EnewsOdia.Com

ପରୀକ୍ଷାରେ ଅଜବ ପ୍ରଶ୍ନ, ଗାନ୍ଧୀ କେମିତି ଆତ୍ମହତ୍ୟା କରିଥିଲେ?

ଗୁଜରାଟର ଏକ ସ୍କୁଲ୍‌ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଏମିତି ଅଜବ ପ୍ରଶ୍ନ ଆସିଥିଲା, ଯାହାକୁ ନେଇ ଗୁଜୁରାଟ ଶିକ୍ଷା ବିଭାଗର ମୁଣ୍ଡ ଗୋଳମାଳ ହୋଇଯାଇଛି। ନବମ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷାରେ ପ୍ରଶ୍ନଟିଏ ଥିଲା ‘ଗାନ୍ଧୀ କିଭଳି ଆତ୍ମହତ୍ୟା କରିଥିଲେ?’ ଗୁଜୁରାଟୀ ଭାଷାରେ ପ୍ରଶ୍ନଟି ଥିଲା ‘ଗାନ୍ଧିଜୀଏ ଆପ୍‌ଘାତ କର୍‌ୱା ମାତେ ଶୁ କାର୍‌ୟୁ’ ଅର୍ଥାତ୍‌ ‘ଗାନ୍ଧୀ କିଭଳି ଆତ୍ମହତ୍ୟା କରିଥିଲେ? ‘ସୁଫଳମ୍‌ ଶାଳ ବିକାଶ ସଙ୍କୁଳ’ ଅଧୀନରେ ପରିଚାଳିତ ଏକ ସେଲ୍‌ଫ ଫାଇନାନ୍‌ସିଂ  ସ୍କୁଲ୍‌ର ନବମ ଶ୍ରେଣୀର ପିଲାଙ୍କ ପାଇଁ ଏ ପ୍ରଶ୍ନଟି ଆସିଥିଲା।

ସେହିଭଳି ଏହି ସ୍କୁଲର ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ଏକ ଉଦ୍ଭଟ ପ୍ରଶ୍ନ ଆସିଥିଲା। ‘ତୁମ ଅଞ୍ଚଳରେ ମଦ ବିକ୍ରି ଅଧିକ ହେଉଛି। ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଏହାର ପ୍ରତିକାର ପାଇଁ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ଏକ ଦରଖାସ୍ତ ଲେଖ।’ ଏଭଳି ଏକ ଦରଖାସ୍ତ ଲେଖିବାକୁ ପରୀକ୍ଷାରେ ପ୍ରଶ୍ନ ଆସିଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଅଜବ ପ୍ରଶ୍ନ ପଡ଼ିଥିବାରୁ ଏହା ଗୁଜୁରାଟ ଶିକ୍ଷା ବିଭାଗର ଚିନ୍ତା ବଢ଼ାଇଛି। ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

ପଢନ୍ତୁ: ବନ୍ଦ ହେଲା ‘ଉଜ୍ଜଳା’, ୨ହଜାର ମହିଳାଙ୍କୁ ଗ୍ୟାସ ସଂଯୋଗ କେବେ?

ସମ୍ବନ୍ଧିତ ଖବର

ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର

Ratnamani Maharana

ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ସଚିବ ଭି.କେ ପାଣ୍ଡିଆନ

Ratnamani Maharana

ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana

ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Ratnamani Maharana

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana