୋଇଥାଏ ସତ କିନ୍ତୁ ଏହା ଶରୀର ପାଇଁ ହାନିକାରକ । ସବୁଠାରୁ ବଡ କଥା ହେଉଛି ଦୋକାନ ମାନଙ୍କରେ ମାଟି କପ୍ ବଦଳରେ ପ୍ଲାଷ୍ଟିକ କପ୍ ବା ଡିସ୍ପୋଜଲ ରେ ଚା’ ବିକ୍ରି ହେଉଛି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଡିସ୍ପୋଜଲ କପ୍ ରେ ଚା’ ପିଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ଅଧିକ ରହିଛି ।

୧) ହୁଏତ ଡିସ୍ପୋଜଲ ବ୍ୟବହାର ସହଜ କିନ୍ତୁ ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଏହା ଶରୀର ପାଇଁ ଖୁବ୍ ହାନିକାରକ ହୋଇଥାଏ । ଏହି ଡିସ୍ପୋଜଲ ଗ୍ଲାସ ପଲିଷ୍ଟିରିନ୍ ରୁ ତିଆରି ହୋଇଛି । ଯେତେବେଳେ ଗରମ ଚା’କୁ ଡିସ୍ପୋଜଲ ଗ୍ଲାସରେ ପକାଯାଇଥାଏ, ସେହି ସମୟରେ ସେହି ଗ୍ଲାସରୁ କିଛି ତତ୍ୱ ବାହାରି ଚା’ ସହିତ ମିଶି ଯାଇ ତାହା ପେଟକୁ ଯାଇଥାଏ । ଏହାଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ ।

୨)  ନିୟମିତ ପ୍ଲାଷ୍ଟିକ କପ୍ ରେ ଗରମ ଚା’ ପିଇବା ଦ୍ୱାରା ଫୁସଫୁସ ଏବଂ ଯକୃତରେ କର୍କଟ ହେବାର ଆଶଙ୍କ ବଢିଥାଏ । ଏହି କପ୍ ରୁ ଏସିଡ୍ସ ବାହାରି ଚା’ ରେ ମିଶି ପେଟକୁ ଯାଇଥାଏ । ଏହାପରେ ଏହି ଏସିଡ୍ସ ପେଟରେ ଜମା ହୋଇଥାଏ । ଯାହାଦ୍ୱାରା ପାଚନତନ୍ତ୍ରରେ ପ୍ରଭାବିତ ହୋଇଥାଏ ।

୩) ଡିସ୍ପୋଜଲ କପରେ ଥିବା ମେଟ୍ରୋସେମିନ, ବିସ୍ଫିନାଲ ଏବଂ ବର୍ଡ ଇଥାଇଲ ଡେକ୍ସିନ ନାମକ କେମିକାଲ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ଗର୍ଭବତୀ ମହିଳା ଏବଂ ଶିଶୁ ପାଇଁ ବହୁତ ହାନିକାରକ ହୋଇଥାଏ ।

୪) ଯଦି ଆପଣ ବାରମ୍ବାର ପ୍ଲାଷ୍ଟକ ଗ୍ଲାସରେ ଗରମ ଚା’ ପିଇବେ ତେବେ ଏହାଦ୍ୱାରା ଆପଣଙ୍କୁ ଥକାପଣ, ହର୍ମୋନ ଅସୁନ୍ତଳନ ଏବଂ ଏକାଗ୍ରତା ନଷ୍ଟ ହେବା ଭଳି ସମସ୍ୟା ଉପୁଜିବାରେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.