Entertainment

ବାହୁବଲୀ ଷ୍ଟାଇଲ୍‌ରେ ଦେଖିବାକୁ ପାଇବେ ଆଉ ଏକ ସିନେମା

ବାହୁବଲୀ ହେଉଛି ଏକ ବ୍ଲକବଷ୍ଟର ଭାରତୀୟ ସିନେମା। ଅନେକ ନିର୍ମାତା ଭାବନ୍ତି ସେ ବି ଏଭଳି ଷ୍ଟାଇଲରେ ବିଗ୍‌ ବଜେଟ୍‌ ସିନେମା ତିଆରି କରିବେ,ହେଲେ ତାହା ସମ୍ଭବ ହୋଇନଥାଏ।ଏବେ ଠିକ୍‌ ସେହିଭଳି ସ୍ୱପ୍ନ ଦେଖିଛନ୍ତି ବଲିଉଡ଼୍‍ର ଜଣାଶୁଣା ନିର୍ମାତା ସାଜିଦ୍‌ ନାଡ଼ିଆଡ଼ଓ୍ଵାଲା।ସେ ତାଙ୍କର ସୁପରହିଟ୍‌ କମେଡ଼ି ସିରିଜ୍‌ ‘ହାଉସ୍‌ ଫୁଲ୍‌’ର ନୂଆ ସିକ୍ୱେଲ୍‌ ନିର୍ମାଣ କରୁଛନ୍ତି।ଏହାର ଟାଇଟଲ୍‌ ରହିଛି ‘ହାଉସ୍‌ଫୁଲ୍‌-୪’।

‘ହାଉସ୍‌ଫୁଲ୍‌-୪’ ର ନିର୍ଦ୍ଦେଶନା ଦେଉଛନ୍ତି ସାଜିଦ୍‌ ଖାନ୍‌ ,ଯିଏକି ‘ହାଉସ୍‌ ଫୁଲ୍‌’ , ‘ହାଉସ୍‌ଫୁଲ୍‌-ଟୁ’ଓ‘ହାଉସ୍‌ଫୁଲ୍‌-୩’ର ନିର୍ଦ୍ଦେଶନା ଦେଇଥିଲେ।

ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ‘ହାଉସ୍‌ଫୁଲ୍‌-୩’କୁ ଦର୍ଶକଙ୍କ ପୂର୍ଣ୍ଣ ସମର୍ଥନ ମିଳିନଥିଲା,ତେବେ ‘ହାଉସ୍‌ଫୁଲ୍‌-୪’ରେ କିପରି ଦର୍ଶକଙ୍କୁ ଭଲ ପାଇବା ମିଳିବ,ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି।

ପ୍ରଯୋଜକ ସାଜିଦ୍‌ ନାଡ଼ିଆଡ଼ଓ୍ଵାଲା କହିଛନ୍ତି ଯେ, ଏହାର କାହାଣୀ ପୁନର୍ଜନ୍ମ ବିଷୟ ଉପରେ ଆଧାରିତ।ଏହାର କାହାଣୀରେ ଅତୀତ ଓ ବର୍ତ୍ତମାନ ଦୁଇ ଯୁଗର କଥା ଦର୍ଶାଯିବ।ଏହାକୁ ‘ବାହୁବଲୀ’ ଷ୍ଟାଇଲ୍‌ରେ ନିର୍ମାଣ କରାଯିବ। ଏଥିରେ କଳାକାରମାନଙ୍କୁ ବାହୁବଲୀ ଷ୍ଟାଇଲ୍‌ରେ ଦେଖିବାକୁ ପାଇବେ ଦର୍ଶକ।

ସାଜିଦ୍‌ ନାଡ଼ିଆଡ଼ଓ୍ଵାଲା କହିଛନ୍ତି ଯେ, ‘ହାଉସ୍‌ଫୁଲ୍‌-୪’ ନାଡ଼ିଆଡ଼ଓ୍ଵାଲା ଗ୍ରାଣ୍ଡସନ୍‌ ବ୍ୟାନରର ସବୁଠୁଁ ବିଗ୍‌ ବଜେଟ୍‌ ସିନେମା ହେବ। ଏହା ମଧ୍ୟ ସବୁଠୁଁ ବିଗ୍‌ ବଜେଟ୍‌ କମେଡ଼ି ଫିଲ୍ମ ହେବ ।

ଏହି ଫିଲ୍ମ ରେ ଅକ୍ଷୟ କୁମାର,ଋତେଶ ଦେଶମୁଖ୍‌, ଦିଶା ପଟ୍ଟାନି, ପରିଣୀତି ଚୋପ୍ରା, ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ଅଭିଷେକ ବଚ୍ଚନ ଓ ନର୍ଗିସ୍‌ ଫାକ୍ରି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି।

ପଢନ୍ତୁ ;

ଘରେ ବସି କରିପାରିବେ ହେୟାର ସ୍ପା ,ଆସନ୍ତୁ ଜାଣିବା କିପରି ?

Related posts

ନ୍ୟୁୟର୍କର ମ୍ୟାଡମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇଲା କ୍ୟାଟ୍ରିନା କୈଫଙ୍କ ମହମ ମୂର୍ତ୍ତି

ENO Beuro

କପିଲ ଶର୍ମା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ! ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲଙ୍କ କମେଡ଼ି

ENO Beuro

ବଲିଉଡ୍‌ ସୁପରଷ୍ଟାର “ଅମିର ଖାଁ” ହେଲେ ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ନୂଆ ବ୍ରାଣ୍ଡ୍‌ ଆମ୍ବାସଡ଼ର୍‌!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More