News

ଘର କିଣିବାରେ ଦେଶର ସବୁଠାରୁ ସୁଲଭ ସହର ଭୁବନେଶ୍ୱର

Untitled 1

ଘର  ଏକ ଅନାବଶ୍ୟକ ଜିନିଷ। ଯାହା ପ୍ରତିଟି ମଣିଷ ଆବଶ୍ୟକ କରେ। କଥାରେ ଅଛି ମୁଣ୍ଡ ଉପରେ ଚାଳ ଥିଲେ ଡର କାହାକୁ। ତେବେ ସମସ୍ତଙ୍କ ଭାଗ୍ୟରେ ଏହା ନଥାଏ। ଘରର ମୂଲ୍ୟ ଏବେ ପୁଣି ବହୁ ଅଧିକ। ତେବେ ଏହି ଘର ଯଦି ରାଜଧାନୀରେ ହୁଏ ତାହାଲେ ତ ଏହା ଅସମ୍ଭବ ପ୍ରାୟ। ରିଜର୍ଭ ବ୍ୟାଙ୍କ  ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଘର କିଣିବାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର  ଦେଶର ସବୁଠାରୁ ସୁଲଭ ସହର । ଭୁବନେଶ୍ୱରରେ ଘର ମୂଲ୍ୟ ଦେଶର ଅନ୍ୟାନ୍ୟ ସହର ତୁଳନାରେ ଯଥେଷ୍ଟ କମ୍ ।ମାସିକ ଆୟ ତୁଳନାରେ ମଧ୍ୟମ ଧରଣର ଘର ମୂଲ୍ୟ ହିସାବକୁ ନେଇ ଆରବିଆଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ଅନୁସାରେ ୨୦୧୯ ମାର୍ଚ୍ଚ ସୁଦ୍ଧା ମୁମ୍ବାଇର ସ୍କୋର ୭୪.୪ ରହିଥିବାବେଳେ ଭୁବନେଶ୍ୱରର ୫୪.୩ ରହିଛି ।

ଗୁରୁବାରଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରେସିଡେନ୍ସିଆଲ ଆସେଟ ପ୍ରାଇସ ମନିଟରିଂ  ସର୍ଭେରେ କୁହାଯାଇଛି ଯେ ଭାରତରେ ସରକାର ସୁଲଭ ଗୃହ ନିର୍ମାଣ ଉପରେ ବିଗତ କିଛି ବର୍ଷ ଧରି ଗୁରୁତ୍ୱ ଦେଉଥିବା ସତ୍ତ୍ୱେ ଦେଶରେ ଘରଗୁଡିକ ମହଙ୍ଗା ହୋଇଚାଲିଛି । ଏହି ସର୍ଭେ ଦେଶର ୧୩ଟି ସହର ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ,ଚଣ୍ଡିଗଡ, ଭୋପାଳ, ଲକ୍ଷ୍ନୌ, ଅହମଦାବାଦ, ଜୟପୁର, ପୁନେ ଓ କୋଲକତାରେ କରାଯାଇଥିଲା । ଏହି ସର୍ଭେରେ ମୁମ୍ବାଇ ଦେଶର ସବୁଠାରୁ ମହଙ୍ଗା ସହର ମୁମ୍ବାଇ  ହୋଇଥିଲାବେଳେ ସବୁଠୁ ସୁଲଭ ସହର ଭୁବନେଶ୍ଵର ବୋଲି କୁହାଯାଇଛି। 

ପଢନ୍ତୁ: ରାସ୍ତାରେ ୧୨୦୦ ଲିଟର କ୍ଷୀର ଢାଳିଲେ ଦୁଗ୍ଧଚାଷୀ

Related posts

ଭାରତକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର ଧମକ

Ratnamani Moharana

ମୋଦି ସରକାରଙ୍କ ବଡ ଘୋଷଣା: ସବୁ ଯବାନ ବିମାନରେ ଯିବେ

ENO Beuro

ଭୂମିକମ୍ପ: ୪.୦ ତୀବ୍ରତାରେ ଥରିଲା ଦିଲ୍ଲୀ-ହରିୟାଣା

ENO Beuro

Leave a Comment